ଟିଆରପି ମାମଲାରେ ସମସ୍ତଙ୍କୁ ପଛରେ ପକାଇଲା ‘ରାମାୟଣ’


ଦେଶରେ କରୋନା ଭାଇରସକୁ ନେଇ ନିକଟରେ ୨୧ ଦିନ ପାଇଁ ଲକଡାଉନ୍ ଘୋଷଣା କରାଯାଇଛି। ଏଭଳି ସ୍ଥିତିରେ ଲୋକମାନେ ଘରୁ ନବାହାରିବା ପାଇଁ ମନା କରିଦେଇଥିଲେ। ଏହା ଭିତରେ ସରକାର ଦୂରଦର୍ଶନରେ ପ୍ରଚଳିତ ସିରିୟଲ ରାମାୟଣକୁ ଦ୍ବିତୀୟ ଥର ପ୍ରସାରଣ କରିବାକୁ ଗୋଷଣା କରିଥିଲେ। ଯାହାଫଳରେ ଲୋକମାନେ ଘର ଭିତରେ ବସି ବୋର୍ ନହୁଅନ୍ତୁ। ଏବେ ରାମାୟଣ ଟିଆରପି ମାମଲାରେ ସବୁ ରେକର୍ଡ ଭାଙ୍ଗି ଦେଇଛି।

ରାମାୟଣ ଟିଆରପିକୁ ଟକ୍କର ଦେବାରେ ଏବେ କୌଣସି ସିରିୟଲ ନାହିଁ। ଏପରିକି ୨୦୧୫ରୁ ନେଇ ଏପର‌୍ୟ୍ୟନ୍ତ ଜେନେରାଲ ଏଣ୍ଟରଟେନମେଣ୍ଟ କାଟାଗୋରୀ ମାମଲାରେ ଏହା ବେଷ୍ଟ ସିରିୟଲ ହୋଇଯାଇଛି। ଏବିଷୟରେ ପ୍ରସାର ଭାରତୀର ସିଇଓ ଶଶି ଶେଖର ଟ୍ବିଟର ମାଧ୍ୟମରେ ସୂଚନା ଦେଇଛନ୍ତି। ସେ କହିଛନ୍ତି, ମୋତେ ଏହା କହିବାକୁ ଖୁବ୍ ମଜା ଲାଗୁଛି ଦୂରଦର୍ଶନରେ ପ୍ରସାରିତ ହେଉଥିବା ଶୋ’ ‘ରାମାୟଣ’ ୨୦୧୫ରୁ ଏପର‌୍ୟ୍ୟନ୍ତର ସବୁଠାରୁ ଅଧିକ ଟିଆରପି ଜେନେରେଟ୍ କରିବାକୁ ଥିବା ହିନ୍ଦୀ ଜେନେରାଲ ଏଣ୍ଟରଟେନମେଣ୍ଟ ସୋ’ ହୋଇଯାଇଛି।’ ସେ ଏ ବିଷୟରେ ଟ୍ବିଟ୍ କରି ସୂଚନା ଦେଇଛନ୍ତି।


Share It

Comments are closed.