ରାଶି ଅନୁଯାୟୀ କେଉଁ ରଙ୍ଗର ରାକ୍ଷୀ କିଣିବା ହୋଇଥାଏ ଶୁଭଙ୍କର ଜାଣନ୍ତୁ


ରାକ୍ଷୀର ପର୍ବ ଆସିଲାଣି । ଏମିତିରେ ପ୍ରତ୍ୟେକ ଭଉଣୀ ନିଜ ଭାଇ ହାତରେ ରାକ୍ଷୀ ବାନ୍ଧିବା ପାଇଁ ପ୍ରସ୍ତୁତି ଆରମ୍ଭ କରିଦେବେଣି । ଏହି ଦିନ ପ୍ରତ୍ୟେକ ଭଉଣୀ ନିଜ ଭାଇ ହାତରେ ରାକ୍ଷୀ ବାନ୍ଧି ସେମାନଙ୍କର ଦୀର୍ଘାୟୁଶ କାମନା କରନ୍ତି । ଯେହେତୁ ଆପଣ ନିଜଭାଇଙ୍କର ଏତେ ଚିନ୍ତା କରନ୍ତି ତେଣୁ ଆମେ ଆପଣଙ୍କୁ ଜଣାଇବାକୁ ଯାଉଛୁ ଯେ ରାଶି ଅନୁସାରେ କେଉଁ ରଙ୍ଗର ରାକ୍ଷୀ ଆପଣଙ୍କ ଭାଇଙ୍କ ପାଇଁ ଶୁଭ ହେବ ।
ମେଷ-ଏହି ରାଷିର ସ୍ୱାମୀ ମଙ୍ଗଳ ହୋଇଥାନ୍ତି । ତେଣୁ ଏହି ରାଶିର ବ୍ୟକ୍ତିଙ୍କୁ ଲାଲ୍ ରଙ୍ଗର ରାକ୍ଷୀ ବାନ୍ଧିବା ଶୁଭକର ଅଟେ । ଏହାଦ୍ୱାରା ତାଙ୍କ ଜୀବନରେ ଉର୍ଜା ଭରି ରହିଥାଏ ।
ବୃଷ-ଏହି ରାଶିର ସ୍ୱାମୀ ଶୁକ୍ର । ଏହି ରାଶିର ବ୍ୟକ୍ତିଙ୍କୁ ନୀଳ ରଙ୍ଗର ରାକ୍ଷୀ ବାନ୍ଧିବା ଦ୍ୱାରା ତାଙ୍କୁ ଉତ୍ତମ ପରିଣାମ ମିଳିଥାଏ ।
ମିଥୁନ-ଏହି ରାଶିର ସ୍ୱାମୀ ବୁଧ । ଏମିତିରେ ଆପଣଙ୍କ ଭାଇଙ୍କୁ ସବୁଜ ରଙ୍ଗର ରାକ୍ଷୀ ବାନ୍ଧି ପାରିବେ । ଯଦ୍ୱାରା ସୁଖ, ସମୃଦ୍ଧି ଏବଂ ଦୀର୍ଘାୟୁଶ ପ୍ରାପ୍ତ ହୋଇଥାଏ ।
କର୍କଟ-ଏହି ରାଶିର ସ୍ୱାମୀ ଚନ୍ଦ୍ର ଓ ଏହି ରାଶି ପାଇଁ ହଳଦିଆ କିମ୍ବା ଧଳା ରଙ୍ଗର ରାକ୍ଷୀ ଠିକ୍ ରହିବ ।
ସିଂହ-ଏହି ରାଶିର ସ୍ୱାମୀ ସୂର୍ଯ୍ୟ ଓ ଏହି ରାଶି ପାଇଁ ହଳଦିଆ-ଲାଲ୍ ରଙ୍ଗର ରାକ୍ଷୀ କିଣନ୍ତୁ ।
କନ୍ୟା-ଏହି ରାଶିର ସ୍ୱାମୀ ବୁଧ ହୋଇଥାନ୍ତି । ଭାଇଙ୍କୁ ନିଜ ଭଉଣୀହାତରୁ ସବୁଜ ରଙ୍ଗର ରାକ୍ଷୀ ବାନ୍ଧିବାଦ୍ୱାରା ସବୁ ପ୍ରକାରର ଗ୍ରହ ଦୋଷ ଦୂର ହୋଇଯାଇଥାଏ ଏବଂ ଭାଇଭଉଣୀ ମଧ୍ୟରେ ସ୍ନେହ ବଢ଼ିଥାଏ ।
ତୁଳା-ଏହି ରାଶିର ବ୍ୟକ୍ତିଙ୍କୁ ନୀଳ କିମ୍ବା ଧଳା ରଙ୍ଗର ରାକ୍ଷୀ ବାନ୍ଧିବା ଶୁଭ ହୋଇଥାଏ । ଏହି ରାଶିର ସ୍ୱାମୀ ଶୁକ୍ର ।
ବିଛା-ଏହି ରାଶିର ଭାଇଙ୍କୁ ନିଜ ଭଉଣୀଠାରୁ ଗୋଲାପୀ ରଙ୍ଗର ରାକ୍ଷୀ ବାନ୍ଧିବା ଦ୍ୱାରା ନିଜ କୁଣ୍ଡଳୀର ସବୁ ଦୋଷ ଦୂର ହୋଇଯାଏ ।
ଧନୁ-ଏହି ରାଶିର ସ୍ୱାମୀ ବୃହସ୍ପତି ତେଣୁ ଏହି ରାଶିର ଭାଇଙ୍କୁ ସୁନେଲୀ ହଳଦିଆ ରଙ୍ଗର ରାକ୍ଷୀ ବାନ୍ଧିବା ଦରକାର ।
ମକର-ଶନିଦେବ ଏହି ରାଶିର ସ୍ୱାମୀ ହୋଇ୍ଥାନ୍ତି ଯାହାଙ୍କୁ ନ୍ୟାୟର ଦେବତା ଭାବେ ପୂଜା କରାଯାଇଥାଏ । ଭଉଣୀ ନିଜ ଭାଇଙ୍କୁ ନୀଳ ରଙ୍ଗର ରାକ୍ଷୀ ବାନ୍ଧିବା ଦ୍ୱାରା ଭାଇଭଉଣୀଙ୍କ ମଧ୍ୟରେ ଅତୁଟ ସମ୍ପର୍କ ବନିରହିଥାଏ ।
କୁମ୍ଭ-ଶନିଦେବଙ୍କୁ ମଧ୍ୟ ଏହି ରାଶିର ସ୍ୱାମୀ ଭାବେ ଗ୍ରହଣ କରାଯାଇଥାଏ । ଏମିତିରେ ଭାଇମାନଙ୍କୁ ଗାଢ଼ ସବୁଜରଙ୍ଗର ରୁଦ୍ରାକ୍ଷ ମାଳି ପିନ୍ଧିବା ଦରକାର ।
ମୀନ- ଏହି ରାଶି ପାଇଁ ସୁନେଲୀ ସବୁଜ ରଙ୍ଗର ରାକ୍ଷୀ କିଣିବା ଦରକାର । ଏହା ବ୍ୟତୀତ ହଳଦିଆ ରଙ୍ଗର ରାକ୍ଷୀକୁ ମଧ୍ୟ ଶୁଭ ଧରାଯାଇଥାଏ ।


Share It

Comments are closed.