ଏୟାରଟେଲ୍ ପକ୍ଷରୁ ମୋବାଇଲ୍ ଗ୍ରାହକଙ୍କୁ ମାଗଣା ହେଲୋ ଟ୍ୟୁନ୍ସ ସେବା ପ୍ରଦାନ


ଭୁବନେଶ୍ୱର: ଭାରତୀ ଏୟାରଟେଲ୍ ପକ୍ଷରୁ ଘୋଷଣା କରାଯାଇଛି ଯେ ଏହାର ପ୍ରିପେଡ୍ ଓ ପୋଷ୍ଟ୍ପେଡ୍ ଗ୍ରାହକମାନେ ୱିଙ୍କ୍ ମ୍ୟୁଜିକ୍ ଆପ୍ ଜରିଆରେ ସେମାନଙ୍କର ମନ ପସନ୍ଦର ଗୀତକୁ ମାଗଣାରେ ହେଲୋ ଟ୍ୟୁନ୍ସ ଭାବେ ବ୍ୟବହାର କରିପାରିବେ । କଂପାନିର “ଏୟାରଟେଲ୍ ଥାଙ୍କସ୍ କାର୍ଯ୍ୟକ୍ରମ’ର ଅଂଶ ସ୍ୱରୂପ ଗ୍ରାହକଙ୍କୁ ଏହି ସୁବିଧା ପ୍ରଦାନ କରାଯାଉଛି । ୱିଙ୍କ୍ ମ୍ୟୁଜିକ୍ ଆପ୍ରେ ଉପଲବ୍ଧ ଥିବା ୪୦ ନିୟୁତରୁ ଅଧିକ ଗୀତକୁ ଗ୍ରାହକମାନେ ହେଲୋ ଟ୍ୟୁନ୍ସ ଭାବେ ସେଟ୍ କରିପାରିବେ ଏବଂ ସେଥିପାଇଁ ସେମାନଙ୍କୁ ମାସିକ ୩୬ ଟଙ୍କାର ସବ୍ସ୍କ୍ରିପ୍ସନ୍ ଶୁଳ୍କ ଦେବାକୁ ପଡ଼ିବ ନାହିଁ । କଂପାନିର ଯେଉଁ ପ୍ରିପେଡ୍ ଓ ପୋଷ୍ଟ୍ପେଡ୍ ଗ୍ରାହକମାନେ ୧୨୯ ଟଙ୍କାରୁ ଅଧିକ ମୂଲ୍ୟର ପ୍ଲାନ୍ ରିଚାର୍ଜ କରୁଥିବେ ସେମାନେ ମାଗଣାରେ ଏହି ହେଲୋ ଟ୍ୟୁନ୍ସ ସୁବିଧା ପାଇପାରିବେ ।
ଏହି ସୁବିଧା ହାସଲ କରିବା ପାଇଁ ଗ୍ରାହକମାନଙ୍କୁ ୱିଙ୍କ୍ ମ୍ୟୁଜିକ୍ ଆପ୍ର ସଦ୍ୟତମ ଭର୍ସନ ଡାଉନ୍ଲୋଡ୍ କରିବାକୁ ପଡ଼ିବ ଏବଂ ସେଥିରେ ଥିବା ହେଲୋ ଟ୍ୟୁନ୍ସ ଆଇକନ୍କୁ ବ୍ୟବହାର କରି ଗୀତ ସେଟ୍ କରିବାକୁ ହେବ । ପ୍ରତି ୩୦ ଦିନରେ ସେମାନେ ନିଜର ସବ୍ସ୍କ୍ରିପ୍ସନ୍୍କୁ ବଦଳାଇପାରିବେ । ୱିଙ୍କ୍ ମ୍ୟୁଜିକ୍ରେ ଓଡ଼ିଆ ସମେତ ୧୫ଟି ଭାଷାରେ ଗୀତ ଉପଲବ୍ଧ ହେଉଛି ।
ଏ ସମ୍ପର୍କରେ ଭାରତୀ ଏୟାରଟେଲ୍ର ସିଇଓ-କନ୍ଟେଂଟ୍ ଆଣ୍ଡ୍ ଆପସ୍ ସମୀର ବାତ୍ରା କହିଛନ୍ତି ଯେ, “ଏୟାରଟେଲ୍ ଥ୍ୟାଙ୍କସ୍ କାର୍ଯ୍ୟକ୍ରମ ଅଧୀନରେ ଆମେ ୱିଙ୍କ ମ୍ୟୁଜିକ୍ର ସମସ୍ତ ଗୀତକୁ ରିଙ୍ଗ ବ୍ୟାକ୍ ଟୋନ ଭାବେ ଉପଲବ୍ଧ କରାଇ ଅତ୍ୟନ୍ତ ଆନନ୍ଦିତ । ବ୍ୟକ୍ତିଗତ ସୁହାଇବା ଓ ବିଲୀନ ହେବା ଭଳି ଅନୁଭୂତି ଗ୍ରାହକଙ୍କୁ ପ୍ରଦାନ କରିବା ପାଇଁ ୱିଙ୍କ୍ ମ୍ୟୁଜିକ୍ ପ୍ରଯୁକ୍ତି ଓ ଗଭୀର ଡାଟା ବିଜ୍ଞାନକୁ ବ୍ୟବହାର କରୁଛି । ହେଲୋ ଟ୍ୟୁନ୍ସ ଏକ ଉତ୍ପାଦ ଯାହାକୁ ଏୟାରଟେଲ୍ ଗ୍ରାହକମାନେ ନିଜକୁ ପରିପ୍ରକାଶ କରିବା ପାଇଁ ବ୍ୟବହାର କରିପାରିବେ ।ଏୟାରଟେଲ୍ ମୋବାଇଲ୍ ଗ୍ରାହକମାନେ ୱିଙ୍କ୍ ମ୍ୟୁଜିକ୍ରେ ଥିବା ଗୀତ ଗୁଡ଼ିକର ମଜା ନେଇପାରିବେ ଏବଂ ହେଲୋ ଟ୍ୟୁନ୍ସ ବଟନ୍ରେ କ୍ଲିକ୍ କରି ତାହାକୁ ହେଲୋ ଟ୍ୟୁନ୍ସ ଭାବେ ହାସଲ କରିପାରିବେ । ଗ୍ରାହକଙ୍କୁ ଧନ୍ୟବାଦ ପ୍ରଦାନ କରିବା ପାଇଁ ଏୟାରଟେଲ୍ର ଏହା ଆଉ ଏକ ଉଦ୍ୟମ ।’’


Share It

Comments are closed.