ଭାରତରେ ଓପୋ ଏଫ୯ର ଶୁଭାରମ୍ଭ


ସେଲଫି ଏକ୍ସପର୍ଟ ଓପୋ ପକ୍ଷରୁ ଏହାର ନୂତନ ଫୋନ ଓପୋ ଏଫ୯ର ଶୁଭାରମ୍ଭ କରାଯାଇଛି । ଗତ ମାସରେ ଶୁଭାରମ୍ଭ ହୋଇଥିବା ନୂତନ ଫୋନ୍ ଓପୋ ଏଫ୯ ପ୍ରୋର ସଫଳତା ପରେ କମ୍ପାନୀ ଏହି ଫୋନ୍କୁ ଗ୍ରାହକମାନଙ୍କ ପାଇଁ ବଜାରରେ ଉପଲବ୍ଧ କରାଇବାକୁ ନିଷ୍ପତି ନେଇଛି ।
ଏଫ୍ ସିରିଜର ଏହି ନୂତନ ସଂସ୍କରଣଟି ୬.୩ ଇଞ୍ଚର ୱାଟରଡ୍ରପ ସ୍କ୍ରିନ ସହିତ ଏଫଏଚଡି ପ୍ଲ. ୧୯.୫ ଅନୁପାତର ଆସପେକ୍ଟ ରେସିଓ, ୯୦.୮ପ୍ରତିଶତ ସ୍କ୍ରିନ ଟୁ ବଡି ରେସିଓ, ୧୬ଏମପି ସମ୍ମୁଖ କ୍ୟାମେରା ଏବଂ ୧୬ଏମପି+୨ଏମପିର ଡୁଆଲ ରିୟର କ୍ୟାମେରା ରହିଛି । ଏହାର ୩୫୦୦ ଏମ୍ଏଏଚ୍ ବ୍ୟାଟେରୀ ବ୍ୟବହାରକାରୀଙ୍କୁ ଦୀର୍ଘ ସମୟ ଧରି ମୋବାଇଲ୍ ପରିଚାଳନା କରିବାରେ ସହାୟକ ହୋଇଥାଏ । ଏଥିରେ ରହିଥିବା ୪ଜିବି ରାମ୍ ଏବଂ ୬୪ ଜିବି ରମ୍ ଏହାର କାର୍ଯ୍ୟ ସମ୍ପାଦନତାକୁ ଦୃତ କରିଥାଏ । ଓପୋ ଏଫ୯ରେ ମଧ୍ୟ ୨୫୬ ଜିବି ମେମୋରି ସମ୍ପ୍ରସାରଣ କ୍ଷମତା ସହିତ ଏକ ଡୁଆଲ ୪ଜି ସିମ ସ୍ଲଟ ରହିଛି । ସ୍ଲିକ ଡିଜାଇନ ଏବଂ ଆକର୍ଷଣୀୟ କ୍ୟାମେରା ଦ୍ୱାରା ଗ୍ରାହକମାନେ ସହଜରେ ସେମାନଙ୍କ ଶ୍ରେଷ୍ଠ ମୁହୁର୍ତ୍ତଗୁଡ଼ିକୁ କ୍ୟାପଚର କରିପାରିବେ । ଏହି ଓପୋ ଏଫ୯ ପ୍ରୋ ଦୁଇଟି ରଙ୍ଗ ତଥା ମିଷ୍ଟ ବ୍ଲାକ ଏବଂ ସେଲଟର ପର୍ପଲରେ ଉପଲବ୍ଧ ହେଉଛି । ଓପୋ ଏଫ୯ ୧୫ ସେପ୍ଟେମ୍ବରଠାରୁ ଅନଲାଇନ ମାଧ୍ୟମରେ କେବଳ ଫ୍ଲିପକାର୍ଟରେ ଏବଂ ଅଫଲାଇନ ମାଧ୍ୟମରେ ଟ.୧୯,୯୯୦ରେ ଉପଲବ୍ଧ ହେବ ।
ଏହି ସମ୍ବନ୍ଧରେ ଓପୋ ଇଣ୍ଡିଆର ବ୍ରାଣ୍ଡ ନିର୍ଦ୍ଦେଶକ ୱିଲ ୟାଙ୍ଗ କହିଛନ୍ତି ଯେ, “ଆମର ଗ୍ରାହକମାନଙ୍କୁ କିଛି ନୂତନତା ଏବଂ ନୂତନ ଆବିଷ୍କାର ପ୍ରଦାନ କରିବା ଆମକୁ ସର୍ବଦା ଅପୂର୍ବ ଆନନ୍ଦ ପ୍ରଦାନ କରିଥାଏ ଏବଂ ଏହାକୁ ପାଇବା ପାଇଁ ଆମ୍ଭମାନେ ସ୍ମାର୍ଟଫୋନ ଠାରୁ ଆଶା କରାଯାଉଥିବା ସମସ୍ତ ଚାହିଦାଗୁଡ଼ିକ ଉପରେ ଅଧିକ ଗୁରୁତ୍ୱ ଦେଇଥାଉ । ଏହା ନୂତନ ପ୍ରଯୁକ୍ତିବିଦ୍ୟା ଏବଂ ବୈ÷ଶିଷ୍ଟ୍ୟ ସହିତ ପ୍ରସ୍ତୁତ ହୋଇଛି, ଯାହା ଗ୍ରାହକମାନଙ୍କୁ ତ୍ରୁଟିମୁକ୍ତ ଏବଂ ସ୍ୱତନ୍ତ୍ର ସ୍ମାର୍ଟଫୋନ ଅନୁଭୂତି ପ୍ରଦାନ କରିପାରିବ ।”


Share It

Comments are closed.