ମହିଳାମାନେ କେଶ ଖୋଲା ରଖିବା ଅନୁଚିତ


ସୁନ୍ଦର ଏବଂ ଖୋଲା କେଶ ସବୁ ମହିଳାଙ୍କ ସୌନ୍ଦଯ୍ୟର ଅନ୍ୟ ଏକ ପ୍ରମୁଖ କାରଣ ହୋଇଥାଏ ।ମହିଳାମାନେ ସଜବାଜ ସମୟରେ କେଶ ସଜ୍ଜାକୁ ଅଧିକ ଗୁରୁତ୍ୱ ଦେଇଥାନ୍ତି । ବିଶେଷ କରି ପବପର୍ବାଣୀ କିମ୍ବା ଉତ୍ସବ ସମୟରେ ମହିଳାମାନେ ନିଜ କେଶକୁ ଖୋଲା ରଖନ୍ତି । କିନ୍ତୁ ଶାସ୍ତ୍ରରେ କେଶ ଖୋଲା ରଖିବା ବାରଣ ବୋଲି ପ୍ରାୟ ମହିଳାମାନେ ଜାଣିନଥାନ୍ତି ।

କେଶ ଖୋଲା ରଖିବା ମହିଳାଙ୍କ ପାଇଁ କାହିଁକି ଅନୁଚିତ ତେବେ ଆସନ୍ତୁ ଜାଣିବା
• ଧର୍ମ ଶାସ୍ତ୍ରରେ ଉଲ୍ଲେଖ ରହିଛି ଯେ, ମହିଳାମାନେ ସର୍ବଦା ନିଜ କେଶକୁ ବାନ୍ଧି ରଖିବା ଉଚିତ । ଶାସ୍ତ୍ରରେ ଦର୍ଶାଯାଇଛି ଯେ ଖୋଲା କେଶ  ଦୁଃଖ ଓ ଶୋକର ପରିଚୟ ହୋଇଥାଏ । ଆଜି ମଧ୍ୟ ହିନ୍ଦୁ ମାନ୍ୟତା  ଅନୁସାରେ କୌଣସି ଶୁଭ କାର୍ଯ୍ୟ କରିବା ପୂର୍ବରୁ ମହିଳାମାନେ ନିଜ କେଶକୁ ବ୍ୟବସ୍ଥିତ ରୂପେ ବାନ୍ଧି ରଖିଥାନ୍ତି ।
• ରାମାୟଣରେ  ଉଲ୍ଲେଖ ରହିଛି ଯେ, ଶ୍ରୀରାମଙ୍କ ସହ ସୀତାଙ୍କ ବିବାହ ସମୟରେ ସୀତାଙ୍କ ମା’ ତାଙ୍କ କେଶ ବାନ୍ଧୁଥିବା ସମୟରେ ତାଙ୍କୁ କେବେ କେଶ ଖୋଲା ନ ରଖିବାକୁ ପରାମର୍ଶ ଦେଇଥିଲେ । ସେ କହିଥିଲେ ନାରିଟିଏ ନିଜ କେଶକୁ ବାନ୍ଧି ରଖିବା ଦ୍ୱାରା ସମସ୍ତଙ୍କ ସହ ସଂପର୍କକୁ ମଧ୍ୟ ବାନ୍ଧି ରଖିଥାଏ
• ନବରାତ୍ରୀରେ କୌଣସି ସ୍ତ୍ରୀ କେଶ ଖୋଲା ରଖି ଶୋଇବା ଦ୍ୱାରା ତା’ଉପରେ ନାକାରତ୍ମକ ଶକ୍ତିର ପ୍ରଭାବ ଅଧିକ ହୋଇଥାଏ ।
• ମହିଳାମାନେ କେଶ ଖୋଲା ରଖିବା ଦ୍ୱାରା ଘରେ କଳି ଝଗଡା ଲାଗି ରହେ ବୋଲି ଶାସ୍ତ୍ରରେ କୁହାଯାଇଛି ।

Share It

Comments are closed.