ହ୍ରିତିକଙ୍କ ସାମନାରେ ଫିକା ପଡିଲେ ପ୍ରିୟଙ୍କା


ନିକଟ କିଛି ଦିନ ତଳେ ବଡ ପରଦାରେ ରିଲିଜ ହୋଇଥିବା ‘ୱାର’ର ୧୦ମ ଦିନର ବକ୍ସ ଅଫିସ କଲେକସନ ସାମନାକୁ ଆସିତଯାଇଛି । ଆକ୍ସନ ଫିଲ୍ମ ହୋଇଥିବା ସତ୍ତେ୍ୱ ମଧ୍ୟ ହ୍ରିତିକ ଏବଂ ଟାଇଗରଙ୍କର ଏହି ଫିଲ୍ମ ବକ୍ସ ଅଫିସରେ ଧମାଲ କରିଦେଇଛି । ଗତ କାଲି ତଥା ୧୧ ଅକ୍ଟୋବରରେ ପ୍ରିୟଙ୍କା ଚୋପ୍ରା ଏବଂ ଫରହନ ଅଖତରଙ୍କ ବହୁ ପ୍ରତୀକ୍ଷିତ ଫିଲ୍ମ ‘ଦ ଷ୍କାଏ ଇଜ ପିଙ୍କ’ ବକ୍ସ ଅଫିସରେ ରିଲିଜ ହୋଇଥିବାବେଳେ ଏହାର ପ୍ରଥମ ଦିନର ବକ୍ସ ଅଫିସ କଲେକସନ ମଧ୍ୟ ସାମନାକୁ ଆସିଛି । ୱାର ସାମନାରେ ‘ଦ ଷ୍କାଏ ଇଜ ପିଙ୍କ’ ଫିକା ପଡିଯାଇଛି ।

କାରଣ ୱାର ୯ ଦିନରେ ୨୩୮.୩୫ କୋଟି ଆୟ କରିସାରିଥିବାବେଳେ ପ୍ରିୟଙ୍କାଙ୍କ ଫିଲ୍ମ ପ୍ରଥମ ଦିନରେ ମାତ୍ର ଅଢେଇ କୋଟି ଆୟ କରି ପାରିଛି । ପ୍ରକାଶ ଥାଉକି, ପ୍ରିୟଙ୍କା ‘ଦ ଷ୍କାଏ ଇଜ ପିଙ୍କ’ ଜରିଆରେ ପୁଣି ଥରେ ବଲିଉଡରେ ଏଣ୍ଟ୍ରି ମାରିଥିବାବେଳେ ଫିଲ୍ମର ନିର୍ଦ୍ଦେଶକ ସୋନାଲୀ ବୋଷ ଖୁବ ଉନ୍ନତ ନିର୍ଦ୍ଦେଶନା ମଧ୍ୟ ଦେଇଥିଲେ ।


Share It

Comments are closed.