ନିଜର ପ୍ରିୟ ବିଳାସପୂର୍ଣ୍ଣ କାରକୁ ବିକ୍ରି କଲେ ଅମିତାଭ


ବଲିଉଡରେ ‘ଶେହନସା’ ଅମିତାଭ ବଚ୍ଚନ ନିଜର ଆଗାମୀ ଫିଲ୍ମ ‘ବଦଲା’, ‘ବ୍ରହ୍ମାସ୍ତ୍ର’ ଏବଂ ‘ଝୁଣ୍ଡ’ଙ୍କୁ ନେଇ ବ୍ୟସ୍ତ ଥିବାବେଳେ ବର୍ତ୍ତମାନ ତାଙ୍କ ପ୍ରଶଂସକଙ୍କ ପାଇଁ ଏକ ଚାଞ୍ଚଲ୍ୟକର ଖବର ସାମନାକୁ ଆସିଛି । ମିଳିଥିବା ସୂଚନା ମୁତାବକ ଅମିତାଭ ତାଙ୍କର ପ୍ରିୟ ଧଳା ରଙ୍ଗର ବିଳାସପୂର୍ଣ୍ଣ ଗାଡି ‘ରୋଲ୍ସ ରୋଏସ ପ୍ୟାଣ୍ଟମ’କୁ ବିକ୍ରି କରିଦେଇଛନ୍ତି । ଏହି ବିଳାସପୂର୍ଣ୍ଣ ଗାଡିର ମୂଲ୍ୟ ୩.୫ କୋଟି ଥିବାବେଳେ ଏହାକୁ ଉପହାର ସ୍ୱରୂପ ତାଙ୍କୁ ମିଳିଥିଲା । ବର୍ତ୍ତମାନ ସେ ଏହି ଗାଡିକୁ ଜଣେ ବ୍ୟବସାୟୀଙ୍କୁ ବିକ୍ରି କରିଦେଇଛନ୍ତି ।
ପ୍ରକାଶ ଥାଉକି ଅମିତାଭଙ୍କୁ ଏହି ବିଳାସପୂର୍ଣ୍ଣ ଗାଡି ଫିଲ୍ମ ନିର୍ମାତା ‘ବିଧୁ ବିନୋଦ ଚୋପ୍ରା’ ୨୦୦୭ରେ ଫିଲ୍ମ ‘ଏକଲବ୍ୟ’ର ସୁଟିଙ୍ଗ ସମୟରେ ଦେଇଥିଲେ । ଏହି ଗାଡିଟିକୁ ମହୀଶୂରର ଜଣେ ବ୍ୟବସାୟୀ କିଣିଛନ୍ତି ।
ପ୍ରକାଶ ଥାଉକି ବିଳାସପୂର୍ଣ୍ଣ କାର ନିର୍ମାତା କମ୍ପାନୀ ‘ରୋଲ୍ସ ରୋଏସ’ ପକ୍ଷରୁ ପ୍ୟାଣ୍ଟମର ଏହି ସିରିଜକୁ ୨୦୦୩ ମସିହାରେ ଶୁଭାରମ୍ଭ କରାଯାଇଥିଲା କିନ୍ତୁ ପରବର୍ତ୍ତୀ ମୂହୂର୍ତ୍ତରେ ୨୦୧୭ ମସିହାରେ ଏହାକୁ ବନ୍ଦ କରିଦେଇଥିଲା । ବର୍ତ୍ତମାନ ପର୍ଯ୍ୟନ୍ତ ଏହି ମଡେଲ ୧୦୦୦୦ କାର ବଜାରରେ ଉପଲବ୍ଧ ରହିଛି ।
ଏହି କାରଟି ହେଉଛି ଅମିତାଭଙ୍କର ସବୁଠାରୁ ଦାମୀ କଲେକସନ ମଧ୍ୟରେ ଅନ୍ୟତମ ।


Share It

Comments are closed.