ବେଳାଭୂମିରୁ ଅଳିଆ ହଟାଇ ସ୍ୱଚ୍ଛତାର ବାର୍ତ୍ତା ଦେଲେ ପ୍ରଧାନମନ୍ତ୍ରୀ, ଭିଡିଓ ଭାଇରାଲ


ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶନିବାର ଦିନ ତାମିଲନାଡୁର ମହାବଲିପୁରମ ବେଳାଭୂମିରେ ପ୍ରାତଃ ଭ୍ରମଣ ସମୟରେ ସ୍ୱଚ୍ଛତା ଅଭିଯାନ କରିଛନ୍ତି । ଏହି ସ୍ୱଚ୍ଛତା ଅଭିଯାନ ଦ୍ୱାରା ସେ ସମୁଦ୍ର ବେଳାଭୂମିରେ ସଫେଇ କାର୍ଯ୍ୟକ୍ରମ କରିବା ସହ ସମସ୍ତ ପ୍ଲାଷ୍ଟିକ ବର୍ଜ୍ୟବସ୍ତୁ ମଧ୍ୟ ସଂଗ୍ରହ କରିଛନ୍ତି । ପ୍ରଧାନମନ୍ତ୍ରୀ ଆଜି ବେଳାଭୂମିରେ ଖାଦି ପାଦରେ ପ୍ରାୟ ୩୦ ମିନିଟ ଧରି ପ୍ରାତଃ ଭ୍ରମଣ କରିଥିଲେ । ବେଳା ଭୂମିରେ ପ୍ରାତଃ ଭ୍ରମଣ କରୁଥିବା ସମୟରେ ସେ ଆଖପାଖରେ ପଡିଥିବା ପ୍ଲାଷ୍ଟି ବର୍ଜ୍ୟବସ୍ତୁକୁ ଏକାଠି କରି ବେଳଭୂମିକୁ ସଫା କରିଥିଲେ ।

ପ୍ରଧାନମନ୍ତ୍ରୀ ନିଜର ଏହି ସ୍ୱଚ୍ଛତା ଅଭିଯାନର ଏକ ଭିଡିଓ ସୋସିଆଲ ମିଡିଆରେ ସେୟାର କରି ସେ ଲେଖିଛନ୍ତି ଯେ, “ମହାବଲିପୁରମ ବେଳଭୂମିରେ ପ୍ରାୟ ୩୦ ମିନିଟରୁ ଅଧିକ ସମୟ ଧରି ପ୍ରାତଃ ଭ୍ରମଣ କରିଲି । ଏହି ଭ୍ରମଣ ସମୟରେ ବେଳାଭୂମିରୁ ଏକାଠି କରିଥିବା ବର୍ଜ୍ୟବସ୍ତୁକୁ ମୁଁ ଜୟରାଜଙ୍କୁ ଦେଲି, ଯିଏକି ହୋଟେଲରେ ମୋର ସହାୟକଙ୍କ ମଧ୍ୟରେ ଜଣେ ଅଟନ୍ତି । ଆମ ସମସ୍ତଙ୍କ କର୍ତ୍ତବ୍ୟ ଏହା ଯେ, ସମସ୍ତେ ମିଶିକରୀ ସାର୍ବଜନୀକ ସ୍ଥଳୀକୁ ସ୍ୱଚ୍ଛ ରଖିବା ଏବଂ ନିଜ ସୁସ୍ଥ ଏବଂ ଫିଟ ରଖିବା ।”ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଚୀନ ରାଷ୍ଟ୍ରପତି ସି ଜିନପିଙ୍ଗଙ୍କ ସହ ଦ୍ୱିତୀୟ ଦିନର ଔପଚାରିକ ସାକ୍ଷାତ କରିବା ପାଇଁ ସେ ମହାବଲିପୁରମ ଆସିଥିଲେ । ଆଜି ଉଭୟ ନେତାଙ୍କ ଔପଚାରିକ ସାକ୍ଷାତର ଦ୍ୱିତୀୟ ଦିନ ଅଟେ ।


Share It

Comments are closed.