ମୁଣ୍ଡରେ କଳା କପଡା ପିନ୍ଧି କମାଣ୍ଡୋ ବେଶରେ ନଜର ଆସିଲେ ଧୋନି, ଭିଡିଓ ଭାଇରାଲ


ଗତ ଶନିବାର ଦିନ ଧୋନି ଜୟପୁରରେ ପହଞ୍ଚିଥିଲେ । ଧୋନି ପହଞ୍ôଚବା ପରେ ଏୟାରପୋର୍ଟରେ ତାଙ୍କୁ ଦେଖିବା ପାଇଁ ଲୋକଙ୍କ ମଧ୍ୟର ଖୁବ ଭିଡ ମଧ୍ୟ ଜମିଥିଲା । ପ୍ରଶଂସମାନେ ତାଙ୍କ ସହ ଫଟୋ ମଧ୍ୟ ଉଠାଇଥିଲେ । କେବଳ ଏତିକି ନୁହେଁ ଧୋନିଙ୍କ ବେଶ ପୋଷାକ ଦେଖିଲେ ଆପଣ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯିବେ । କାରଣ ଧୋନି କମାଣ୍ଡୋମାନଙ୍କ ଭଳି ବେଶ ପୋଷାକ ପରିଧାନ କରିବା ସହ ମୁଣ୍ଡରେ ଏକ କଳା ରଙ୍ଗର କପଡା ମଧ୍ୟ ପିନ୍ଧିଥିବାର ଦେଖିବାକୁ ମିଳିଥିଲା । ଏହାର ଏକ ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଖୁବ ଜୋରସେ ଭାଇରାଲ ହେବାରେ ମଧ୍ୟ ଲାଗିଛି ।


ପ୍ରକାଶ ଥାଉକି, ଧୋନି ବିଶ୍ୱକପ ପରେ କ୍ରିକେଟରୁ ୨ ମାସ ବ୍ରେକ ନେଇଥିଲେ, ଯାହା ଦ୍ୱାରା କି ସେ ତାଙ୍କ ରେଜିମେଣ୍ଟ ପାଇଁ କିଛି ସମୟ ଦେଇପାରିବେ । ଧୋନି ୩୦ ଜୁଲାଇରୁ ୧୫ ଅଗଷ୍ଟ ପର୍ଯ୍ୟନ୍ତ କାଶ୍ମୀରର ଆତଙ୍କବାଦୀ ବିରୋଧୀ ୟୁନିଟରେ ନିୟୋଜିତ ଥିବାବେଳେ ସେ ପାରାକମାଣ୍ଡୋ ବାଟାଲିୟନରେ ୧୫ ଦିନ ପର୍ଯ୍ୟନ୍ତ ନିଜର ଦାୟିତ୍ୱ ତୁଲାଇଥିଲେ ।


Share It

Comments are closed.