ଭଗବାନ ହନୁମାନଙ୍କୁ ନେଇ ନେତାଙ୍କ ମଧ୍ୟରେ ଚାଲିଛି ବୟାନବାଜୀ


ପୂର୍ବରୁ ଉତ୍ତରପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଭଗବାନ ହନୁମାନଙ୍କୁ ଦଳିତ କହିଥିବାବେଳେ ଏହା ପରେ ପରେ ଏହି ଘଟଣାକୁ ନେଇ ଅନେକ ନେତା ଭିନ୍ନ ଭିନ୍ନ ମତ ଦେଇଥିଲେ । ଯୋଗୀଙ୍କ ଏହି ବିବାଦୀୟ ବୟାନ ପରେ ଭାରତୀୟ ଜନତା ପାର୍ଟିର ‘ବୁକଲ ନୱାବ’ ନାମକ ଜଣେ ବିଧାୟକ ହନୁମାନଙ୍କୁ ମୁସଲମାନ କହିଥିବାବେଳେ ଏବେ ଯୋଗୀ ସରକାରରେ ଥିବା ଜଣେ କ୍ୟାବିନେଟ ମନ୍ତ୍ରୀ ହନୁମାନଙ୍କ ଜାତିକୁ ନେଇ ଆଉ ଏକ ବୟାନ ଦେଇଛନ୍ତି ।
ଯୋଗୀ ସରକାରର କ୍ୟାବିନେଟ ମନ୍ତ୍ରୀ ରୂପେ ଦାୟିତ୍ୱରେ ଥିବା ‘ଚୌଧୁରୀ ଲକ୍ଷ୍ମୀ ନାରାୟଣ’ ହନୁମାନଙ୍କୁ ଯାଠ ସମ୍ପ୍ରଦାୟର ବୋଲି କହି ବିବେଚନା କରିଛନ୍ତି ।
ମିଳିଥିବା ସୂଚନା ମୁତାବକ ‘ଚୌଧୁରୀ ଲକ୍ଷ୍ମୀ ନାରାୟଣ’ କହିଛନ୍ତି ଯେ, ‘ମୋ ମତେରେ ହନୁମାନ ଯାଠ ସମ୍ପ୍ରଦାୟର ଅଟନ୍ତି । କାରଣ ସେ ଅନ୍ୟକୁ ବଞ୍ଚାଇବାକୁ ଯାଇ ନିଜେ ନିଆଁ ଭିତରକୁ ଡେଇଁ ପଡିଥିଲେ । ଯାହାକି କେବଳ ଯାଠ ସମ୍ପ୍ରଦାୟର ଲୋକମାନେ ହିଁ କରିଥାନ୍ତି ।’
ପ୍ରକାଶ ଥାଉକି ଏହା ପୂର୍ବରୁ ବିଜେପି ବିଧାୟକ ‘ବୁକଲ ନୱାବ’ ହନୁମାନଙ୍କୁ ମୁସଲମାନ ବୋଲି କହିଥିଲେ । ସେ କହିଥିଲେ ହନୁମାନଙ୍କ ନାମ ମୁସଲମାନ ସମ୍ପ୍ରଦାୟର ଲୋକମାନଙ୍କ ଭଳି ଅଟେ । କାରଣ ମୁସଲମାନ ସମ୍ପ୍ରଦାୟର ଲୋକଙ୍କ ନାମ ରେହମାନ, ସୁଲତାନ, ଇମ୍ରାନ, ଜିଷାନ,ରେହାନ ଭଳି ଶବ୍ଦରୁ ଆରମ୍ଭ ହେଉଥିବାବେଳେ ହନୁମାନଙ୍କ ନାମ ଠିକ ଏଭଳି । ଯେଉଁଥିପାଇଁ ହନୁମାନ ମୁସଲିମ ଅଟନ୍ତି ।


Share It

Comments are closed.