ଦୁନିଆର ସବୁଠାରୁ ଶକ୍ତିଶାଳୀ କଙ୍କଡ଼ା, ଯେ ମନୁଷ୍ୟର ଅସ୍ଥି ମଧ୍ୟ ଭାଙ୍ଗିପାରେ


ମଣିଷର ଅସ୍ଥି ଅନେକ ଗୁଡ଼ିଏ ଉପାଦାନରେ ନିର୍ମୀତ ଯାହାକି ଏହାକୁ ଶକ୍ତ ଓ ମଜବୁତ କରିଥାଏ । କିନ୍ତୁ କଣ ଗୋଟିଏ କଙ୍କଡ଼ା ଏହି ଅସ୍ତିକୁ ଭାଙ୍ଗିପାରେ? ହଁ ନିଶ୍ଚିତ ରୂପେ । ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ସତ୍ୟ । ଦୁନିଆରେ ଏଭଳି ଏକ କଙ୍କଡ଼ା ରହିଛି, ଯେ କି ମଣିଷର ହାଡ଼ ମଧ୍ୟ ଭାଙ୍ଗିପାରେ । ଏହି କଙ୍କଡ଼ା ସହ ଯୋଡ଼ି ହୋଇଥିବା ଆହୁରି ଅନେକ ରୋଚକମୟ ତଥ୍ୟ ରହିଛି ଯାହା ଆପଣଙ୍କୁ ଚମକାଇଦେବ ।
ଏହି ପ୍ରକାର କଙ୍କଡ଼ା ଦକ୍ଷିର ପଶ୍ଚିମ ପ୍ରଶାନ୍ତ ମହାସାଗର ଏବଂ ହିନ୍ଦ ମହାସାଗରେରେ ଦେଖାଯାଇଥାନ୍ତି । ଯାହାକୁ ଲୋକମାନେ ‘ଦୈତ୍ୟ କଙ୍କଡ଼ା’ ବୋଲି ମଧ୍ୟ କହିଥାନ୍ତି । କାରଣ ଏହା ଆକାରରେ ସାଧାରଣ କଙ୍କଡ଼ା ଠାରୁ ବଡ଼ ହୋଇଥାଏ । ଗୋଟିଏ ବୟସ୍କ ଦୈତ୍ୟ କଙ୍କଡ଼ାର ଲମ୍ବ ଏକ ମିଟର ହୋଇଥାଏ ଯେବେକି ଓଜନ ୪.୫ କିଲୋ ପାଖାପାଖି ହୋଇଥାଏ ।
ଏହି କଙ୍କଡ଼ାର ତୀକ୍ଷ୍ଣ କଣ୍ଟା ବହୁତ ମଜ୍‌ବୁତ ଓ ଶକ୍ତିଶାଳୀ ହୋଇଥାଏ । ଏହା ନଡ଼ିଆର ବାହାର ଆବରଣ ଯାହାକି ବହୁତ ଶକ୍ତ ହୋଇଥାଏ, ତାକୁ ମଧ୍ୟ ଭାଙ୍ଗିପାରେ । ସବୁବେଳେ ଏମାନେ ନଡ଼ିଆ ଗଛରୁ ନଡ଼ିଆ ପକାଇଦିଅନ୍ତି ଏବଂ ନିଜର ତୀକ୍ଷ୍ଣ କଣ୍ଟାରେ କେଇ ସମୟ ମଧ୍ୟରେ ଭାଙ୍ଗି ଦିଅନ୍ତି । ଏହାର ଏହି ବିଶେଷ ଗୁଣ ପାଇଁ ଏହାକୁ ‘କୋକନଟ୍ କ୍ରାବ’ ମଧ୍ୟ କୁହାଯାଇଥାଏ । କୁହାଯାଇଥାଏ ଯେ ଏହା ନିଜର ତୀକ୍ଷ୍‌ଣ କଣ୍ଟାରେ ମନୁଷ୍ୟର ଅସ୍ଥି ମଧ୍ୟ ଭାଙ୍ଗିପାରେ । ଏମାନଙ୍କ ଭିତରେ ୩୩୦୦ ନ୍ୟୁଟନ ବଳର ଶକ୍ତି ରହିଥାଏ ।

ଏହି କଙ୍କଡ଼ାର ସବୁଠାରୁ ବଡ଼ ବିଶେଷତ୍ୱ ହେଉଛି ଯେ ସମୟ ସହିତ ଏଗୁଡ଼ିକର ରଙ୍ଗ ବଦଳି ଚାଲିଥାଏ । ଏହି କଙ୍କଡ଼ା ସଢ଼ା ପତ୍ର ଠାରୁ ଆରମ୍ଭ କରି ପଚି ଯାଇଥିବା ଫଳ ଏପରିକି ଅନ୍ୟ କଙ୍କଡ଼ାର କବଚକୁ ମଧ୍ୟ ଖାଇ ଦେଇଥାନ୍ତି । ଏମାନଙ୍କର ଦୃଢ଼ ଶୁଂଘିବା ଶକ୍ତି ଯୋଗୁଁ ଏମାନେ ସବୁବେଳେ ରାତିର ଅନ୍ଧକାରରେ ହିଁ ଖାଦ୍ୟର ସନ୍ଧାନ ପାଇଁ ବାହାରକୁ ଆସିଥାନ୍ତି ।
ଏମାନଙ୍କୁ ଚୋର କଙ୍କଡ଼ା ମଧ୍ୟ କୁହାଯାଇଥାଏ । କାରଣ ଅନେକ ସମୟରେ ଏମାନେ ବାସନ ଓ ଅଲଗା ଜିନିଷକୁ ଚୁପିକରି ଉଠାଇ ନେଇ ଚାଲି ଯାଆନ୍ତି । ଏମିତିରେ ଏମାନେ କେବଳ ମଇଳା ବାସନକୁ ହିଁ ଉଠାଇ ନେଇଥାନ୍ତି ଯାହା ମଧ୍ୟରୁ ଦୁର୍ଗନ୍ଧ ଆସୁଥିବ । ଆମେରିକାର ଚର୍ଚ୍ଚିତ ମହିଳା ପାଇଲଟ ଅମୋଲିଆ ଈୟରହାର୍ଟଙ୍କର ରହସ୍ୟମୟ ଭାବେ ଗାୟବ ହେବାରେ ଏହି ‘କୋକୋନଟ କ୍ରାବ’ର ହାତ ଥିବା କୁହାଯାଉଛି । କୁହାଯାଇଥାଏ ଯେ ଏହି କଙ୍କଡ଼ା ଅମୋଲିୟାଙ୍କ ଶବକୁ ଖଣ୍ଡ-ଖଣ୍ଡରେ ଉଠାଇ ନିଜ ଗାତକୁ ନେଇଯାଇଥିବେ ଏବଂ ଏହା ପରେ ତାଙ୍କୁ ଖାଇଦେଇଥିବେ ।


Share It

Comments are closed.