ଦ୍ରାବିଡଙ୍କୁ ବିସିସିଆଇର ନୋଟିସକୁ ନେଇ ଅସନ୍ତୋଷ ବ୍ୟକ୍ତ କଲେ ଗାଙ୍ଗୁଲି ଏବଂ ହରଭଜନ


ସ୍ୱାର୍ଥଗତ ସମସ୍ୟା ମାମଲାରେ ପୂର୍ବତ୍ତନ ଭାରତୀୟ କ୍ରିକେଟର ରାହୁଲ ଦ୍ରାବିଡଙ୍କୁ ବିସିସିଆଇର ଏଥିକସ ଅଧିକାରୀଙ୍କ ପକ୍ଷରୁ ନୋଟିସ ଜାରି କରାଯାଇଛି । ଦ୍ରାବିଡ ନ୍ୟାସନାଲ କ୍ରିକେଟ ଏକାଡିମ (ଏନସିଏ)ର ପ୍ରମୁଖ ହେବା ସତ୍ତେ୍ୱ ଇଣ୍ଡିଆ କ୍ରିକେଟ ସିମେଣ୍ଟର ଉପାଧ୍ୟକ୍ଷ ଅଟନ୍ତି । ଆଇପିଏଲରେ ଚେନ୍ନାଇ ସୁପର କିଙ୍ଗସର ଟିମ ଇଣ୍ଡିଆ ସିମେଣ୍ଟର ଅଟେ । ଦ୍ରାବିଡଙ୍କୁ ବିସିସିଆଇ ପକ୍ଷରୁ ନୋଟିସ ପଠାଯିବା ପରେ ଭାରତୀୟ ଦଳର ପୂର୍ବତ୍ତନ ଅଧିନାୟକ ସୌରଭ ଗାଙ୍ଗୁଲି ଏବଂ ସ୍ପିନର ହରଭଜନ ସିଂହ ନିଜର ଅସନ୍ତୋଷ ପ୍ରକାଶ କରିଛନ୍ତି । ଉଭୟ ଟ୍ୱିଟ କରି କହିଛନ୍ତି, “ଭାରତୀୟ କ୍ରିକେଟ ଟିମକୁ ଭଗବାନ ବଞ୍ଚାନ୍ତୁ ।”
ସୂଚନା ଥାଉକି, ମଧ୍ୟପ୍ରଦେଶ କ୍ରିକେଟ ଆସୋସିଏସନର ସଦସ୍ୟ ସଞ୍ଜୟ ଗୁପ୍ତା ଦ୍ରାବିଡଙ୍କ ବିରୋଧରେ ସ୍ୱାର୍ଥଗତ ସମସ୍ୟା ଅଭିଯୋଗ ଆଣି ବିସିସିଆଇର ଦ୍ୱାରସ୍ଥ ହୋଇଥିଲେ । ତେଣୁ ଦ୍ରାବିଡଙ୍କ ବିରୋଧରେ ସ୍ୱାର୍ଥଗତ ସମସ୍ୟା ଅଭିଯୋଗ ଯଥାର୍ଥ ବୋଲି ସଞ୍ଜୟ ଦର୍ଶାଇଛନ୍ତି । ସଞ୍ଜୟଙ୍କ ଅଭିଯୋଗ ପରେ ବିସିସିଆଇ ଏଥିକସ ଅଧିକାରୀ ଡିକେ ଜୈନଙ୍କ ତରଫରୁ ଦ୍ରାବିଡଙ୍କୁ ନୋଟିସ ଜାରି କରି ଉତ୍ତର ମଗାଯାଇଛି ।
ଏହି ଘଟଣାକୁ ନେଇ ଗାଙ୍ଗୁଲି ଟ୍ୱିଟ କରି ନିଜ ଅସନ୍ତୋଷ ବ୍ୟକ୍ତ କରିବା ସହ ଲେଖିଛନ୍ତି ଯେ, “ଭାରତୀୟ କ୍ରିକେଟ ଟିମରେ ସ୍ୱାର୍ଥଗତ ସମସ୍ୟା ବର୍ତ୍ତମାନ ନୂଆ ଫ୍ୟାସନ ହୋଇଯାଇଛି । କେତେକକ ବ୍ୟକ୍ତିଙ୍କୁ ଖବରରରେ ରହିବା ପାଇଁ ଖ୍ୟାତିନାମା କ୍ରିକେଟରଙ୍କ ବିରୋଧରେ ସ୍ୱାର୍ଥଗତ ସମସ୍ୟା ଅଭିଯୋଗ ଆଣୁଛନ୍ତି । ଭାରତୀୟ କ୍ରିକେଟ ଟିମକୁ ଭଗବାନ ସାହାଯ୍ୟ କରନ୍ତୁ ।”
ଏହି ଘଟଣାକୁ ନେଇ ଗାଙ୍ଗୁଲିଙ୍କୁ ସମର୍ଥନ ଜଣାଇ ହରଭଜନ କହିଛନ୍ତି, “କ’ଣ ଏହା ସତ ଅଟେ ? ଜଣା ନାହିଁ କ’ଣ ଚାଲିଛି ? ଆପଣଙ୍କୁ ଭାରତୀୟ କ୍ରିକେଟ ଟିମରେ ତାଙ୍କ ଠାରୁ ଭଲ ବ୍ୟକ୍ତିତ୍ୱ ମିଳିବେ ନାହଁ । କ୍ରିକେଟର ଉନ୍ନତି ପାଇଁ ତାଙ୍କର ଆବଶ୍ୟକତା ରହିଛି । ହଁ, ଭାରତୀୟ କ୍ରିକେଟ ଟିମଙ୍କୁ ଭଗବାନ ବଞ୍ଚାନ୍ତୁ ।”


Share It

Comments are closed.