ଘାଟି ତଳକୁ ଖସିଲା ବସ, ୩୪ ମୃତ


ଜମ୍ମୁ କାଶ୍ମୀରରେ ଏକ ବଡ ଅଘଟଣ ଘଟିଯାଇଛି । ମିଳିଥିବା ସୂଚନା ମୁତାବକ ଏକ ଓଭର ଲୋଡ ମିନି ବସ ନିଜର ନିୟନ୍ତ୍ରଣ ହରାଇ ଘାଟି ତଲକୁ ଖସି ଯିବା ଫଳରେ ଘଟଣାସ୍ଥଳରେ ୩୪ ଜଣଙ୍କ ମୃତ୍ୟୁ ହୋଇଯିବା ଫଳରେ ଅଧିକାଂଶ ଗମ୍ଭୀର ଆହାତ ମଧ୍ୟ ହୋଇଛନ୍ତି । ଆହତଙ୍କୁ ବର୍ତ୍ତମାନ ହସ୍ପିଟାଲରେ ଭର୍ତ୍ତି କରାଇ ଦିଆଯାଇଥିବାବେଳେ ଏହି ଦୁଖଦାୟକ ଘଟଣାଟି ବର୍ତ୍ତମାନ ଜମ୍ମୁ କାଶ୍ମୀରର କିସ୍ତିୱାଡାରେ ଘଟିଛି ।
ମିଳିଥିବା ସୂଚନା ମୁତାବକ ବସଟିରେ ମାତ୍ରାଧିକ ଯାତ୍ରୀ ସବାର ହୋଇଥିବା ହେତୁ ବସଟି ନିଜ ନିୟନ୍ତ୍ରଣ ହରାଇ ଏକ ଘାଟି ତଳକୁ ଗଳି ପଡିଥିଲା । ସ୍ଥାନୀୟ ପୋଲିସ ଏବଂ ପ୍ରଶାସନର ମିଳିତ ଉଦ୍ୟମରେ ବର୍ତ୍ତମାନ ଉଦ୍ଧାର କାର୍ଯ୍ୟ ଚାଲୁଥିବାବେଳେ ଆହତଙ୍କୁ ବର୍ତ୍ତମାନ ହସ୍ପିଟାଲରେ ଭର୍ତ୍ତି କରାଇ ଦିଆଯାଇଛି ।


Share It

Comments are closed.