କେଉଁ କଥା ସହଜରେ ମାନନ୍ତି ନାହିଁ ପୁରୁଷ


ଆଜି ମଧ୍ୟ ସମାଜରେ ବିଭିନ୍ନ କ୍ଷେତ୍ରରେ ମହିଲା ଏବଂ ପୁରୁଷ ମାନଙ୍କ ମଧ୍ୟରେ ଭେଦଭାବ ପରିଲକ୍ଷିତ ହୁଏ । ପୁଅମାନଙ୍କୁ ଘର ପରିବାର ସମାଜ ସବୁ କ୍ଷେତ୍ରରୁ ସମର୍ଥନ ମିଳୁଥିବା ବେଳେ ମହିଳ।ମାନଙ୍କୁ ସବୁ କ୍ଷେତ୍ରରେ କମ ସମର୍ଥନ ମିଳିଥାଏ । ମହିଳା ମାନଙ୍କୁ ଦୁର୍ବଳ ମନେ କରାଯାଉଥିବା ବେଳେ ପୁରୁଷମାନଙ୍କୁ ‘ମର୍ଦ୍ଦ କୋ ଦର୍ଦ୍ଦ ନେହିଁ ହୋତା’ ସଂଜ୍ଞା ଦିଆଯାଇଥାଏ । ପୁରୁଷଙ୍କୁ ବାହାରେ ରୋଜଗାର କରିବା ଓ ସ୍ୱାଧୀନରେ ଜୀବନ ବିତାଇବାକୁ ଦିଆଯାଉଥିବା ବେଳେ ମହିଳାଙ୍କୁ ଘର କୋଣରେ ପଡିରହି ଘରର ସମସ୍ତ କାର୍ଯ୍ୟ କରିବାକୁ କୁହାଯାଏ । କିନ୍ତୁ ସମାଜରେ ଏପରି ବହୁ ପୁରୁଷ ଅଛନ୍ତି ଯେଉଁମାନେ ଘର କାମ କରିବା ଯେପରିକି ଘରର ରୋଷେଇବାସ କରିବା ଏବଂ ଘର ସଫା ସୁତୁରା କରିବାକୁ ଭଲ ଲାଗୁଥିଲେ ମଧ୍ୟ ସେମାନେ ସମାଜର ବକ୍ର ଦୃଷ୍ଟି ଭୟରେ କିଛି କରନ୍ତି ନାହିଁ ।

• ଆମ ସମାଜରେ ପୁରୁଷମାନେ ମହିଳାମାନଙ୍କ ଠାରୁ ଅଧିକ ରୋଜଗାର କରିବା ଯେପରି କି ଏକ ଅଘୋଷିତ ନିୟମ ପାଲିଟିଯାଇଛି  । ପ୍ରତି ସଂସ୍ଥାରେ ମହିଳା ଏବଂ ପୁରୁଷଙ୍କ ବେତନ ମଧ୍ୟରେ ଫରକ ପରିଲକ୍ଷିତ ହେବାର ଦେଖିବାକୁ ମିଳିଛି । କିନ୍ତୁ ଆଧୁନିକ ସାମାଜରେ ବହୁ କ୍ଷେତ୍ରରେ ପତ୍ନୀ ନିଜ ପତିଙ୍କ ଠାରୁ ଅଧିକ ରୋଜଗାର କରୁଥିବାର ନଜର ପରିଲକ୍ଷିତ ହେଉଛି । ଏହାଦ୍ୱାର ପୁରୁଷଙ୍କ ମଧ୍ୟରେ ଏକ ଅସହ୍ୟପଣ ସୃଷ୍ଟି ହେବାରେ ଲାଗିଛି ।  ବହୁ ପୁରୁଷ ଏହାକୁ ମାନିବାକୁ ମଧ୍ୟ ପ୍ରସ୍ତୁତ ହୋଇନଥାନ୍ତି ।
• ଖାଦ୍ୟ ପ୍ରସ୍ତୁତିକୁ ନେଇ ଆମ ସମାଜରେ ମଧ୍ୟ ଏକ ଧାରଣ ରହିଛି ଯେ ଏହା କେବଳ ମହିଳାଙ୍କ କାମ ଅଟେ । କିନ୍ତୁ ପ୍ରକୃତ କଥା ଏହା ନୁହେଁ । ବହୁ ପୁରୁଷଙ୍କୁ ଖାଦ୍ୟ ପ୍ରସ୍ତୁତ କରିବାକୁ ମଧ୍ୟ ଭଲ ଲାଗିଥାଏ ଏବଂ ସେମାନେ ରୋଷେଇ ଘରେ ନିଜ ସ୍ତ୍ରୀଙ୍କୁ ମଧ୍ୟ ସାହଯ୍ୟ କରିଥାନ୍ତି । କିନ୍ତୁ ସମାଜର ଭୟରେ ସେମାନେ ସ୍ୱୀକାର କରିନଥାନ୍ତି
• କୁହାଯାଏ   ‘ମର୍ଦ୍ଦ କୋ ଦର୍ଦ୍ଦ ନେହିଁ ହୋତା’ ଏହା ସମ୍ପୂର୍ଣ୍ଣ ଭୁଲ ଧାରଣା । ପୁରୁଷଙ୍କୁ ମଧ୍ୟ ମହିଳାଙ୍କ ପରି ଯନ୍ତ୍ରଣା ହୋଇଥାଏ । ଭାବପ୍ରବଣତା କଥା କହିଲେ ବହୁ ପୁରୁଷ ମହିଳାଙ୍କ ଠାରୁ ଅଧିକ ଭାବପ୍ରବଣତା ହୋଇଥାନ୍ତି । କିନ୍ତୁ ଏହା ପୁରୁଷମାନେ ସହଜରେ ସ୍ୱୀକାର କରନ୍ତି ନାହିଁ ।
• ଯଦି କୌଣସି ମହିଳା ନିଜ ପୁରୁଷ ବନ୍ଧୁର ପ୍ରଶଂସା ନିଜ ପତିଙ୍କ ସାମ୍ନାରେ କରେ ତେବେ ତାଙ୍କର ମଧ୍ୟ ଇର୍ଷା ହୋଇଥାଏ । କିନ୍ତୁ ପୁରୁଷ ମହିଳାଙ୍କ ପରି ଇର୍ଷା କରେ ନାହିଁ ବୋଲି କହିଥାଏ

Share It

Comments are closed.