ଫୋର୍ବସ ଇଣ୍ଡିଆ ଧନୀ ତାଲିକାରେ ଶ୍ରେଷ୍ଠ ସ୍ଥାନ ବଜାୟୀ ରଖିଲେ ଅମ୍ବାନୀ


ଦେଶର ଅର୍ଥନୀତି ବର୍ତ୍ତମାନ ମାନ୍ଦାବସ୍ଥା ଦେଇ ଗତି କରୁଥିବାବେଳେ ୨୦୧୯ ଫୋର୍ବସ ଇଣ୍ଡିଆ ରିଚ ଲଷ୍ଟରେ ସାମିଲ ଭାରତୀୟ ଏବେ ପ୍ରକାଶ ପାଇଛି । ତେବେ ଦେଶରେ ଅର୍ଥନୀତିରେ ମାନ୍ଦାବସ୍ଥା ଯୋଗୁଁ ଏହି ଲିଷ୍ଟରେ ସାମିଲ ଥିବା କୋଟିପତିଙ୍କ ସମ୍ପତିରେ ୮ ପ୍ରତିଶତ ହ୍ରାସ ଘଟିଛି । ଭାରତର ୧୦୦ ଧନୀଙ୍କ ମଧ୍ୟରୁ ପ୍ରାୟ ଅଧାଙ୍କ ସମ୍ପତିରେ ହ୍ରାସ ଦେଖାଦେଇଥିବାବେଳେ ସେପେଟ ମୁକେଶ ଅମ୍ବାନୀ ପୁଣିଥରେ ନିଜ ଶୀର୍ଷକ ସ୍ଥାନ ବଜାୟୀ ରଖିଛନ୍ତି । ମୁକେଶ କ୍ରମାଗତ ଭାବେ ୧୨ତମ ବର୍ଷରେ ଭାରତର ସବୁଠାରୁ ଧନୀ ବ୍ୟକ୍ତି ରୂପେ ଶୀର୍ଷରେ ରହିଛନ୍ତି । ତାଙ୍କ ପାଖରେ ୫୧.୪ ଅରବ ଡଲାରର ସମ୍ପତ୍ତି ରହିଥିବାବେଳେ ଜିଓ କାରଣରୁ ତାଙ୍କ ସମ୍ପତିରେ ୪.୧ ଅରବ ଡଲାର ବୃଦ୍ଧି ଘଟିଛି । ସେହିଭଳି ଦ୍ୱିତୀୟ ସ୍ଥାନରେ ଗୌତମ ଆଦାନୀ ରହିଥିବାବେଳେ ସେ ୮ମ ସ୍ଥାନରୁ ସିଧାସଳଖ ଦ୍ୱିତୀୟ ସ୍ଥାନକୁ ଡେଇଁଛନ୍ତି । ତାଙ୍କର ମୋଟ ସମ୍ପିତ ୧୫.୭ ଅରବ ଡଲାର ରହିଥିବାବେଳେ ସେ ଏୟାରପୋର୍ଟ ଠାରୁ ଆରମ୍ଭ କରି ଡାଟା ସେଣ୍ଟର ଭଳି ନୂଆ ବ୍ୟବସାୟରେ ମଧ୍ୟ ସେ ପ୍ରବେଶ କରି ସାରିଛନ୍ତି । ସେହିଭଳି ୧୫.୬ ଅରବ ଡଲାର ସହ ହିନ୍ଦୁଜା ବ୍ରଦର୍ସ ତୃତୀୟ ସ୍ଥାନରେ ରହିଥିବାବେଳେ ୧୫ ଅରବ ଡଲାର ସହ ପଲୋନଜୀ ମସ୍ତ୍ରୀ ଚତୁର୍ଥ ସ୍ଥାନରେ ରହିଛନ୍ତି ।


Share It

Comments are closed.