କୁକୁର ପାଇଁ ନିଜ ସ୍ୱାମୀଙ୍କୁ ଛାଡପତ୍ର ଦେଲେ ମହିଳା


ବ୍ରାଜିଲରେ ଏକ ଆଶ୍ଚର୍ଯ୍ୟଚକିତ କରିଦେଲା ଭଳି ଘଟଣା ବର୍ତ୍ତମାନ ସାମନାକୁ ଆସିଛି । ଘଟଣାଟି ଏହା ଯେ, ଏଠାରେ ଜଣେ ମହିଳା ତାଙ୍କର ପାଳିତ କୁକୁର ସହ ରହିବା ପାଇଁ ନିଜ ସ୍ୱାମୀଙ୍କୁ ଛାଡପତ୍ର ଦେଇଥିବାର ଖବର ବର୍ତ୍ତମାନ ଶୁଣିବାକୁ ମିଳିଛି । ଆପଣ ସମସ୍ତେ ଭାବୁଥିବେ ମହିଳା ଜଣକ ଏପରି କାହିଁକି କଲେ, ଯେଉଁଥିପାଇଁ ସେ ନିଜ ସ୍ୱାମୀଙ୍କୁ ଛାଡ ପତ୍ର ଦେବା ପାଇଁ ବାଧ୍ୟ ହୋଇଥିଲେ । ମିଳିଥିବା ସୂଚନା ମୁତାବକ ମହିଳାଙ୍କର ବିବାହକୁ ୨୫ ବର୍ଷ ବିତି ଯାଇଥିବାବେଳେ ତାଙ୍କର ଗୋଟିଏ ୨୧ ବର୍ଷିୟ ସନ୍ତାନ ମଧ୍ୟ ଅଛନ୍ତି ।
ଉକ୍ତ ମହିଳା ଜଣକର କୁକୁରଙ୍କ ପ୍ରତି ଏତେ ଭଲ ପାଇବା ଥିଲା ଯେ, ସେ ଏକା ସାଙ୍ଗେ ୩୦ଟି କୁକୁରର ଲାଳନା ପାଳନ କରୁଥିବାବେଳେ ଅନ୍ୟପଟେ ତାଙ୍କ ସ୍ୱାମୀ ଏହାକୁ ପସନ୍ଦ କରୁନଥିଲେ । କେବଳ ଏତିକି ନୁହେଁ ସ୍ୱାମୀ ଜଣକ ସ୍ତ୍ରୀଙ୍କ କାର୍ଯ୍ୟରେ ଅତିଷ୍ଠ ହୋଇ ପୁଲିସ ପାଖରେ ଏହାର ଅଭିଯୋଗ କରିବା ପାଇଁ ମଧ୍ୟ ପହଞ୍ଚିଯାଇଥିଲେ । ଉଭୟଙ୍କ ମଧ୍ୟରେ ଏହି ଘଟଣାକୁ ନେଇ ତିକ୍ତତା ଏତେ ମାତ୍ରାରେ ବଢିଯାଇଥିଲା କଥାଟି ଶେଷରେ ଛାଡପତ୍ର ଆଜକୁ ପଳାଇ ଆସିଥିଲେ ।
ଏହି ଘଟଣାକୁ ନେଇ ଉକ୍ତ ମହିଳା ଜଣକ କହିଛନ୍ତି ଯେ, “ସ୍ୱାମୀ ମୋ ସମାନରେ ‘ତାଙ୍କୁ କିମ୍ବା କୁକୁର’ ଭିତରୁ କାହାରି ଜଣକୁ ବାଛିବା ପାଇଁ ସର୍ତ୍ତ ରଖିଥିଲେ । କିନ୍ତୁ ମୁଁ, ସ୍ୱାମୀଙ୍କ ବଦଳରେ ପାଳିତ କୁକୁରଙ୍କ ସହ ରହିବା ପାଇଁ ପସନ୍ଦ କରିଥିଲେ । ଏବଂ ଏଥିପାଇଁ ଆମ ଦୁହିଁଙ୍କ ସମ୍ପର୍କ ମଧ୍ୟ ଫାଟ ସୃଷ୍ଟି ହୋଇଥିଲା ।”


Share It

Comments are closed.