କରୋନାରେ ଆଖି ବୁଜିଲେ ‘ଏସୱାଟିନି’ର ପ୍ରଧାନମନ୍ତ୍ରୀ


କରୋନା ସଂକ୍ରମିତ ହୋଇ ଦକ୍ଷିଣ ଆଫ୍ରିକୀୟ ଦେଶ ଏସୱାଟିନି (eswatini)ର ପ୍ରଧାନମନ୍ତ୍ରୀଙ୍କର ମୃତ୍ୟୁ ହୋଇଛି। ଏସଭାଟିନିର ପ୍ରଧାନମନ୍ତ୍ରୀ ଏମ୍ବରୋସେ ଡଲାମିନି ଗତ ୧ ମାସ ହେବ କରୋନାରେ ସଂକ୍ରମିତ ଥିଲେ। ୫୨ ବର୍ଷୀୟ ଡଲାମିନିର ଦକ୍ଷିଣ ଆଫ୍ରିକାର ଏକ ହସ୍ପିଟାଲରେ ଚିକିତ୍ସତ ହେଉଥିଲେ। ଦକ୍ଷିଣ ଆଫ୍ରିକୀୟ ଦେଶ ଏସଭାଟିନିର ରାଜତନ୍ତ୍ର ପଦ୍ଧତିରେ ଶାସନ ହୋଇଥାଏ। ସେଠାର ସରକାର ରବିବାର ବିଳମ୍ବିତ ରାତିରେ ପ୍ରଧାନମନ୍ତ୍ରୀଙ୍କର ମୃତ୍ୟୁ ହୋଇଥିବା ନେଇ ଘୋଷଣା କରିଛନ୍ତି।

ଏସୱାଟିନିର ଉପ-ପ୍ରଧାନମନ୍ତ୍ରୀ ଥାବା ମାସୁକୁ ପ୍ରଧାନମନ୍ତ୍ରୀ ଅମ୍ବରୋସେ ଡାଲାମିନିଙ୍କ ଦୁଃଖଦ ଓ ତଥା ଅକାଳ ବିୟୋଗ ବିଷୟରେ ସୂଚନା ଦେଇଛନ୍ତି। ପ୍ରଧାନମନ୍ତ୍ରୀଙ୍କ ମୃତ୍ୟୁ ସମ୍ପର୍କରେ ସୂଚନା ଦେବା ପାଇଁ ରାଜ ପରିବାରଙ୍କଠାରୁ ନିର୍ଦ୍ଦେଶ ପାଇଛନ୍ତି ବୋଲି ଉପ-ପ୍ରଧାନମନ୍ତ୍ରୀ କହିଛନ୍ତି। ରବିବାର ଅପରାହ୍ନରେ ଦକ୍ଷିଣ ଆଫ୍ରିକାର ଏକ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ବେଳେ ଅମ୍ବରୋସେ ଡାଲାମିନିଙ୍କର ମୃତ୍ୟୁ ହୋଇଛି। ପ୍ରଧାନମନ୍ତ୍ରୀ ଏମ୍ବାରୋସେ ଡାଲାମିନିଙ୍କୁ ୧ ଡିସେମ୍ବରରେ ଦକ୍ଷିଣ ଆଫ୍ରିକାରେ ଭର୍ତ୍ତି କରାଯାଇଥିଲା।


Share It

Comments are closed.