ଭାରତରେ ଶାଓମି ପକ୍ଷରୁ ଶୁଭାରମ୍ଭ ହେଲା ରେଡମି ନୋଟ ୭ଏସ୍


ଭୁବନେଶ୍ୱର: ଭାରତର ଅଗ୍ରଣୀ ସ୍ମାର୍ଟଫୋନ ବ୍ରାଣ୍ଡ୍ ଶାଓମି ପକ୍ଷରୁ ଆଜି ଏହାର ଶ୍ରେଷ୍ଠ ବିକ୍ରି ହେଉଥିବା ରେଡମି ନୋଟ ୭ ବର୍ଗର ସତେଜ ୪୮ ଏମପି କ୍ୟାମେରାର ଶକ୍ତି ଥିବା ରେଡମି ନୋଟ ୭ଏସ ବିଷୟରେ ଘୋଷଣା କରାଯାଇଛି । କ୍ରିଓ ପ୍ରୋସେସିଂ ବ୍ୟତୀତ କ୍ୱାଲକମ ସ୍ନାପଡ୍ରାଗନ ୬୬୦ ଏଆଇଇର ପ୍ରୋସସିଂକୁ ଧନ୍ୟବାଦ ଯେ, ଯୋଜନା ଠାରୁ ଅଧିକ ପରିମାଣର ରେଡମି ନୋଟ ୭ ଆଶା କରାଯାଉଥିବା ସମୟ ଠାରୁ ଶୀଘ୍ର ବିକ୍ରି ହୋଇଯିବା ପରେ ରେଡମି ନୋଟ ୭ଏସ ଜରିଆରେ ସମସ୍ତଙ୍କ ପାଇଁ ଶକ୍ତିଶାଳୀ ୪୮ ଏମପି କ୍ୟାମେରା ଆଣିଛି ।
ଏହି ଅବସରରେ ଅନୁଜ ଶର୍ମା, ମୁଖ୍ୟ ମାର୍କେଟିଂ ଅଧିକାରୀ, ଶାଓମି ଇଣ୍ଡିଆ କହିଛନ୍ତି ଯେ, “ଭାରତୀୟ ସ୍ମାର୍ଟଫୋନ ଶିଳ୍ପରେ ଶାଓମି ଇଣ୍ଡିଆ ପ୍ରମୁଖ ସଫଳତା ହାସଲ କରିଛି ଏବଂ ଆମର ରେଡମି ନୋଟ ସିରିଜ ହେଉଛି ଅନ୍ୟତମ ଯୋଗଦାନକାରୀ ଯାହା ପ୍ରକୃତ ନିଷ୍ଠାପର ମୂଲ୍ୟରେ ଶ୍ରେଷ୍ଠ ଗୁଣବତା ସହିତ ଶ୍ରେଷ୍ଠ ଅଭିନବ ସୁବିଧା ପ୍ରଦାନ କରିବା ପାଇଁ ଜଣାଶୁଣା । ଏହି ସମୃଦ୍ଧ ପରମ୍ପରାକୁ ଶକ୍ତିଶାଳୀ ୪୮ ଏମପି କ୍ୟାମେରା ସହିତ ନୂତନ ଭାବେ ଉନ୍ମୋଚନ ହୋଇଥିବା ରେଡମି ନୋଟ ୭ଏସ ଜାରି ରଖିଛି, ଯାହା ଏମଆଇ ପ୍ରେମୀଙ୍କୁ ଏହାର ରୋମାଂଚକ ସୁବିଧାସୁଯୋଗ ସହିତ ଉକ୍ରଷ୍ଟ ଛବି ଉଠାଇବା ଓ ଉପଭୋଗ କରିବାର ସୁଯୋଗ ପ୍ରଦାନ କରୁଛି ।’’
ରେଡମି ନୋଟ ୭ ଉନ୍ମୋଚନ ସହିତ ଭାରତର ପସନ୍ଦର ସ୍ମାର୍ଟଫୋନ ସିରିଜ ରେଡମି ନୋଟ ସିରିଜରେ ଚଳିତ ବର୍ଷ ପରିବର୍ତନ ଦେଖିବାକୁ ମିଳିଥିଲା । ସମ୍ପୂର୍ଣ୍ଣ ନୂଅ । ଔରା ଡିଜାଇନ ସହିତ ଡଟ ନଚ ଡିସପ୍ଲେ ଓ ଉଭୟ ପାର୍ଶ୍ୱରେ କର୍ଣ୍ଣିଂ ଗୋରିଲା ଗ୍ଲାସ ୫କୁ ନେଇ ରେଡମି ନୋଟ ୭ଏସ ନିଜ ବର୍ଗର ବାସ୍ତବରେ ବଜାରରେ ପରିବର୍ତିନ ସୃଷ୍ଟିକାରୀ । ରେଡମି ନୋଟ ୭ ସିରିଜ ପାଇଁ ଏମଅ ।ଇ ପ୍ରେମୀଙ୍କ ଭଲ ପାଇବାର ପ୍ରମାଣ ସ୍ୱରୂପ ବିକ୍ରି ହେବାର ମାତ୍ର ଦୁଇ ମାସରେ ଏହାର ଦୁଇ ନିୟୁତରୁ ଅଧିକ ୟୁନିଟ ବିକ୍ରି ହୋଇପାରିଛି ।
ରେଡମି ନୋଟ ୭ଏସର ୩ଜିବି+୩୨ଜିବି ଭାରିଆଂଟ ୧୦,୯୯୯ ଟଙ୍କାରେ ଓ ୪ଜିବି+୬୪ଜିବି ଭାରିଆଂଟ ୧୨,୯୯୯ ଟଙ୍କାରେ ସାଫିରେ ବ୍ଲୁ, ରୁବି ରେଡ, ଓନିକ୍ସ ବ୍ଲାକ ରଙ୍ଗ ଭାରିଆଂଟରେ ଉପଲବ୍ଧ ହେବ । ରେଡମି ନୋଟ ୭ଏସ ମେ’ ୨୩ର ଅପରାହ୍ନ ୧୨ଟାରୁ ଏମଆଇ ଡଟ କମ, ଫ୍ଲିପକାର୍ଟ ଓ ଏମଆଇ ହୋମସରେ ଉପଲବ୍ଧ ହେବ ଏବଂ ଏହାର ପରଦିନ ଅର୍ଥାତ ମେ’ ୨୪ରୁ ଅଫଲାଇନ ଷ୍ଟୋର ଉପଲବ୍ଧ ହେବ ।


Share It

Comments are closed.