କୌଣସି ରାଜକୁମାରୀ ନୁହେଁ ଏହା ହେଉଛି ଏକ କେକ୍ , ଯାହାର ପ୍ରକୃତ ମୂଲ୍ୟ ଜାଣିଲେ ଆପଣଙ୍କ ହୋସ ଉଡିଯିବ


ଆପଣ ବିଭିନ୍ନ ପ୍ରକାରର କେକ୍ ଦେଖିଥିବେ କିନ୍ତୁ କେବେ ମଣିଷ ଭଳି ଦେଖାଯାଉଥିବା କେକକୁ ଦେଖିଛନ୍ତି କି ? ଆଜ୍ଞା ହଁ ଠିକ ଏଭଳି ଏକ କେକ୍ ଦୁବାଇର କେକ୍ ଡିଜାଇନର ‘ଡେବି ବିନ୍ଧନ’ ପ୍ରସ୍ତୁତ କରିଛନ୍ତି, ଯାହାକି ଜଣେ ସୁନ୍ଦର ରାଜକୁମାରୀଙ୍କ ପରି ଦେଖାଯାଉଛି । ଏହି କେକର ମୂଲ୍ୟ ଏତେ ବେଶୀ ଯେ ଯାହାକୁ ଶୁଣିଲେ ଆପଣଙ୍କ ହୋସ ଉଡିଯିବ ।

ଏହି କେକଟି ଦୁନିଆର ସବୁଠାରୁ ଦାମିକିଆ କେକ୍ ହୋଇଥିବାବେଳେ ଏହାକୁ ପ୍ରସ୍ତୁତ କରିବା ପାଇଁ ୧୦ ଦିନରୁ ଅଧିକ ସମୟ ଲାଗିଛି । ୧୦୦୦ ମୋତି, ୫୦୦୦ ଫୁଲ, ୧୦୦୦ ଅଣ୍ଡା ଏବଂ ୨୫ କିଲୋ ଚକଲେଟର ମିଶ୍ରଣରେ ଏହି ସୁନ୍ଦର କେକଟି ପ୍ରସ୍ତୁତ ହୋଇଥିବାବେଳେ ଏହାର ଓଜନ ପ୍ରାୟ ୧୦୦ କିଲୋ ଅଟେ ।

ଏହି କେକକୁ ପ୍ରସ୍ତୁତ କରିବା ସହ ‘ଡେବି ବିନ୍ଧନ’ଙ୍କ ନାମ ଦୁନିଆର ସବୁଠାରୁ ଦାମିକିଆ କେକ୍ ପ୍ରସ୍ତୁତକାରୀ ମଧ୍ୟରେ ସ୍ଥାନ ପାଇଛି । ଏହି କେକଟିର ମୂଲ୍ୟ ୧ କୋଟିରୁ ଉର୍ଦ୍ଧ ଥିବାବବେଳେ ଚଳିତ ବର୍ଷ ଦୁବାଇରେ ଆୟୋଜିତ ହୋଇଥିବା ୱାର୍ଲଡ ଟ୍ରେଡ ସେଣ୍ଟରରେ ଏକ ବ୍ରାଇଡାଲ ଶୋ’କେସରେ ପ୍ରସ୍ତୁତ କରାଯାଇଥିଲା ।


Share It

Comments are closed.