ନିଜ ଅଢେଇ ବର୍ଷ କନ୍ୟା ସନ୍ତାନର ରହସ୍ୟ ଖୋଲିଲେ ‘ମାହି ଗିଲ’


ବଲିଉଡ ଅଭିନେତ୍ରୀ ‘ମାହି ଗିଲ’ ନିଜର ବୋଲ୍ଡ ଅଭିନୟକୁ ନେଇ ଖୁବ ଲୋକପ୍ରିୟ ଥିବାବେଳେ ବର୍ତ୍ତମାନ ନିଜର ଏକ ମନ୍ତବ୍ୟକୁ ନେଇ ଚର୍ଚ୍ଚାର ପରିସରକୁ ଆସିଛନ୍ତି । ‘ମାହି’ ଏକ ସାକ୍ଷାତକାରରେ ନିଜ ଜୀବନକୁ ନେଇ ଏପରି ଏକ କଥା କହିଛନ୍ତି, ଯାହାକୁ ଶୁଣିଲେ ଆପଣ ମଧ୍ୟ ଆଶ୍ଚର୍ଯୟ ହୋଇଯିବେ । ମାହି କହିଛନ୍ତି ଯେ, ସେ ତାଙ୍କ ବୟଫ୍ରେଣ୍ଡଙ୍କ ସହ ଦୀର୍ଘଦିନ ହେବ ‘ଲିଭ ଇନ ସଂପର୍କ’ରେ ରହିଥିବାବେଳେ ତାଙ୍କର କନ୍ୟା ସନ୍ତାନ ମଧ୍ୟ ରହିଛି ।
ସେ କହିଛନ୍ତି ଯେ, “ମୁଁ ବିବାହିତ ନୁହେଁ, କିନ୍ତୁ ମୋର ଜଣେ ବୟଫ୍ରେଣ୍ଡ ଅଛନ୍ତି ଏବଂ ଆମେ ଖୁବ ଶୀଘ୍ର ପରସ୍ପରକୁ ବିବାହ କରିବୁ । ଆଗକୁ ଆମେ ବିବାହ କରିବା କିମ୍ବା ନକରିବା ତାହା ଆମ ସଂପର୍କରେ କିଛି ଫରକ ପକାଇବ ନାହିଁ କାରଣ ମୁଁ ସ୍ୱାଧୀନତା ଏବଂ ସ୍ପେଶ ଚାହେଁ । ଆମେ ଦୁହେଁ ପରସ୍ପରକୁ ସମ୍ମାନ କରୁଥିବାବେଳେ ଖୁବ ଶୀଘ୍ର ଆମେ ବିବାହ କରିବୁ । ”
ସେ ଆହୁରୀ ମଧ୍ୟ କହିଛନ୍ତି ଯେ, ତାଙ୍କର ଅଢେଇ ବର୍ଷର କନ୍ୟା ସନ୍ତାନ ମଧ୍ୟ ଅଛି । ତାଙ୍କ ଝିଅଙ୍କ ନାମ ‘ୱେରୋନିକା’ ଥିବାବେଳେ ସେ ତାଙ୍କ ପାଖରେ ହିଁ ରହୁଛନ୍ତି । ମୋର ମାଉସୀ ତାଙ୍କର ପୂରା ଯତ୍ନ ନିଅନ୍ତି ।
ପ୍ରକାଶ ଥାଉକି, ମାହିଙ୍କ ଆଗାମୀ ଫିଲ୍ମ ‘ଫ୍ୟାମିଲି ଅଫ ଠାକୁର ଗଞ୍ଜ’ ଥିବାବେଳେ ତାଙ୍କ ସହ ମୁଖ୍ୟ ଭୂମିକାରେ ଜିମ୍ମି ସେରଗିଲ ଏବଂ ସୌରଭ ଶୁକ୍ଲା ନଜର ଆସିବେ ।


Share It

Comments are closed.