ଷ୍ଟେସନ ୱାଇ ଫାଇରୁ ପଢି କୁଲି ହେଲେ ପ୍ରଶାସନିକ ଅଧିକାରୀ


ରେଳ ଷ୍ଟେସନ ହେଉ କିମ୍ବା ବସ ଷ୍ଟାଣ୍ଡ କୁଲିଙ୍କର କାର୍ଯ୍ୟ ସମ୍ବନ୍ଧରେ ତ ଆପଣ ସମସ୍ତେ ଜ୍ଞାତ ଥିବେ । ସତେ ଯେମିତି କୁଲି ଯାତ୍ରୀ ମାନଙ୍କର ବୋଝ ଉଠାଇବା ସହ ଏ ଦୁନିଆର ବୋଝ ମଧ୍ୟ ବହନ କରିଥାଏ । କୁଲିଙ୍କ ଜୀବନିକୁ ପୂର୍ବରୁ ଅନେକ ଫିଲ୍ମ ପ୍ରସ୍ତୁତ ହୋଇଛି । କିନ୍ତୁ ଦିନକୁ ପାରିଶ୍ରମିକ ବାବଦକୁ ସେ ମାତ୍ର ୨୦୦ ରୁ ୩୦୦ ଟଙ୍କା ଉପାର୍ଜନ କରିପାରିଥାନ୍ତି, ଯାହା ଦ୍ୱାରା ତାଙ୍କ ପରିବାର ଭରଷ ପୋଷଣ କରିବାରେ କଷ୍ଟକର ହୋଇପଡେ । ଏହା ସତ୍ତେ୍ୱ ଯାତ୍ରୀ ମାନଙ୍କର ଟାହି ଟପଣୀ ତାଙ୍କ ଜୀବନକୁ ଆହୁରୀ ଅତିଷ୍ଟ କରିଦିଏ ।
ଦୈନଦିନ ଏତେ ସବୁ ଘଟଣା ପରେ ଏକ କୁଲି ପାଇଁ ପାଠ ପଢିବା ତ ଦୂର କଥା ପ୍ରତିଦ୍ୱନ୍ଦୀତା ମୂଳକ ପରୀକ୍ଷା ସିଭିଲ ସରଭିସ ପରୀକ୍ଷାରେ ଉତ୍ତୀର୍ଣ୍ଣ କରିବା ସ୍ୱପ୍ନ ସଦୃଶ । କିନ୍ତୁ ଏହି ସ୍ୱପ୍ନ ଯଦି ଜଣକ ପାଇଁ ସତ ହୋଇଯାଏ ତେବେ ଆପଣଙ୍କୁ କେମିତି ଲାଗିବ । ଆଜ୍ଞା ହିଁ ଶ୍ରୀନାଥ ପାଇଁ ଏହି ସ୍ୱପ୍ନ ସତ ହୋଇଛି । ଯେଉଁ ସିଭିଲ ସରଭିସ ପରୀକ୍ଷାରେ ମେଧାବୀ ଛାତ୍ରା ଛାତ୍ରୀମାନେ ନାମୀ ଦାମୀ ଶିକ୍ଷା ଅନୁଷ୍ଠାନ ମାନଙ୍କରେ ପାଠ ପଢି କୃତ୍ତିତ୍ୱ ହାସଲ କରିପାରିନଥାନ୍ତି । କେରଳ ଶ୍ରୀନାଥ ନାମକ ଜଣକ କୁଲି ଷ୍ଟସନର ମାଗଣା ୱାଇ ଫାଇରୁ ପାଠ ପଢି ଆଜି ସେହି କୃତ୍ତିତ୍ୱ ହାସଲ କରିଛନ୍ତି । ସେ ଅସମ୍ଭବକୁ ସମ୍ଭବରେ ପରିଣତ କରି ଯୁବ ସାମାଜକୁ ଦିଗ ଦର୍ଶନ ଦେବା ସହ ସମସ୍ତଙ୍କ ପାଇଁ ଉଦାହରଣ ପାଲଟିଛନ୍ତି ।
ସେ ଷ୍ଟସନରେ ଥିବା ୨୦ରୁ ୨୦ ଏମବିପିଏସ ସ୍ପିଡ ମଧ୍ୟରେ ଥିବା ୱାଇ ଫାଇକୁ ବ୍ୟବହାର କରି ଏହି ସଫଳତା ହାସଲ କରିଛନ୍ତି । ସେଥିରେ ସେ ପ୍ରଶ୍ନ ପତ୍ର ଗୁଡିକୁ ଡାଉନଲୋଡ କରବା ସହ, ପରୀକ୍ଷା ପାଇଁ ଆବେଦନ ମଧ୍ୟ କରୁଥିଲେ ଏବଂ ସଞ୍ଚି ଥିବା ଅର୍ଥରାଶିରୁ ନିଜ ପରୀକ୍ଷା ପାଇଁ ବହି ମଧ୍ୟ କିଣୁଥିଲେ ।
ତାଙ୍କର କହିବା ଅନୁଯାଇ ୱାଇ-ପାଇ, ଫୋନ ଏବଂ ଇୟରଫୋନ ତାଙ୍କୁ ପଢାରେ ବହୁତ ସାହଯ୍ୟ କରିଛି ଏବଂ କେରଳ ପବ୍ଲିକ ସରଭିସ କମିଶନରେ ଏହା ତାଙ୍କର ତୃତୀୟ ଆବେଦନ ଥିଲା ।
ଶ୍ରୀନଥ ପକିଚରସ୍କିୟୁ ମୁନାରର ବାସିନ୍ଦା ଅଟନ୍ତି । ସେ ଦୀର୍ଘ ୫ ବର୍ଷ ହେବ କୁଲି କାମ କରୁଥିଲେ ।


Share It

Comments are closed.