ଖେଳାଳୀଙ୍କ ସହ ମିଶି ଫୁଟବଲ ଖେଳିଲା ବଳଦ, ଭିଡିଓ ଭାଇରାଲ


ଆପଣଙ୍କୁ କେବେ ଏକ ବଳଦ, ଫୁଟବୁଲ ଖେଳୁଥିବାର ଦୃଶ୍ୟ ଦେଖିବାକୁ ମିଳିଛି । ଯଦି ଦେଖି ନାହନ୍ତି ତେବେ ଏହି ଭିଡିଓରେ ଦେଖନ୍ତୁ କିପରି ଏକ ବଳଦ ଖୁବ ଆନନ୍ଦର ସହ ପଡିଆରେ ଫୁଟବଲ ଖେଳୁଛି । ବଳଦ, ଫୁଟବଲ ଖେଳୁଥିବା ଦୃଶ୍ୟ ବର୍ତ୍ତମାନ ସୋସିଆଲ ମିଡିଆରେ ଖୁବ ଜୋରସେ ଭାଇରାଲ ହୋଇଥିବାବେଳେ ଏହା ସମସ୍ତଙ୍କୁ ଆଶ୍ଚର୍ଯ୍ୟଚକିତ ମଧ୍ୟ କରିଦେଇଛି ।
ଏହି ଭିଡିଓଟି ଗୋଆର ‘ମାର୍ଦୋଲ’ ଅଞ୍ଚଳର ହୋଇଥିବାବେଳେ ଏହା ବର୍ତ୍ତମାନ ସୋସିଆଲ ମିଡିଆରେ ଘୁରି ବୁଲିଛି । ଏହି ବଳଦ ଛଡା ପଡିଆରେ କେତେକ ଯୁବକ ମଧ୍ୟ ଫୁଟବଲ ଖେଳୁଥିବାର ଦୃଶ୍ୟ ଦେଖିବାକୁ ମିଳୁଛି ।
ଘଟଣାଟି ଏହା ଘଟିଛି ଯେ, ‘ମାର୍ଦୋଲ’ ଅଞ୍ଚଳରେ କେତେକ ଯୁବକ ଫୁଟବଲ ଖେଳୁଥିବାବେଳେ ବଲଟି ଏକ ବଳଦ ପାଖକୁ ଚାଲିଯାଇଥିଲା । ପଡିଆରେ ଖେଳୁଥିବା ଖେଳାଳୀମାନେ ଉକ୍ତ ବଳଦ ପାଖରୁ ବଲ ଆଣିବା ପାଇଁ ଯେତେବି ଚେଷ୍ଟା କରିବା ସତ୍ତେ୍ୱ ମଧ୍ୟ ବଳଦ ସେମାନଙ୍କୁ ସୁଯୋଗ ଦେଇନଥିଲା ।
କିନ୍ତୁ ଅନେକ ଚେଷ୍ଟା ପରେ ଯେତେବେଳେ ଖେଳାଳୀମାନେ ବଳଦ ପାଖରୁ ବଲ ଛଡାଇବାରେ ସକ୍ଷମ ହୋଇଥିଲେ ସେତେବେଳେ ବଳଦଟି ପୁଣି ଫୁଟବଲକୁ ଧରିବା ପାଇଁ ସେମାନଙ୍କ ପଛରେ ଫୁଟବଲ ଖେଳାଳୀଙ୍କ ଗୋଡାଇଥିଲା ।

ସବୁଠାରୁ ଆଶ୍ଚର୍ଯ୍ୟର କଥା ଏହା ଯେ, ବଳଦଟି ଫୁଟବଲ ଛଡାଇବା ପାଇଁ କେବଳ ଖେଳାଳୀଙ୍କ ଫଛରେ ଗୋଡାଇ ନଥିଲା ବରଂ ଏହା ସହ ସେ ନିଜ ମୁଣ୍ଡରେ ଏବଂ ଗୋଡରେ ବଲ ସହ ଖେଳି ମଧ୍ୟ ଥିଲା । ଏହା ବର୍ତ୍ତମାନ ସୋସିଆଲ ମିଡିଆରେ ଖୁବ ଜୋରସେ ଭାଇରାଲ ହୋଇଥିବାବେଳେ ଅନେକ ସେୟାର ମଧ୍ୟ କରି ସାରିଲେଣି ।


Share It

Comments are closed.