ଭାରତୀୟ ବୋଲରଂ ଶାଣିତ ବୋଲିଂରେ ଧରାଶୟୀ ହେଲା ୱେଷ୍ଟଇଣ୍ଡିଜ, ୩୧୮ରେ ବିଜୟୀ ହେଲା ଭାରତ


ଭାରତ ଏବଂ ୱେଷ୍ଟଇଣ୍ଡିଜ ମଧ୍ୟରେ ଖେଳାଯାଉଥିବା ଟେଷ୍ଟ ସିରିଜର ପ୍ରଥମ ମ୍ୟାଚରେ ଭାରତ, ୱେଷ୍ଟଇଣ୍ଡିଜ ଠାରୁ ୩୧୮ ରନରେ ବିଜୟୀ ହୋଇଛି । ଏହି ମ୍ୟାଚରେ ଭାରତ, ୱେଷ୍ଟଇଣ୍ଡିଜକୁ ବୃହତ୍ତ ବ୍ୟବଧାନରେ ହରାଇଥିବାବେଳେ ଏହି ମ୍ୟାଚକୁ ବିଜୟୀ କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ ଇଶାନ୍ତ ଶର୍ମା, ଅଜିଙ୍ଗ ରାହାଣେ ଏବଂ ଜଶପ୍ରୀତ ବୁମରା ।ପ୍ରଥମ ପାଳିରେ ଭାରତ ୨୯୭ ରନ ସଂଗ୍ରହ କରିଥିବାବେଳେ ଅନ୍ୟପଟେ ୱେଷ୍ଟଇଣ୍ଡିଜ ୨୨୨ ରନ ସଂଗ୍ରହ କରି ଅଲଆଉଟ ହୋଇଯାଇଥିଲା । ସେହିଭଳି ଦ୍ୱିତୀୟ ପାଳିରେ ଭାରତ ୭ ୱିକେଟ ହରାଇ ୩୪୩ ରନ ସଂଗ୍ରହ କରି ୱେଷ୍ଟଇଣ୍ଡିଜକୁ ୪୧୯ ରନର ଟାର୍ଗେଟ ଦେଇଥିଲା ।ପ୍ରଥମ ଇନିଂସରେ ୭୫ ରନ୍ ଆଗରେ ରହିଥିବା ଭାରତ ୭ ୱିକେଟରେ ୩୪୩ ରନ୍‌କରି ୨ୟ ଇନିଂସ ଘୋଷଣା କରିଥିଲା। ଫଳରେ ୱେଷ୍ଟଇଣ୍ଡିଜ୍‌କୁ ୨ୟ ଇନିଂସରେ ୪୧୯ ରନ୍‌ର ବିଜୟଲକ୍ଷ୍ୟ ମିଳିଥିଲା। ଏହାପରେ ୱେଷ୍ଟଇଣ୍ଡିଜ୍ ଦୟନୀୟ ସ୍ଥିତିରେ ଇନିଂସ ଆରମ୍ଭ କରିଥିଲା। ବିଶେଷକରି ଯଶପ୍ରୀତ ବୁମ୍‌ରା ଓ ଈଶାନ୍ତ ଶର୍ମାଙ୍କ ଘାତକ ବୋଲିଂ ସମ୍ମୁଖରେ ୱେଷ୍ଟଇଣ୍ଡିଜ୍‌ର ବ୍ୟାଟ୍‌ସମ୍ୟାନ୍ ନିରୁତ୍ତର ହୋଇ ଯାଇଥିଲେ। ଦଳର ପ୍ରଥମ ୫ ବ୍ୟାଟ୍‌ସମ୍ୟାନ୍ ଏକ ଅଙ୍କ ସ୍କୋର୍‌ରେ ଆଉଟ ହୋଇଥିଲେ। କ୍ରେଗ୍ ବ୍ରାଥ୍‌ୱେଟ୍‌ ୧, ଜନ୍ କ୍ୟାମ୍ପବେଲ ୭, ସାମ୍‌ରା ବ୍ରୁକ୍‌ସ ୨, ଡ୍ୟାରେନ୍ ବ୍ରାଭୋ ୨ ଓ ସିମ୍ରନ୍ ହେତ୍‌ମେୟର ୧ ରନ୍‌କରି ବିଦାୟ ନେଇଥିଲେ। ପରେ ସାଇ ହୋପ୍ ୨ ଓ ଅଧିନାୟକ ଜେସନ୍ ହୋଲ୍‌ଡର ୮ ରନ୍‌କରି ଆଉଟ ହୋଇଥିଲେ। ଦୀର୍ଘ ସମୟ ବ୍ୟାଟିଂ କରିଥିବା ରୋଷ୍ଟନ୍ ଚେଜ୍ ୧୨ ରନ୍ କରି ବିଦାୟ ନେଇଥିଲେ। କିମାର ରୋଚ୍ ୫ଟି ଛକା ସହ ସର୍ବାଧିକ ୩୮ ରନ୍ କରିଥିଲେ। ଯଶପ୍ରୀତ ବୁମ୍‌ରା ୫ଟି, ଈଶାନ୍ତ ଶର୍ମା ୩ଟି ଓ ମହମ୍ମଦ ସାମି ୨ଟି ୱିକେଟ ନେଇଥିଲେ। ୩ୟ ଦିନ ଶେଷରେ ଭାରତ ୨ୟ ଇନିଂସରେ ୩ ୱିକେଟ ହରାଇ ୧୮୫ ରନ୍ କରିଥିଲା। ଅଧିନାୟକ ବିରାଟ କୋହଲି ଓ ଅଜିଙ୍କ୍ୟ ରାହାଣେ ୪ର୍ଥ ୱିକେଟ ପାଇଁ ୧୦୬ ରନ୍ ଯୋଗ କରିଥିଲେ। କୋହଲି ୧୧୩ ବଲ୍‌ରୁ ୨ଟି ଚୌକା ସହ ୫୧ ରନ୍ କରିଥିଲେ। ଅଜିଙ୍କ୍ୟ ରାହାଣେ ଓ ହନୁମା ବିହାରୀ ଚମତ୍କାର ବ୍ୟାଟିଂ କରିଥିଲେ। ରାହାଣେ ୫ଟି ଚୌକା ସହ ୧୦୨ ଓ ହନୁମା ବିହାରୀ ବିହାରୀ ଗୋଟିଏ ଛକା ଓ ୧୦ଟି ଚୌକା ସହ ୯୩ ରନ୍ କରିଥିଲେ। ରାହାଣେଙ୍କର ଏହା ୧୦ମ ଟେଷ୍ଟ ଶତକ। ୨ ବର୍ଷ ପରେ ରାହାଣେଙ୍କ ଏହା ପ୍ରଥମ ଶତକ। ରୋଷ୍ଟନ୍ ଚେଜ୍ ୪ଟି ୱିକେଟ ନେଇଥିଲେ।


Share It

Comments are closed.