କଟକରେ ଚିହ୍ନଟ ହେଲେ ରାଜ୍ୟର ଷଷ୍ଠ କରୋନା ଆକ୍ରାନ୍ତ


ଆଜି ଓଡ଼ିଶାରେ ଷଷ୍ଠ କରୋନା ପଜିଟିଭ ରୋଗୀ ଚିହ୍ନଟ ହୋଇଛନ୍ତି । ଷଷ୍ଠ କରୋନା ଆକ୍ରାନ୍ତ ବ୍ୟକ୍ତିଙ୍କ ଘର କଟକ ସହରରେ ବୋଲି ସୂଚନା ମିଳିଛି ଏବଂ ସେ ନିକଟରେ ଦିଲ୍ଲୀ ଯାଇଥିଲେ। ଏ ନେଇ ରାଜ୍ୟ ସରକାରଙ୍କ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟୁଇଟ୍ ଯୋଗେ ସୂଚନା ଦିଆଯାଇଛି। ଏହାପରେ କଟକରେ ଶୁକ୍ରବାର ରାତି ୮ଟାରୁ ୪୮ ଘଣ୍ଟା ସଟଡାଉନ୍ ହେବ ବୋଲି ରାଜ୍ୟ ସରକାର ଘୋଷଣା କରିଛନ୍ତି।

ସୂଚନାଯୋଗ୍ୟ, ଆଜି ଓଡ଼ିଶାର ପ୍ରଥମ କରୋନା ଆକ୍ରାନ୍ତ ସୁସ୍ଥ ହେବା ପରେ ଡିସ୍‌ଚାର୍ଜ ହୋଇଥିବା ଜଣାଯାଇଛି। ତାଙ୍କ ରିପୋର୍ଟ ନେଗେଟିଭ୍‌ ଆସିବା ପରେ ପ୍ରଥମ କରୋନା ଆକ୍ରାନ୍ତଙ୍କୁ କ୍ୟାପିଟାଲ ହସ୍ପିଟାଲରୁ ଡସ୍‌ଚାର୍ଜ କରାଯାଇଥିଲା। ଗତକାଲି ଦ୍ବିତୀୟ ଆକ୍ରାନ୍ତ ଏମସରୁ ଡିସ୍‌ଚାର୍ଜ ହୋଇଥିଲେ। ଏବେ ରାଜ୍ୟରେ ୩ କୋରୋନା ଆକ୍ରାନ୍ତ ଚିକିତ୍ସାଧୀନ ଅଛନ୍ତି।


Share It

Comments are closed.