ଦୁନିଆର ସବୁଠାରୁ ବଡ଼ ହୀରା ଖଣି , ଯେଉଁଠାରେ ଘଟିଥାଏ ଅନେକ ଅଜବ ଘଟଣା


ପୂର୍ବ ସାଇବେରିଆରେ ଅବସ୍ଥିିତ ଏହି ‘ମିରନି ମାଇନ’ ହେଉଛି ଦୁନିଆର ସବୁଠାରୁ ବଡ଼ ହୀରା ଖଣି, ଯାହାକି ୧୭୨୨ ଫୁଟ ଗଭୀର ଏବଂ ୩୯୦୦ ଫୁଟ ଚଉଡ଼ା ଅଟେ । ଏଠାରୁ ଅକଳନୀୟ ହୀରା ବାହାରିଥାଏ । ଏହା ଦୁନିଆର ଦ୍ୱିତୀୟ ସର୍ବବୃହତ ମନୁଷ୍ୟ ନିର୍ମିତ ଗର୍ତ ମଧ୍ୟ । ଏହାକୁ ୧୩ ଜୁନ, ୧୯୫୫ ମସିହାରେ ସୋଭିଏତ ଭୁବୈଜ୍ଞାନିକ ମାନଙ୍କର ଗୋଟିଏ ଦଳ ଦ୍ୱାରା ସନ୍ଧାନ କରାଯାଇଥିଲା । ଏହାର ସନ୍ଧାନ କରିଥିବାରୁ ସୋଭିଏତ ଭୁବିଜ୍ଞାନୀ ୟୁବି ଖବରଦୀନଙ୍କୁ ୧୯୪୭ ମସିହାରେ ଲେନିନ ପୁରସ୍କାର ପ୍ରଦାନ କରାଯାଇଥିଲା ।
ଅସଲରେ ଏହି ଖଣିର ବିକାଶ କାର୍ଯ୍ୟ ୧୯୫୭ରେ ଆରମ୍ଭ କରାଯାଇଥିଲା ଏଠାରେ ବର୍ଷର ଅଧିକ ମାସରେ ପାଣିପାଗ ଖରାପ ରହିଥାଏ । ଶୀତ ସମୟରେ ଏଠାରେ ତାପମାତ୍ରା ଏତେ କମିଯାଏ ଯେ ଗାଡ଼ିରେ ତେଲ ମଧ୍ୟ ଜମିଯାଏ ଏବଂ ଟାୟାର ମଧ୍ୟ ଫାଟିଯାଇଥାଏ । ଏହାକୁ ଖୋଳିବା ପାଇଁ କର୍ମଚାରୀମାନେ ଜେଟ ଇଞ୍ଜିନ ଏବଂ ଡାଏନାମାଇଟର ବ୍ୟବହାର କରିଥଲେ । ରାତି ସମୟରେ ଏହାକୁ ଘୋଡ଼ାଇ ଦିଆଯାଉଥିଲା ଯେମିତିକି ଏହା ଖରାପ ହୋଇନଯାଏ । ଏହି ଖଣିର ସନ୍ଧାନ ପରେ ରୁଷ ହୀରାର ସନ୍ଧାନରେ ଦୁନିଆର ତୃତୀୟ ବୃହତ ଦେଶ ହୋଇଯାଇଥିଲା । ଏହି ଖଣି ଏତେ ଗଭୀର ଯେ ଅନେକ ଥର ଏହା ଉପର ଦେଇ ଯାଉଥିବା ହେଲିକପ୍ଟର ଏହି ଗର୍ତ୍ତର ବାୟୁଚାପ ପ୍ରଭାବରେ ଏହା ମଧ୍ୟରେ ଲୀନ ହୋଇଯାଇଛନ୍ତି । ଏହା ପରଠାରୁ ଏହା ଉପର ଦେଇ ହେଲିକପ୍ଟର ଯିବା ଉପରେ କଟକଣା ଲଗାଇଦିଆଯାଇଛି । ୨୦୧୧ରେ ଏହି ଖଣିକୁ ସମ୍ପୁର୍ଣ୍ଣ ରୂପେ ବନ୍ଦ କରିଦିଆଯାଇଛି ।


Share It

Comments are closed.