ଉବେର, ବଜାଜର ମିଳିତ ସହବନ୍ଧିତାରେ ୧ ଲକ୍ଷ ଅଟୋରିକ୍ସାରେ ସେଫ୍ଟି ପାର୍ଟିସନ ଇନ୍‌ଷ୍ଟଲ୍


ଭୁବନେଶ୍ୱର: ଉବେର୍ ଓ ବଜାଜ ପକ୍ଷରୁ ମିଳିତ ଭାବେ ଦେଶବ୍ୟାପୀ ପ୍ରାୟ ୧ ଲକ୍ଷ ଅଟୋରିକ୍ସାଙ୍କ ସହିତ ମିଳିତ ସହଭାଗିତାରେ ଡ୍ରାଇଭର ସିଟ୍ ପଛରେ ସେଫ୍ଟି ପାର୍ଟିସନ୍ ସ୍ଥାପନ କରିବା ପାଇଁ ଚୁକ୍ତିବଦ୍ଧ ହୋଇଛନ୍ତି । ଏହା ଏକ ପ୍ରତିରକ୍ଷା ପ୍ରତିବନ୍ଧକ ଭାବେ କାର୍ଯ୍ୟ କରିବା, ଯୋଗାଯୋଗକୁ ସୀମିତ କରିବା ଏବଂ ଚାଳକ ଓ ଯାତ୍ରୀଙ୍କ ମଧ୍ୟରେ ସମାଜିକ ଦୂରତାକୁ ମଧ୍ୟ ସହଜ କରିବ ।

ନୂଆଦିଲ୍ଲୀ, ଗୁରୁଗ୍ରାମ, ମୁମ୍ବାଇ, ପୁନେ, ଚେନ୍ନାଇ, ହାଇଦ୍ରାବାଦ, ବେଙ୍ଗାଲୁରୁ, ମହୀଶୂର, ମଦୁରାଇ ଆଦି ଦେଶର ୨୦ଟି ସହରରେ ୧ ଲକ୍ଷ ଅଟୋ ରିକ୍ସା ଚାଳକଙ୍କୁ ଫେସ୍ ମାସ୍କ, ହ୍ୟାଣ୍ଡ ସାନିଟାଇଜର୍ ଓ ଭେଇକିଲ ଡିସ୍‌ଇନ୍‌ଫେକ୍ଟାଂଟ୍ ଆଦିକୁ ନେଇ ପ୍ରସ୍ତୁତ ଏକ ସେଫ୍ଟି କିଟ୍ ବିତରଣ କରାଯିବ । ଏଥିସହିତ ଉବର ଏହାର ଟେକ୍ନୋଲୋଜିର ବ୍ୟବହାର କରି ପିପିଇର ସଠିକ୍ ବ୍ୟବହାର ଓ ନିଜ ଗାଡି ପାଇଁ ସାନିଟାଇଜର ପ୍ରୋଟୋକଲ୍‌ଗୁଡିକ ଉପରେ ଉବର ଆପ୍ ମାଧ୍ୟମରେ ଚାଳକମାନଙ୍କୁ ବାଧ୍ୟତାମୂଳକ ସ୍ୱତନ୍ତ୍ର ଟେନିଙ୍ଗ୍ ମଡ୍ୟୁଲ୍ ପ୍ରଦାନ କରୁଛି ।

ଏହି ସହଭାଗିତା ସମ୍ପର୍କରେ ମତ ରଖି ଉବେର୍ ଏପିଏସିର ବିଜ୍‌ନେସ୍ ଡେଭ୍‌ଲପ୍‌ମେଂଟ୍ ବିଭାଗର ନିର୍ଦ୍ଦେଶକ, ନନ୍ଦିନୀ ମାହେଶ୍ୱରୀ କହିଛନ୍ତିଯେ, “ଉବେର ନିଜର ସେବା ପୁଣିଥରେ ଆରମ୍ଭ କରିଥିବାରୁ ଆମେ ଏହି ପରିସ୍ଥିତିର ମୁକାବିଲା କରିବା ପାଇଁ ଗୋଟେ ପାଦ ଆଗରେ ରହିବାକୁ ଏବଂ ନୂଆ ନର୍ମାଲରେ ଆମର ଲକ୍ଷ ଲକ୍ଷ ଚାଳକମାନଙ୍କୁ ସୁରକ୍ଷିତ ଓ ନିର୍ଭରଯୋଗ୍ୟ ଯାତାୟତ ବିକଳ୍ପ ସହିତ ସହଯୋଗ କରିବା ପାଇଁ ପ୍ରସ୍ତୁତ ରହିବାକୁ ଚାହୁଁଛୁ । ଭାରତର ଅନ୍ୟତମ ବିଶ୍ୱାସନୀୟ ଓ ପ୍ରତିଷ୍ଠିତ ବ୍ରାଣ୍ଡ ବଜାଜ ସହିତ ଆମର ସହଭାଗିତା, ଆମ ପ୍ଲାଟ୍‌ଫର୍ମକୁ ବ୍ୟବହାର କରୁଥିବା ସମସ୍ତ ଯାତ୍ରୀଙ୍କ ସୁରକ୍ଷା ପାଇଁ ଆମର ପ୍ରତିଶ୍ରୁତିକୁ ପ୍ରଦର୍ଶିତ କରୁଛି । ”
ଏହି ସହଭାଗିତା ସମ୍ପର୍କରେ ବଜାଜ ଅଟୋର ଇଂଟ୍ରାସିଟି ବିଜ୍‌ନେସ୍‌ର ଅଧ୍ୟକ୍ଷ ସମରଦୀପ ସୁବନ୍ଧ କହିଛନ୍ତି, “ଆମ ଦେଶ ଏବେ ପୁଣିଥରେ ଗତିଶୀଳ ହେଉଥିବାରୁ ବଜାଜ ଅଟୋରେ ଆମେ ଆମର ଡ୍ରାଇଭର ପାର୍ଟନର୍‌ମାନଙ୍କୁ ନିଜ ଗ୍ରାହକଙ୍କୁ ଏକ ସୁରକ୍ଷିତ ଯାତ୍ରା ସୁବିଧା ପ୍ରଦାନ କରିବାରେ ସହଯୋଗ କରିବା ପାଇଁ ପ୍ରସ୍ତୁତ ରହିଛୁ । ଅଟୋରିକ୍ସାଗୁଡିକରେ ସେଫ୍ଟି ପାର୍ଟିସନ୍ ଇନ୍‌ଷ୍ଟଲ କରିବା ଓ ଗାଡିଗୁଡିକରେ ଡିସ୍‌ଇନ୍‌ଫେକ୍‌ସନ କିଟ୍ ବିତରଣ କରିବା ଲାଗି ଆମେ ୧ ଲକ୍ଷରୁ ଅଧିକ ଡ୍ରାଇଭର୍‌ଙ୍କ ନିକଟରେ ପହଂଚିଛୁ ।”

ସର୍ବୋଚ୍ଚ ସୁରକ୍ଷା ଓ ସ୍ୱଚ୍ଛତା ମାନକକୁ ବଜାୟ ରଖିବା ପାଇଁ ଉବେର୍ ପକ୍ଷରୁ ସୁରକ୍ଷା ଉପାୟଗୁଡିକର ଏକ ବ୍ୟାପକ ସେଟ୍ ଲଂଚ୍ କରାଯାଇଛି, ଯେଉଁଥିରେ ଗୋ ଅନ୍‌ଲାଇନ୍ ଚେକ୍‌ଲିଷ୍ଟ, ଉଭୟ ରାଇଡର୍ ଓ ଡ୍ରାଇଭର୍‌ଙ୍କ ପାଇଁ ଏକ ବାଧ୍ୟତାମୂଳକ ମାକ୍ସ ନୀତି, ଡ୍ରାଇଭର୍‌ଙ୍କ ପାଇଁ ପ୍ରି-ଟ୍ରିପ୍ ମାସ୍କ ଭେରିଫିକେସନ ସେଲ୍‌ଫି, ବାଧ୍ୟତାମୁଳକ ଡ୍ରାଇଭର ପ୍ରଶିକ୍ଷଣ ଏବଂ ଉଭୟ ରାଇଡର୍ ଓ ଡ୍ରାଇଭର୍‌ଙ୍କ ପାଇଁ ଯଦି ସେମାନେ ସୁରକ୍ଷିତ ଅନୁଭବ ନକରୁଥାନ୍ତି ତେବେ ଟ୍ରିପ୍ କ୍ୟାନ୍‌ସେଲ୍ କରିବା ଲାଗି ଅପ୍‌ଡେଟେଡ୍ କ୍ୟାନ୍‌ସେଲେସନ ପଲିସି ଆଦି ସାମିଲ ରହିଛି ।


Share It

Comments are closed.