ଶଙ୍ଖ ଫୁଙ୍କିବେ କି ଉପାସନା ?
[vc_row][vc_column][vc_column_text]କିଛି ଦିନ ତଳେ ଦିବଙ୍ଗତ ବରିଷ୍ଠ କଂଗ୍ରେସ ନେତା ସ୍ୱର୍ଗତ ଲୁଲୁ ମହାପାତ୍ରଙ୍କ ଝିଅ ଉପାସନା ମହାପାତ୍ର ଔପଚାରିକ ଭାବେ କଂଗ୍ରେସ ଛାଡି ବିଜେପିରେ ଯୋଗ ଦେଇଥିଲେ । ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଲୋକାଭିମୂଖ ପଦକ୍ଷପ ଏବଂ ତାଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ବିଜେପିରେ ଯୋଗ ଦେଇଥିଲେ ବୋଲି ବିଜେପି ପକ୍ଷରୁ ଆୟୋଜିତ ମିଶ୍ରଣ ପର୍ବରେ ସୂଚନା ଦେଇଥିଲେ । ନିକଟରେ ତାଙ୍କୁ ଦଳ ପକ୍ଷରୁ I Support Modi Prachara Commiteର ଆବାହାକ ଦାୟିତ୍ୱ ମଧ୍ୟ ନ୍ୟସ୍ତ କରାଯାଇଥିଲା ।
କିନ୍ତୁ ଏବେ ପୁଣି ଥରେ ତାଙ୍କ ରାଜନୀତି ଭବିଷ୍ୟତକୁ ନେଇ ଏକ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ନିକଟସ୍ଥ ସୂତ୍ରରୁ ମିଳିଥିବା ସୂଚନା ମୁତାବକ ସେ ପୁଣି ଥରେ ଦଳ ଅଦଳବଦଳ କରିବାର ସମ୍ଭାବନା ସୃଷ୍ଟି ହୋଇଛି । ଉପସାନଙ୍କ ନିକଟସ୍ଥ ସୂତ୍ରରୁ ମିଳିଥିବା ସୂଚନା ମୁତାବକ ସେ ବିଜେପି ପରେ ଏବେ ବିଜେଡିରେ ଯୋଗ ଦେବାରେ ପ୍ରୟାସ ଆରମ୍ଭ କଲେଣି ।[/vc_column_text][vc_single_image image=”4804″ img_size=”full” alignment=”center”][vc_column_text]ଉପାସନାଙ୍କ ଏହି ଦଳ ଅଦଳବଦଳ ନୀତି ଯୋଗୁଁ କଂଗ୍ରେସ ନେତା ସ୍ୱର୍ଗତ ଲୁଲୁ ମହାପାତ୍ରଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ଯେଉଁମାନେ ଲୁଲୁ ସେନାର ଶ୍ରଷ୍ଠା ଥିଲେ ବର୍ତ୍ତମାନ ସେମାନଙ୍କ ରାଜନୈତିକ ଭବିଷ୍ୟତ ଅନ୍ଧାର ଘେରରେ । ଲୁଲୁ ସେନାର ଜଣେ କର୍ମକର୍ତ୍ତାଙ୍କ କହିବା ମୁତାବକ “ଉପାସନା କିଛି ଦିନ ତଳେ ନବୀନ ନିବାସ ଯାଇ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟଙ୍କ ସହ ଏହି ସଂପର୍କରେ ବିଧିବଧ ଆଲୋଚନା ମଧ୍ୟ କରିଛନ୍ତି ।”
ଏହି ସଂକ୍ରାନ୍ତରେ ଅନ୍ୟ ଜଣ ସମର୍ଥକଙ୍କ କହିଛନ୍ତି, “ ଉପାସନାଙ୍କର ରାଜନୈତିକ ଜୀବନରେ ଏହି ନୀତି ପରିବର୍ତ୍ତନ ଯୋଗୁଁ ଲକ୍ଷ ଲକ୍ଷ ଲୁଲୁ ସେନା ଏବଂ ଲୁଲୁ ସମର୍ଥକଙ୍କ ରାଜନୈତିକ ଜୀବନ ଏବେ ଅନ୍ଧାର ଘେରରେ । ”[/vc_column_text][/vc_column][/vc_row]
Comments are closed.