ଆଜି ରିଲିଜ ହେବ ଶ୍ରୀଦେବୀଙ୍କ ଶେଷ ଫିଲ୍ମ


ଆପଣମାନେ ତ ସମସ୍ତେ ଜାଣିଥିବେ ଯେ, ବଲିଉଡର ଚୁଲବୁଲୀ ନାୟିକା ଶ୍ରୀଦେବୀ ଆଉ ଏ ଦୁନିଆରେ ନାହାନ୍ତି । ସେ ତାଙ୍କ ଅଭିନୟର ଯାଦୁ ବଳରେ ସମସ୍ତଙ୍କ ମନ ମୋହିବା ସହ ବଲିଉଡକୁ ଅନେକ ଗୁଡିଏ ହିଟ ଫିଲ୍ମ ମଧ୍ୟ ଦେଇଛନ୍ତି । ସମସ୍ତେ ଭାବୁଥିବେ ଯେ, ତାଙ୍କ ଜୀବନର ଶେଷ ଫିଲ୍ମ ‘ମମ’ କିନ୍ତୁ ତାହା ସତ ନୁହେଁ । କାରଣ ଆଜି ତାଙ୍କ ଜୀବନର ଶେଷ ଫିଲ୍ମ ରିଲିଜ ହେବାକୁ ଯାଉଛି ।
ଆପଣମାନେ ଭାବୁଥିବେ ଯେ, ଦୁନିଆରୁ ଚିରବିଦାୟ ନେଇଥିବା ଅଭିନେତ୍ରୀ ଶ୍ରୀଦେବୀଙ୍କ ଆଗାମୀ ଫିଲ୍ମ ଆସିଲା କେଉଁଠୁ ତେବେ ଆସନ୍ତୁ ଆମେ ଆପଣଙ୍କୁ କହିବା ତାଙ୍କର ଏହି ଶେଷ ଫିଲ୍ମ ସଂପର୍କରେ । ଆଜ୍ଞା ହିଁ ଶ୍ରୀଦେବୀଙ୍କ ଶେଷ ଫିଲ୍ମ ହେଉଛି ‘ଜିରୋ’, ଯାହାକି ବକ୍ସ ଅଫିସରେ ଆଜି ରିଲିଜ ହେବାକୁ ଯାଉଛି । ଏହି ଫିଲ୍ମରେ ଶାହାରୁଖ, କ୍ୟାଟ୍ରିନା, ଅନୁଷ୍କାଙ୍କ ସମେତ ଶ୍ରୀଦେବୀ ମଧ୍ୟ ଅଭିନୟ କରିଛନ୍ତି ।
ତାଙ୍କର ପ୍ରଶଂସକମାନେ ଏହି ଫିଲ୍ମ ଜରିଆରେ ତାଙ୍କୁ ପୁଣି ଏବଂ ଶେଷ ଥର ପାଇଁ ପରଦାରେ ଦେଖିବାକୁ ସୁଯୋଗ ପାଇବେ । ଶ୍ରୀଦେବୀ ଏହିରେ ଫିଲ୍ମରେ ଏକ ସ୍ୱତନ୍ତ୍ର ଗୀତରେ ନଜର ଆସିବେ । ସେ ଏହି ଗୀତର ସୁଟିଙ୍ଗ ଗତ ବର୍ଷ ଅକ୍ଟୋବର ମାସରେ କରିଥିଲେ । ଏହି ଗୀତରେ ଶ୍ରୀଦେବୀଙ୍କ ସମେତ କରିସ୍ମା କପୁର, କାଜଲ, ରାଣୀ ମୁଖାର୍ଜି ଏବଂ ଆଲିଆ ଭଟ୍ଟ ମଧ୍ୟ ନଜର ଆସିବେ ।
ଏହି ଗୀତଟି ‘ଓମ ଶାନ୍ତି ଓମ’ର ଟାଇଟେଲ ଟ୍ରାକ ଭଳି ହେବ ବୋଲି ଆଶା କରାଯାଉଛି ।


Share It

Comments are closed.