ଆଉ ଗୋଟିଏ ଶତକରେ ସଚିନଙ୍କୁ ପଛରେ ପକାଇବେ କୋହଲି


ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ୫ଟି ମ୍ୟାଚ ବିଶିଷ୍ଟ ଦିନିକିଆ ସିରିଜ ଖେଳାଯାଉଥିବା ବେଳେ ଭାରତ ଏଥିରେ ୨-୦ରୁ ଆଗୁଆ ଅଛି । ଭାରତ ଏହି ସିରିଜର ଦ୍ୱିତୀୟ ଦିନିକିଆ ଜିତିବାର ପ୍ରମୁଖ ଭୂମିକା ବିରାଟ କୋହଲିଙ୍କର ଥିବାବେଳେ ସେ ଏହି ମ୍ୟାଚରେ ଏକ ସୁନ୍ଦର ଶତକୀୟ ପାଳି ମଧ୍ୟ ଖେଳିଥିଲେ ।
ବିରାଟ ଗତ କାଲିର ମ୍ୟାଚରେ ଏକ ସୁନ୍ଦର ଶତକୀୟ ପାଳି ଖେଳିବା ସହ ସେ କିମ୍ବଦନ୍ତୀ କ୍ରିକେଟର ସଚିନ ତେନ୍ଦୁଲକରଙ୍କ ଆଉ ଏକ ରେକର୍ଡର ମଧ୍ୟ ସମକକ୍ଷ ହୋଇଯାଇଛନ୍ତି ।
ପ୍ରକାଶ ଥାଉକି ଅଧିକାଂଶ ମ୍ୟାଚରେ କୋହଲି ଯେତେଥର ଶତକୀୟ ପାଳି ଖେଳିଛନ୍ତି, ପ୍ରାୟତଃ ସେହି ସବୁ ମ୍ୟାଚରେ ଭାରତକୁ ବିଜୟ ମିଳିଥିବାବେଳେ ଏହି କ୍ଷେତ୍ରରେ ବିରାଟ, ସଚିନଙ୍କ ସମକକ୍ଷ ହୋଇଯାଇଛନ୍ତି । କୋହଲି ଦିନିକିଆରେ ୪୦ଟି ଶତକ ମାରିଥିବାବେଳେ ସେଥିରୁ ଭାରତକୁ ମାତ୍ର ୩୩ଟିରେ ବିଜୟ ମିଳିଛି । ଯେବେକି କିମ୍ବଦନ୍ତୀ କ୍ରିକେଟର ୪୯ଟି ଶତକ ଲଗାଇଥିବାବେଳେ ସେଥିରୁ ମଧ୍ୟ ଭାରତ ୩୩ଟିରେ ବିଜୟ ହାସଲ କରିପାରିଛି ।
କୋହଲି ବର୍ତ୍ତମାନ ସୁଧା ୨୨୪ଟି ମ୍ୟାଚ ଖେଳିଛନ୍ତି । ଏହି ତାଲିକାରେ କୋହଲି ଏବଂ ସଚିନ ସବୁଠାରୁ ଉପରେ ଥିବାବେଳେ ୨୫ ଶତକ ମାରି ଦ୍ୱିତୀୟ ସ୍ଥାନରେ ରହିଛନ୍ତି ଅଷ୍ଟ୍ରେଲିଆର ପୂର୍ବତ୍ତନ ଅଧିନାୟକ ରିକି ପଣ୍ଟିଙ୍ଗ ।
ସେହିଭଳି ହାସିଲ ଆମଲା ଏବଂ ସନତ ଜୟସୁରିଆ ୨୪ଟି ଶତକ ମାରି ତୃତୀୟ ସ୍ଥାନରେ ରହିଛନ୍ତି ।


Share It

Comments are closed.