ଗଲି କ୍ରିକେଟର ମଜା ନେଲେ ବିରାଟ, ଭିଡିଓ ଭାଇରାଲ


ବାଙ୍ଗଲାଦେଶ ସହ ତିନି ମ୍ୟାଚ ବିଶିଷ୍ଟ ଟି-୨୦ ସିରିଜକୁ ଭାରତ ୨-୧ରେ ବିଜୟୀ ହେବା ପରେ ବର୍ତ୍ତମାନ ଭାରତ ଏବଂ ବାଙ୍ଗଲାଦେଶ ମଧ୍ୟରେ ଗୁରୁବାର ଠାରୁ ଟେଷ୍ଟ ଶୃଙ୍ଖଳ ଆରମ୍ଭ ହେବାକୁ ଯାଉଛି । ଟି-୨୦ ସିରିଜରୁ ବିଶ୍ରାମ ନେଇଥିବା ଭାରତୀୟ ଦଳ ଅଧିନାୟକ ବିରାଟ କୋହଲି ବର୍ତ୍ତମାନ ଆଗାମୀ ଟେଷ୍ଟ ସିରିଜ ପାଇଁ ଅଭ୍ୟାସ କରୁଥିବାର ଦୃଶ୍ୟ ଦେଖିବାକୁୁ ମିଳିଛି ।

ତେବେ ଠାରୁ ମୁଖ୍ୟ କଥା ଏହା ଯେ, ଏହି ଅଭ୍ୟାସ ବିରାଟ ସାଥୀ ଖେଳାଳୀଙ୍କ ସହ କରିବା ବଦଳରେ ଇନ୍ଦୋରର ଏକ ଗଳି ରାସ୍ତାରେ ସେ ଛୋଟ ପିଲାଙ୍କ ସହ କ୍ରିକେଟ ଖେଳୁଥିବାର ଦୃଶ୍ୟ ଦେଖିବାକୁ ମିଳିଥିଲା । ସୋସିଆଲ ମିଡିଆରେ ଏହାର ଏକ ଭିଡିଓ ଭାଇରାଲ ହୋଇଥିବାବେଳେ ଏହା ଏକ ବିଜ୍ଞାପନ ସୁଟିଂ ସମୟର ଭିଡିଓ ବୋଲି ଶୁଣିବାକୁ ମିଳିଛି । ଭିଡିଓରେ ବିରାଟ କାଜୁଆଲ ସାର୍ଟ ପିନ୍ଧିଥିବାବେଳେ ଛୋଟ ପିଲାଙ୍କ ସହ କ୍ରିକେଟ ଖେଳକୁ ଉପଭୋଗ କରୁଥିବାର ଦୃଶ୍ୟ ଦେଖିବାକୁ ମିଳିଛି ।


Share It

Comments are closed.