ଉତ୍ତମ କ୍ୟାରିୟର ପାଇଁ କଣ କହେ ବାସ୍ତୁଶାସ୍ତ୍ର

ବର୍ତ୍ତମାନ ଅଫିସର ଆଶା ଏତେ ବଢ଼ିଗଲାଣି ଯେ ଗୋଟେ ଭଲ ଚାକିରୀ କରି ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିବା ଏତେ ସହଜ ନୁହେଁ ।


ବର୍ତ୍ତମାନ ଅଫିସର ଆଶା ଏତେ ବଢ଼ିଗଲାଣି ଯେ ଗୋଟେ ଭଲ ଚାକିରୀ କରି ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିବା ଏତେ ସହଜ ନୁହେଁ । ଆପଣ ନିଜକୁ ପ୍ରତିଷ୍ଠିତ କରାଇବା ପାଇଁ କଷ୍ଟରୁ କଷ୍ଟସାଧ୍ୟ ପ୍ରଚେଷ୍ଟା ସତ୍ତେ୍ୱ ନିଜର ଲକ୍ଷ୍ୟ ହାସଲରେ ବିଫଳ ହୁଅନ୍ତି । ଏହିଭଳି ସ୍ଥଳେ ଆପଣଙ୍କୁ ନିଜ ଅଫିସର ବସିବା ସ୍ଥାନରେ ଟିକେ ଧ୍ୟାନ ଦେବାକୁ ପଡ଼ିବ । ତେବେ ଆସନ୍ତୁ ଜାଣିବା ସେହି ବିଷୟରେ କିଛି ଅଫିସରେ ବସିବା ପୂର୍ବରୁ ଏହି କଥା ପ୍ରତି ଧ୍ୟାନ ଦିଅନ୍ତୁ ଯେପରି ଆପଣ ଯେଉଁ ସ୍ଥାନରେ ବସନ୍ତି ତାର ଠିକ ପଛପାଖେ କାନ୍ଥ ଥିବା ଦରକାର । ଏହାଦ୍ୱାରା ଆପଣଙ୍କୁ ସମର୍ଥନ ମିଳିଥାଏ । ଏହା ବ୍ୟତୀତ ଯଦି ଆପଣଙ୍କ ଚଉକି ଉପର ଆଡ଼କୁ ଆଗକୁ ଉଠିକରି ରହିଛି ତେବେ ଏହାର ଅର୍ଥ ଆପଣଙ୍କୁ ଆଗକୁ ନିଜ କାମରେ ଅନେକ ସଫଳତା ମିଳିବ । ଅଫିସରେ ପ୍ଲାଷ୍ଟିକର ବ୍ୟବହାର ନକରି କାଠର ଆସବାପତ୍ର ବ୍ୟବହାର କରିବା ଶୁଭ ଫଳପ୍ରଦ ହୋଇଥାଏ । ସବୁବେଳେ ଭଙ୍ଗା ଜିନିଷ ଠାରୁ ନିଜକୁ ଦୂରେଇ ରଖିବା ଉଚିତ । ଯଦି ଆପଣ ନିଜର ଅଫିସ ଚଲାଉଥାନ୍ତି ତେବେ ଦିଗ ପ୍ରତି ବିଶେଷ ଧ୍ୟାନ ଦେବା ଉଚିତ । କାମ କରିବା ସମୟରେ ନିଜର ମୁହଁ ଉତ୍ତର କିମ୍ବା ପୂର୍ବ ଦିଗ ଆଡ଼କୁ ରହିବା ଦରକାର ।


Share It

Comments are closed.