ଦୀର୍ଘ ୮ ବର୍ଷ ପରେ ପାୱାରଙ୍କୁ ଚଟକଣୀ ମାରିଥିବା ଯୁବକ ହେଲା ଗିରଫ


୨୦୧୧ ମସିହା ଏକା କାର୍ଯ୍ୟକ୍ରମରେ ଏନସିପି ଅଧ୍ୟକ୍ଷ ଶରଦ ପାୱାର ଚଟକଣୀ ମାରିଥିବା ଯୁବକ ଅରବିନ୍ଦର ସିଂହ (ହରବିନ୍ଦର ସିଂହ)ଙ୍କୁ ଦିଲ୍ଲୀ ପୋଲିସ ଦୀର୍ଘ ୮ ବର୍ଷ ପରେ ଗିରଫ କରିଛି । ଏହି ଘଟଣାଟି ଦିଲ୍ଲୀରେ ଏକ କାର୍ଯ୍ୟକ୍ରମ ଚାଲୁଥିବା ସମୟରେ ଘଟିଥିବାବେଳେ ୨୦୧୪ରୁ ଉକ୍ତ ବ୍ୟକ୍ତି ପଳାତକ ଘୋଷିତ କରାଇ ଦିଆଯାଇଥିଲା । ଅଭିଯୁକ୍ତ ଅରବିନ୍ଦ୍ର ସିଂହଙ୍କୁ ହରବିନ୍ଦର ସିଂହ ବୋଲି ସମସ୍ତ ଜାଣନ୍ତି । ଦୀର୍ଘ ୮ ବର୍ଷ ହେବ ଦିଲ୍ଲୀ ପୋଲିସ, ଅରିବନ୍ଦରଙ୍କୁ ଗିରଫ କରିବା ପାଇଁ ସନ୍ଧାନ କରୁଥିବାବେଳେ ବର୍ତ୍ତମାନ ସେ ଧରା ପଡିଛି ।
ପ୍ରକାଶ ଥାଉକି, ଅଭିଯୁକ୍ତ ଜଣକ ପୋଲିସ ଦ୍ୱାରା ଗିରଫ ହେବା ପରେ ହାଜତରୁ ଫେରାର ହୋଇଯାଇଥିବାବେଳେ ୨୦୧୪ରେ କୋର୍ଟ ଉକ୍ତ ବ୍ୟକ୍ତିକୁ ପଳାତକ ଘୋଷିତ କରିଥିଲା ।
୨୦୧୧ରେ ଶରଦ ପାୱାର କୃଷି ମନ୍ତ୍ରୀ ରୂପେ ଦାୟିତ୍ୱରେ ଥିବାବେଳେ ସେ ଏକ ସାହିତିକ କାର୍ଯ୍ୟକ୍ରମରେ ଯୋଗଦେବା ସମୟରେ ତାଙ୍କ ସହ ଏଭଳି କାର୍ଯ୍ୟକ୍ରମ ଘଟିଥିଲା । ସେହି ସମୟରେ ଅଭିଯୁକ୍ତ ଅରବିନ୍ଦର ଶରଦ ପାୱାରଙ୍କ ଗାଲରେ ଚଟକଣୀ ମାରିଥିଲା ଯେଉଁ ସମୟରେ ସେ କାର୍ଯ୍ୟକ୍ରମ ସାରି ପ୍ରସ୍ଥାନ କରୁଥିଲେ । ଏହି ଘଟଣା ପରେ ପାୱାରଙ୍କ ବ୍ୟକ୍ତିଗତ ସୁରକ୍ଷାକର୍ମୀ ତତକ୍ଷଣାତ ଉକ୍ତ ବ୍ୟକ୍ତିଙ୍କୁ କାବୁ କରି ପୋଲିସକୁ ହସ୍ତାନ୍ତର କରିଥିଲେ ।


Share It

Comments are closed.