ବ୍ୟଙ୍ଗାତ୍ମକ ଢଙ୍ଗରେ ସିବିଆଇକୁ ଆକ୍ଷେପ କଲେ ଚନ୍ଦ୍ରକଳା


ବେଆଇନ ଖନନ ମାମଲାରେ ସିବିଆଇ ଦ୍ୱାରା ଚଢାଉ କରାଯିବା ପରେ ଚର୍ଚ୍ଚାରେ ରହିଥିବା ଆଇଏଏସ ଅଧିକାରୀ ବି. ଚନ୍ଦ୍ରକଳା ପୁଣି ଥରେ ବ୍ୟଙ୍ଗାତ୍ମକ ଶୈଳୀରେ ନିଜ କଥାକୁ ସମସ୍ତଙ୍କ ସାମନାରେ ଆଣଛନ୍ତି । ଚନ୍ଦ୍ରକଳା ନିଜ ଲିଙ୍କଦେନ ପ୍ରୋଫାଇଲରେ ଏକ ସ୍ୱରଚୟିତା କବିତା ସେୟାର କରିଛନ୍ତି, ଯେଉଁଥିରେ ସେ ଲେଖିଛନ୍ତି ଯେ, “ହେ ପ୍ରିୟ, ତୁମେ ଲୁଚି ଲୁଚି ଆସିବ ।” ଏବଂ କବିତା ଶେଷରେ ଲେଖିଛନ୍ତି ଯେ, “ଚଢାଉ ଯାଞ୍ଚ ପ୍ରକ୍ରିୟା ଏକ ଅଂଶ ଅଟେ ।”
ପ୍ରକାଶ ଥାଉକି ଚନ୍ଦ୍ରକଳା ପ୍ରଥମରୁ ହିଁ ସୋସିଆଲ ମିଡିଆରେ ଖୁବ ଲୋକପ୍ରିୟ ଅଟନ୍ତି ଏବଂ ତାଙ୍କର ଏହି ପୋଷ୍ଟ ବର୍ତ୍ତମାନ ଖୁବ ଭାଇରାଲ ହେବାରେ ମଧ୍ୟ ଲାଗିଛି ।

୧୯୭୯ ମସିହା ୨୭ ସେପ୍ଟେମ୍ବରରେ ତେଲେଙ୍ଗାନାସ୍ଥିତ କରିମନଗରରେ ଜନ୍ମ ଗ୍ରହଣ କରିଥିବା ଏହି ଆଇଏଏସ ଅଧିକାରୀଙ୍କ ପୂରା ନାମ ହେଉଛି ବି. ଚନ୍ଦ୍ରକଳା । ସେ ବାଲ୍ୟ କାଳରୁ କେନ୍ଦ୍ରୀୟ ବିଦ୍ୟାଳୟରେ ନିଜ ପାଠ ପଢା ଆରମ୍ଭ କରିଥିବାବେଳେ ଓସମାନିଆ ବିଶ୍ୱ ବିଦ୍ୟାଳୟରେ ଭୂଗୋଳରେ ନିଜ ସ୍ନାତକ ଏବଂ ଅର୍ଥନୀତିରେ ନିଜ ସ୍ନାତକତ୍ତର ହାସଲ କରିଥିଲେ ।


Share It

Comments are closed.