ଖରାଦିନେ ତରଭୁଜ ଖାଇ ନିଜକୁ ସୁସ୍ଥ ରଖିପାରିବେ, କାହିଁକି ଜାଣନ୍ତୁ


ଖରାଦିନେ ସାଧାରଣତଃ ତରଭୁଜ ସହଜରେ ଉପଲବ୍ଧ ହେଉଥିବା ବେଳେ ବହୁ ଲୋକେ ଏହାକୁ ଖଇବାକୁ ପସନ୍ଦ କରନ୍ତି । ପ୍ରାୟତଃ ଏହାର ମିଠାଳିଆ ସ୍ୱାଦ ସମସ୍ତଙ୍କୁ ଆକ୍ରୃଷ୍ଟ କରିଥାଏ ବୋଲି ଖାଇଥାନ୍ତି । ଏହାର ସ୍ୱାସ୍ଥ୍ୟଜନିତ ଉପକାରିତା ସମ୍ପର୍କରେ ଖୁବ କମ ଲୋକେ ଅବଗତ ନଥାଆନ୍ତି । ଅନ୍ୟ ଋତୁ ତୁଳନାରେ ଖରାଦିନେ ଏହା ସହଜରେ ଉପଲବ୍ଧ ହେଉଥିବା ବେଳେ ଏହା ଶରୀର ପାଇଁ ଖୁବ ହିତକର । ଆସନ୍ତୁ ଜାଣିବା ଏହାର କିଛି ଉପକାର ସମ୍ପର୍କରେ ।

୧. ଆଣ୍ଟିଅକ୍ସିଡାଣ୍ଟ – ତରଭୁଜରେ ପ୍ରଚୁର ପରିମାଣର ଆଣ୍ଟି-ଆକ୍ସିଡାଣ୍ଟ ରହିଛି । ଏଥିରେ ଭିଟାମିନ ସି ଏବଂ ଲାଇକୋପେନ ରହିଛି ଯାହା ଶରୀରରେ ବିଭିନ୍ନ ଭିଟାମିନର ଅଭାବକୁ ପୂରଣ କରିଥାଏ । ଏଥିରେ ଥିବା ଅତିରିକ୍ତ ଇଲେକଟ୍ରନ ଶରୀରକୁ ନ୍ୟୁଟ୍ରାଲାଇଜ କରିବା ସହିତ ଏହାକୁ ସେଲ୍ୟୁଲାର କ୍ଷତିରୁ ସୁରକ୍ଷା ପ୍ରଦାନ କରିଥାଏ ।

୨. ଡାଇବେଟିସରୁ ମୁକ୍ତି – ତରଭୁଜରେ ପ୍ରଚୁର ପରିମାଣର ଆମିନୋ ଏସଡି ରହିଛି ଯାହା ଡାଇବେଟିସ ରୋଗୀମାନଙ୍କ ପାଇଁ ଉପକାରୀ । ଏଥିରେ ଥିବା ଏଲ-ଆର୍ଜିନାଇନ ସପ୍ଲିମେଣ୍ଟ ଗ୍ଲୁକୋଜ ଏବଂ ମୋଟାବୋଲିଜିମର ନିୟନ୍ତ୍ରଣରେ ସାହାଯ୍ୟ କରିଥାଏ । ପ୍ରତ୍ୟେକ ଦିନ ୧୦୦ଗ୍ରାମ ତରଭୁଜ ଖାଇବାଦ୍ୱାରା ଏହା ଡାଇବେଟିସ ସହିତ ଲଢି ଡାଇବେଟିସରୁ ମୁକ୍ତି ପ୍ରଦାନ କରିଥାଏ ।

୩. ଓଜନ କମ କରିବାରେ ସାହାଯ୍ୟ କରିଥାଏ – ତରଭୁଜରେ ୮୦ରୁ ୯୦ ପ୍ରତିଶତ ଜଳ ରହିଛି । ଏହା ପେଟ ଫୁଲ କରିବା ସହିତ ଖାଦ୍ୟ ହଜମ କରିବାରେ ସାହାଯ୍ୟ କରିଥାଏ । ତେଣୁ ଓଜନ ବୃଦ୍ଧି ହେବାର ସମସ୍ୟା ମଧ୍ୟ ନଥାଏ । ଏଥିରେ ଥିବା ଫାଇବର ମଧ୍ୟ ଶରୀରର ଅନାବଶ୍ୟକ କୋଲେଷ୍ଟ୍ରେଲକୁ ଶରୀରୁ ଭିନ୍ନ କରିଥାଏ ।

୪. ନର୍ଭ କାର୍ଯ୍ୟକଳାପରେ ବୃଦ୍ଧି – ତରଭୁଜରେ ଥିବା ପୋଟାସିୟମ ଶରୀରରେ ଶିରା ପ୍ରଶିରାର କାର୍ଯ୍ୟକଳାପ ବୃଦ୍ଧି କରି ରକ୍ତର ପ୍ରଭାବ ସଠିକ କରିଥାଏ । ଯଦି ଆପଣ ଶରୀରରେ ପୋଟାସିୟମର କମ ଅନୁଭବ କରୁଛନ୍ତି ତେବେ ପ୍ରତ୍ୟେକ ଦିନ ତରଭୁଜ ଖାଇପାରିବେ ।

୫. ପିଏଚରେ ନିୟନ୍ତ୍ରଣ କରିଥାଏ – ସାଧାରଣତଃ ଶରୀରର ପିଏଚ ୭.୪ ରହିବା ଆବଶ୍ୟକ । କୌଣସି କାରଣ ବଶତଃ ଫାଷ୍ଟ ଫୁଡ ଖାଇବା, ଅଧିକ ଚିନ୍ତା କରିବା ଦ୍ୱାରା ଶରୀରରେ ପିଏଚରେ ଅସମାନତା ଦେଖାଯାଇଥାଏ । ତେଣୁ ଏହି ସମସ୍ୟାକୁ ଦୂରରେ ରଖିବା ପାଇଁ ପ୍ରତିଦିନ ସାଲାଡରେ କିମ୍ବା ଡିନର ପରେ ଡେଜର୍ଟରେ ତରଭୁଜ ଖାଇପାରିବେ । ମୁଖ୍ୟତଃ ଶରୀରରେ ପିଏଚ ଅସାମନତୀ ଦେଖାଗଲେ ହାଲିଆ ଲାଗିବା, ମୁଣ୍ଡ ବୁଲାଇବା ଇତ୍ୟାଦି ସମସ୍ୟା ଦେଖାଯାଇଥାଏ । ପ୍ରତିଦିନ ପ୍ରାୟ ଗୋଟିଏ କପ ତଥା ୧୭୦ଗ୍ରାମର ତରଭୁଜ ଖାଇବା ଦ୍ୱାରା ଶରୀରେ ଏହାର ପିଏଚର ମାତ୍ରାକୁ ନିୟନ୍ତ୍ରଣ କରିଥାଏ ।

୬. ଅଂଶୁଘାତରୁ ରକ୍ଷା କରିଥାଏ – ଖରାଦିନେ ପ୍ରଚୁର ଖରାରେ ବହୁ ଲୋକଙ୍କୁ ଅଂଶୁଘାତ ହୋଇଥାଏ । ଶରୀରରେ ଜଳର ମାତ୍ରା କମ ହେବା ଦ୍ୱାରା ଏହି ସମସ୍ୟା ହୋଇଥାଏ । ତରଭୁଜରେ ଥିବା ଇଲେକ୍ରୋଲାଇଟ ଶରୀରରେ ଜଳର ମାତ୍ରା ନିୟନ୍ତ୍ରଣ କରିଥାଏ । ତେଣୁ ଖରାଦିନେ ସୂର୍ଯ୍ୟଙ୍କର ପ୍ରକୋପରୁ ରକ୍ଷା ପାଇବା ପାଇଁ ତରଭୁଜ ଖାଇବା ଆବଶ୍ୟକ ।


Share It

Comments are closed.