ଧୋନିଙ୍କ ପ୍ରଶଂସାରେ ବିରାଟ ଶତମୁଖ


ଏଡିଲେଟରେ ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯାଇଥିବା ଦ୍ୱିତୀୟ ଦିନିକିଆରେ ଭାରତ ବିଜୟୀ ହେବାପରେ ଅଧିନାୟକ ବିରାଟ କୋହଲି, ଧୋନିଙ୍କୁ ଖୁବ ପ୍ରଶଂସା କରିଥିଲେ । ବିରାଟ କହିଥିଲେ ଯେ, “ଏହା ଆମ ପାଇଁ ବହୁ ମହତ୍ତ୍ୱପୂର୍ଣ୍ଣ ଦିନ ଥିଲା । ଏବଂ ଆପଣ ଦେଖିଥିବେ ଯେ, ମ୍ୟାଚରେ ଅନ୍ତିମ ମୂହୁର୍ତ୍ତରେ ଧୋନି କିପରି ଥକି ଯାଇଥିଲେ । ମଙ୍ଗଳାବର ଦିନ ଆମ ପାଇଁ ଏମଏସ କ୍ଲାସିକ ଥିଲା । କିନ୍ତୁ ଟିମରେ ଧୋନିଙ୍କ ପ୍ରଦର୍ଶନକୁ ନେଇ କୌଣସି ସନ୍ଦେହ ନଥିଲା । କାରଣ ମଙ୍ଗଳବାର ଧୋନିଙ୍କ ଦିନ ଥିଲା । ”
ସେ ଆହୁରୀ ମଧ୍ୟ କହିଥିଲେ ଯେ, “କେବଳ ଧୋନି ଜାଣିନ୍ତି, ତାଙ୍କ ମୁଣ୍ଡରେ କ’ଣ ଚାଲିଛି । ଧୋନି ଏହି ମ୍ୟାଚରେ ସର୍ବଦା ଭଳି ଫିଟ ନଜର ଆସୁଥିଲେ ଏବଂ ସବୁଥର ଭଳି ଏଥର ମଧ୍ୟ ନିଜ ଖେଳ ଦେଖାଇଥିଲେ । ଆମେ ପିଚରେ ଖେଳିବା ସମୟରେ ପରସ୍ପରଙ୍କୁ ଖୁବ ସହଯୋଗ ମଧ୍ୟ କରିଥୁଲୁ ।”
ମ୍ୟାଚର ରଣନୀତି ଉପରେ ଚର୍ଚ୍ଚା କରିବା ଯାଇ କୋହଲି କହିଥିଲେ ଯେ, “ପାଞ୍ଚଟି ବୋଲରଙ୍କୁ ନେଇ ଏହି ମ୍ୟାଚରେ ବିଜୟ ହାସଲ କରିବା ଆମ ପାଇଁ ବହୁତ ଖୁସିର କଥା । ଅଷ୍ଟ୍ରେଲିଆ ଖେଳାଳୀ ଯେଉଁ ଭଳି ଭାବରେ ବ୍ୟାଟିଂ କରୁଥିଲେ, ଆମେ ପରିସ୍ଥିତିକୁ ନେଇ ରଣନୀତି ପ୍ରସ୍ତୁତ କରିଥିଲୁ । ଟାର୍ଗେଟକୁ ପିଛା କରିବାକୁ ଯାଇ ମୁଁ ସ୍ଥିତି ନିୟନ୍ତ୍ରଣ କରିବା ପାଇଁ ବହୁତ ଚେଷ୍ଟା କରିଥିଲି । ଏବଂ ଆଶା କରୁଛି ଯେ, ଆଗକୁ ଏଭଳି ନିଶ୍ଚିତ କରିବି” ।


Share It

Comments are closed.