ଘରର ସଉଦା ପାଇଁ ୩୦ ଟଙ୍କା ମାଗିବାରୁ ସ୍ୱାମୀ ଦେଲା ସ୍ତ୍ରୀକୁ ଛାଡପତ୍ର


ତିନ ତଲାଖକୁ ନେଇ ଉତ୍ତରପ୍ରଦେଶରେ ଘଟିଯାଇଛି ଏକ ଅଭାବନୀୟ ଘଟଣା । ଘଟଣାଟି ଏହା ଯେ, ଗତ ଶନିବାର ଦିନ ମହିଳା ଜଣକ ଘରର ସଉଦା କିଣିବାକୁ ପାଇଁ ୩୦ ଟଙ୍କା ମାଗିବାରୁ ସ୍ୱାମୀ ଜଣକ ନିଜ ସ୍ତ୍ରୀଙ୍କୁ ତିନ ତଲାଖ ଦେଇଛନ୍ତି । ଉକ୍ତ ଅଭିଯୁକ୍ତଙ୍କ ନାମ ସାବିର ଥିବାବେଳେ ସେ ୩୨ ବର୍ଷିୟ ଅଟନ୍ତି । ସାବିର, ତାଙ୍କ ସ୍ତ୍ରୀଙ୍କୁ ତିନ ତଲାଖ ଦେବା ସହ ଏକ ସ୍କ୍ରୁ-ଡାଇଭରରେ ସ୍ତ୍ରୀଙ୍କୁ ମାରାମାରି ମଧ୍ୟ କରିଛନ୍ତି ।
ଏହି ଘଟଣାକୁ ନେଇ ପୀଡିତାର ବାପା କହିଛନ୍ତି ଯେ, “ବିବାହ ପର ଠାରୁ ଝିଅ ଏବଂ ଜ୍ୱାଇିଁଙ୍କ ମଧ୍ୟରେ ସେତେଟା ଭଲ ସଂପର୍କ ନଥିବାବେଳେ ପୂର୍ବରୁ ସେ ଅନେକ ଥର ଝିଅକୁ ବାଡିରେ ମାରାମାରି ମଧ୍ୟ କରିଥାନ୍ତି । କେବଳ ଏତିକି ନୁହେଁ, ଝିଅର ଶାସୁ ଘର ଲୋକେ ମଧ୍ୟ ତା’ ଉପରେ ଅକଥନୀୟ ଅତ୍ୟାଚାର ମଧ୍ୟ କରୁଥିଲେ । ”
ପୋଲିସ ସାବିର ଏବଂ ତାଙ୍କର ପରିବାର ଲୋକଙ୍କ ବିରୋଧରେ ଅନେକ ମାମଲା ରୁଜୁ କରିବା ସହ ଏହି ମାମଲାକୁ ବର୍ତ୍ତମାନ କୋର୍ଟକୁ ପଠାଇଦେଇଛି ।


Share It

Comments are closed.