କୁଣ୍ଡଳୀରୁ ଜାଣିହେବ ମୋଟାପାର କାରଣ ଏବଂ ଉପଚାର


ବର୍ତ୍ତମାନ ସମୟରେ ମେଦବହୁଳତା ଏକ ମୁଖ୍ୟସମସ୍ୟା ପାଲଟିଛି । ମେଦ ବହୁଳତା ରୋଗରୁ ରକ୍ଷା ପାଇବା ପାଇଁ କିଏ କେତେ ପ୍ରକାର ଉପାୟ ଅବଲମ୍ବନ କରୁଛି ତାର ଠିକଣା ନାହିଁ । ହେଲେ ଆପଣ ଜାଣନ୍ତି କି ଏହି ମେଦବହୁଳତା ପାଇଁ କେଉଁ ଗ୍ରହ ଦାୟୀ ? ଜ୍ୟୋତିଷଶାସ୍ତ୍ର ମତରେ ଏହି ରୋଗ କାହିଁକି ହୁଏ ଏବଂ ଏହାର ସମାଧାନ କିପରି ହୋଇପାରିବ ତାହା ଆସନ୍ତୁ ଜାଣିବା ।

ସାଧାରଣଭାବେ ଦେଖିବାକୁ ଗଲେ ଅତ୍ୟଧିକ ଖାଦ୍ୟ ଖାଇବା ଦ୍ୱାରା କିମ୍ବା ବଂଶଗତ କାରଣ ଦ୍ୱୟ ହେଉଛି ମେଦ ବହୁଳତାର ଦୁଇଟି ପ୍ରମୁଖ କାରଣ । ବୃହସ୍ପତି ହେଉଛି ଶରୀରରେ ମେଦର ମାଲିକ । ବୃହସ୍ପତି ହିଁ ସେହି ଗ୍ରହ ଯିଏ ବ୍ୟକ୍ତିଙ୍କୁ ମୋଟା କରିଥାଏ । ଆପଣ ଦେଖିଥିବେ କିଛି ଲୋକଙ୍କର ଖାଦ୍ୟ ପ୍ରତି ଅହେତୁକ ପ୍ରେମ ଥାଏ । ସେମାନେ ସବୁବେଳେ ଖାଲି ଖାଇବାକୁ ପସନ୍ଦ କରନ୍ତି । ଏହା କେବଳ ବୃହସ୍ପତିଙ୍କ ଯୋଗୁ ହୋଇଥାଏ । ବୃହସ୍ପତି ପ୍ରଧାନ କୁଣ୍ଡଳୀ କିମ୍ବା ଜାତକରେ ବୃହସ୍ପତି ମୁଖ୍ୟଗ୍ରହ ଥିବା ବ୍ୟକ୍ତଙ୍କର ମୋଟା ହେବାର ସମ୍ଭାବନା ଅଧିକ ଥାଏ । ଯଦି ଜାତକରେ ବୃହସ୍ପତି ଖାଦ୍ୟଭାବକୁ ପ୍ରଭାବିତ କରୁଥାଏ ତେବେ ବ୍ୟକ୍ତିଖାଦ୍ୟ ଲୋଭରୁ ମୋଟା ହୋଇଥାଏ କିନ୍ତୁ ଯଦି ବୃହସ୍ପତି ଖାଦ୍ୟଭାବକୁ ପ୍ରଭାବିତ କରୁନଥାଏ କିନ୍ତୁ ଜାତକର କେନ୍ଦ୍ରସ୍ଥାନରେ ଅବସ୍ଥାନ କରିଥାଏ ତେବେ ବ୍ୟକ୍ତି ବଂଶଗତ କାରଣ ହେତୁ ମୋଟା ହେଉଛି ବୋଲି ଜାଣିବାକୁ ହେବ । ଏହି ବ୍ୟକ୍ତି ଯାହା ବି କରନ୍ତୁ ମୋଟା ହୋଇଥାନ୍ତି ।

ବୃହସ୍ପତି ଛଡା ବୁଧ ହେଉଛି ଅନ୍ୟ ଏକ ଗ୍ରହ ଯିଏ ମେଦବହୁଳତା ପାଇଁ ମଧ୍ୟ ଦାୟୀ । ହେଲେ ବୁଧ ବ୍ୟକ୍ତିର ଶରୀରକୁ ଏକ ସୁନ୍ଦର ଆକାରର କରୁଥିବାବେଳେ ବୃହସ୍ପତି ଶରୀରକୁ ବେଢଙ୍ଗ କରିଥାଏ ।

ଅତ୍ୟଧିକଖାଦ୍ୟ ଖାଇବା ଦ୍ୱାରା ଯେଉଁ ବ୍ୟକ୍ତି ମେଦବହୁଳତାର ଶିକାର ହୋଇଛନ୍ତି ସେମାନେ ପ୍ରତ୍ୟେହ ସକାଳୁ ୧୦୮ଥର ଶନି ମନ୍ତ୍ର ଜପ କରିବା ସହିତ ଶନିବାର ଦିନ ପିପଳି ବୃକ୍ଷମୂଳେ ଦ୍ୱୀପ ଲଗାଇବୃକ୍ଷ ପରିକ୍ରମଣ କରନ୍ତୁ । ଏହା ଦ୍ୱାରା ଆପଣଙ୍କ ଖାଦ୍ୟ ପ୍ରତି ଥିବା ଆସକ୍ତି କମିଥାଏ । ଯାହା ଫଳରେ ଆପଣ ନିଜ ଶରୀର କୁ ମୋଟା ହେବାରୁ ରକ୍ଷାକରିପାରିବେ ।

ଯେଉଁମାନେ ବଂଶଗତ କାରଣରୁ ମୋଟା ହେଉଛନ୍ତି ସେମାନେ ପ୍ରତିଦିନ ସୂର୍ଯ୍ୟଙ୍କୁ ଜଳଦାନ କରିବା ସହ ସୂର୍ଯ୍ୟଙ୍କ ସମ୍ମୁଖରେ ବସି ୧୦୮ଥର ଗାୟତ୍ରୀ ମନ୍ତ୍ର ଜପ କରନ୍ତୁ । ଏହା ଛଡା କୌଣସି ଏକ ଦିନ ଦେଖି ସ୍ନାନ ପରେ ଅଣ୍ଟାରେ ଏକ ନାଲି ସୂତା ବାନ୍ଧୁନ୍ତୁ ଏବଂ ପ୍ରତି ମାସରେ ଏହାକୁ ବଦଳାନ୍ତୁ । ଏହା କରିବା ଦ୍ୱାରା ଆପଣ ନିଶ୍ଚୟ ମୋଟା ହେବାରୁ ନିଜକୁବଞ୍ଚାଇ ପାରିବେ । ଯଦି ପାରୁଛନ୍ତି ଏକ ଉତ୍ତମ ଜ୍ୟୋତିଷଙ୍କ ସହ ପରାମର୍ଶକରି ୬-୭ରତି ପାନା ଧାରଣ କଲେ ସୁଫଳ ମିଳେ ।


Share It

Comments are closed.