ଆଜି ହେଉଛି ବର୍ଷର ଶେଷ ସୂର୍ଯ୍ୟ ପରାଗ, ଜାଣନ୍ତୁ କେଉଁ ସବୁ ସାବଧାନତା ଅବଲମ୍ବନ କରିବେ


୨୦୨୦ ର ଶେଷ ସୂର୍ଯ୍ୟପରାଗ ଆଜି ଘଟିବାକୁ ଯାଉଛି । ଜ୍ୟୋତିଷଙ୍କ ଅନୁଯାୟୀ ଏହି ସୂର୍ଯ୍ୟରରାଗ ଦ୍ୱାରା ଅନେକ ରାଶିର ଲୋକମାନେ ପ୍ରଭାବିତ ହେବେ। ଏହି ସୂର୍ଯ୍ୟରରାଗ ସନ୍ଧ୍ୟା 0୩:00 ରୁ ରାତି 0୭.୨୩ ପର୍ଯ୍ୟନ୍ତ ଲାଗିବ | ସୂର୍ଯ୍ୟରରାଗ ମୋଟ ଅବଧି ପ୍ରାୟ ୫ ଘଣ୍ଟା ହେବ |

ସୂର୍ଯ୍ୟରରାଗ ସମୟରେ କେତେକ ରାଶିଫଳକୁ ସତର୍କତା ଅବଲମ୍ବନ କରିବାକୁ ପରାମର୍ଶ ଦିଆଯାଉଛି। ଏହି ସୂର୍ଯ୍ୟ ପରାଗ ବିଛା ରାଶି ଓ ମିଥୁନ ଲଗ୍ନରେ ଲାଗିବ। ଭାରତରେ ଏହି ସୂର୍ଯ୍ୟ ପରାଗ ଦୃଶ୍ୟମାନ ହେବନାହିଁ। ସେଥିପାଇଁ ଭାରତରେ ଏହାର କିଛି ପ୍ରଭାବ ପଡିବ ନାହିଁ। ବର୍ଷର ଏହି ଶେଷ ସୂର୍ଯ୍ୟ ପରାଗ ସମ୍ବନ୍ଧୀୟ କିଛି ଜରୁରୀ ତଥ୍ୟ ଜାଣିବା ଦରକାର। ସନାତନ ଧର୍ମ ବିଶ୍ୱାସ ଅନୁଯାୟୀ, ସୂର୍ଯ୍ୟ ପରାଗ ଓ ଚନ୍ଦ୍ର ଗ୍ରହଣ ଆମ ରାଶିମାନଙ୍କ ଉପରେ ପ୍ରଭାବ ପକାଇଥାଏ। ଗ୍ରହଣ ସମୟରେ ସୂର୍ଯ୍ୟଙ୍କ କିରଣ ହାନିକାରକ ହୋଇଥାଏ। ସେଥିପାଇଁ ଗ୍ରହଣ ସମୟରେ ଖାଦ୍ୟପେୟ ଜିନିଷରେ ତୁଳସୀ ପତ୍ର ପକାଇ ରଖାଯାଏ ଯେପରି ଖାଦ୍ୟପେୟ ଅଶୁଦ୍ଧ ନ ହେଉ।

ଚଳିତ ବର୍ଷର ଶେଷ ସୂର୍ଯ୍ୟ ପରାଗ ଡିସେମ୍ବର ୧୪ ତାରିଖ, ସୋମବାର ଦିନ ଆରମ୍ଭ ହୋଇ ୧୫ ତାରିଖ ଯାଏଁ ରହିବ। ଏହି ପରାଗ ଅଷ୍ଟମ ରାଶି ବିଛା ରାଶିରେ ଲାଗିବ। ସେଥିପାଇଁ ବିଛା ରାଶିର ବ୍ୟକ୍ତି ବିଶେଷ ସତର୍କ ରହିବା ଆବଶ୍ୟକ।

ସୂର୍ଯ୍ୟ ପରାଗ ଆରମ୍ଭ – ୧୪ ତାରିଖ,ସମୟ-୧୯:୦୩:୫୫

ସୂର୍ଯ୍ୟ ପରାଗ ସମାପ୍ତ – ୧୫ ତାରିଖ, ସମୟ-୦୦:୨୩:୦୩

ଏହା ସମ୍ପୂର୍ଣ୍ଣ ସୂର୍ଯ୍ୟ ପରାଗ ହେବ କିନ୍ତୁ ଭାରତରେ ଏହା ଦୃଶ୍ୟମାନ ନୁହେଁ। ସେଥିପାଇଁ ଦେଶରେ ସୂତକ ମଧ୍ୟ ଲାଗୁ ହେବନାହିଁ। ଏହି ସୂର୍ଯ୍ୟ ପରାଗ ଆଫ୍ରିକା ମହାଦ୍ଵୀପର ଦକ୍ଷିଣ ଭାଗ, ଦକ୍ଷିଣ ଆମେରିକାର ଅଧିକାଂଶ ଭାଗ, ପ୍ରଶାନ୍ତ ମହାସାଗରୀୟ କ୍ଷେତ୍ର, ଆଟ୍ଲାଣ୍ଟିକ, ହିନ୍ଦ ମହାସାଗର ଓ ଆଣ୍ଟର୍ଟିକାରେ ଦୃଶ୍ୟମାନ ହେବ।


Share It

Comments are closed.