ଫିଟଜିର ଏକ୍ସଟ୍ରା ରେ ଏଜ୍ ପରୀକ୍ଷା ଜୁନ୍ ୨୩ରେ


ଭୁବନେଶ୍ୱର: ଜେଇଇ ପରୀକ୍ଷା ପାଇଁ ଛାତ୍ରଛାତ୍ରୀଙ୍କୁ ପ୍ରସ୍ତୁତ କରୁଥିବା ଅଗ୍ରଣୀ ଶିକ୍ଷାନୁଷ୍ଠାନ ଫିଟ୍ଜି ପକ୍ଷରୁ ଦ୍ୱାଦଶ ଶ୍ରେଣୀ ପାସ୍ କରିଥିବା ଛାତ୍ରଛାତ୍ରୀମାନଙ୍କ ଜେଇଇରେ ସଫଳତା ହାସଲ କରିବାର ସ୍ୱପ୍ନକୁ ପୂରଣ କରିବା ପାଇଁ ଫିଟ୍ଜି ଏକ୍ସଟ୍ରା ରେ ଏଜ୍ ଟେଷ୍ଟ୍ ଆୟୋଜନ କରାଯାଉଛି । ଚଳିତ ବର୍ଷ ଜୁନ୍ ୨୩ରେ ଏହି ପରୀକ୍ଷା ଅନୁଷ୍ଠିତ ହେବ । ଏହି ପରୀକ୍ଷା ଅତି ଉତ୍ସାହର ସହିତ ପ୍ରସ୍ୁତି ଚଳାଇଥିବା ଛାତ୍ରଛାତ୍ରୀମାନଙ୍କୁ ଫିଟଜିର କ୍ଲାସରୁମ୍ ପ୍ରୋଗ୍ରାମ୍ରେ ଯୋଗ ଦେବାର ସୁଯୋଗ ପ୍ରଦାନ କରିବ ଏବଂ ସେମାନଙ୍କୁ ଭଲ ର‌୍ୟାଙ୍କ ହାସଲ କରିବାରେ ସହାୟକ ହେବ ।
ଜେଇଇ ପରୀକ୍ଷା ପାଇଁ ଆଗୁଆ ପ୍ରସ୍ତୁତି କରିବାକୁ ପଡ଼ିବ ଏବଂ ସଠିକ୍ ଢଙ୍ଗରେ ପ୍ରସ୍ତୁତି ଦ୍ୱାରା ହିଁ ସଫଳତା ମିଳିପାରିବ । ପ୍ରସ୍ତୁତି ଓ ପରୀକ୍ଷାରେ ସଫଳତା ଭିତରେ ଥିବା ଅନ୍ତରକୁ ଦୂର କରିବାରେ ମାର୍ଗଦର୍ଶକ ସାଜିଛି ଫିଟ୍ଜି । ସମୟ ପରିଚାଳନା ପଦ୍ଧତି, ଉପଯୁକ୍ତ ପରୀକ୍ଷା ଭାବନା ଏବଂ ଗଭୀରତାର ସହିତ ସବୁ କିଛିକୁ ଜାଣିବା ନିହାତି ଜରୁରୀ ।
“ଜେଇଇରେ ସଫଳତା ହାସଲ କରିବା ଏକ ବଡ଼ ଉପଲବ୍ଧି । ମାତ୍ର ଯେଉଁ ଛାତ୍ରଛାତ୍ରୀମାନେ ଜେଇଇ ମେନ୍/ଜେଇଇ ଆଡଭାନ୍ସଡ୍ ୨୦୧୯ରେ ଶ୍ରେଷ୍ଠ ର‌୍ୟାଙ୍କ ହାସଲ କରିବାର ସ୍ୱପ୍ନ ସାକାର କରିବାରେ ସଫଳ ହୋଇନାହାନ୍ତି କିମ୍ବା ଯୋଗ୍ୟତା ହାସଲ କରିପାରିନାହାନ୍ତି ସେମାନଙ୍କ ମନରୁ ବିଫଳତାର ସେହି କଳାବାଦଲ ହଟାଇବାକୁ ହେବ । ସେହିଭଳି ଛାତ୍ରଛାତ୍ରୀଙ୍କ ପାଖରେ ଥିବା ସୁଯୋଗକୁ ଭଲ ଭାବେ ବୁଝିବା ଏବଂ ସମ୍ମାନଜନକ ଆଇଆଇଟିରେ ସେମାନଙ୍କୁ ପ୍ରବେଶ କରାଇବା ପାଇଁ ଏକ୍ସଟ୍ରା ରେ ଏଜ୍ ଟେଷ୍ଟ୍କୁ ପ୍ରସ୍ତୁତ କରାଯାଇଛି ବୋଲି ଶ୍ରୀଯୁକ୍ତ ଆର୍ ଏଲ୍ ତ୍ରିଖା, ନିର୍ଦେଶକ, ଫିଟ୍ଜି କହିଛନ୍ତି ।’’
ଏହି ପରୀକ୍ଷା ପାଇଁ ପଂଜୀକରଣ କରିବାର ଶେଷ ତାରିଖ ହେଉଛି ୨୨ ଜୁନ୍ ୨୦୧୯ । ଛାତ୍ରଛାତ୍ରୀମାନେ ଉଭୟ ଅନଲାଇନ ଓ ଅଫଲାଇନରେ ପରୀକ୍ଷା ଦେବା ପାଇଁ ପଂଜୀକରଣ କରିପାରିବେ । ଛାତ୍ରଛାତ୍ରୀମାନେ ଏ ସମ୍ପର୍କିତ ବିବରଣୀ ନିକଟସ୍ଥ ଫିଟଜି ସେଂଟର କିମ୍ବା www.xret.fiitjee.comରୁ ହାସଲ କରିପାରିବେ ।


Share It

Comments are closed.