ଅକ୍ଷୟଙ୍କ ସହ ରୋମାନ୍ସ କରିବେ ବିଶ୍ୱ ସୁନ୍ଦରୀ


ବଲିଉଡ ଖିଲାଡି ଅକ୍ଷୟ କୁମାର ତାଙ୍କର ଫିଲ୍ମ ଗୁଡିକୁ ନେଇ ଖୁବ ଚର୍ଚ୍ଚାରେ ରହିଥିବାବେଲେ ଚଳିତ ବର୍ଷ ସେ ଗୋଟିଏ ପରେ ଗୋଟେ ଅନେକ ସୁପରହିଟ ଫିଲ୍ମରେ ମଧ୍ୟ ନଜର ଆସିବେ । ଗତ କିଛି ଦିନ ତଳେ ଅକ୍ଷୟ, ପୃଥିବୀରାଜ ଚୌହାନଙ୍କ ଉପରେ ପର୍ଯ୍ୟବେଷିତ ହେଉଥିବା ଫିଲ୍ମରେ ନଜର ଆସିବେ ବୋଲି ଶୁଣିବାକୁ ମିଳିଥିବାବେଳେ ଅନ୍ୟପଟେ ଏହି ଫିଲ୍ମକୁ ନେଇ ୨୦୧୭ରେ ବିଶ୍ୱ ସୁନ୍ଦରୀ ମୁକୁଟ ହାସଲ କରିଥିବା ମାନୁଷୀ ଛିଲ୍ଲାରଙ୍କ ନାମ ମଧ୍ୟ ଯୋଡି ହେଇଯାଇଛି । ମିଳିଥିବା ସୂଚନା ମୁତାବକ, ମାନୁଷୀ ଏହି ଫିଲ୍ମରେ ସୟୋଂଗିତାଙ୍କ ଭୂମିକା ନିର୍ବାହ କରିବେ ।
ଏହି ଫିଲ୍ମର ନିର୍ମାଣ ‘ୟସ ରାଜ ବ୍ୟାନର’ ଅଧିନରେ ପ୍ରସ୍ତୁତ କରାଯାଉଥିବାବେଳେ ଏହା ନିର୍ଦ୍ଦେଶନା ଦେବେ ଚନ୍ଦ୍ରପ୍ରକାଶ ଦ୍ୱିବେଦି ।
ତେବେ ଏହି ଫିଲ୍ମକୁ ନେଇ ମାନୁଷୀ କହିଛନ୍ତି ଯେ, “ମୋତେ ଏହି ଯାତ୍ରା ମାଧ୍ୟମରେ ମିଳୁବାକୁ ଥିବା ଶିକ୍ଷା ପାଇଁ ମୁଁ ଅତ୍ୟନ୍ତ ଖୁସି ଅଟେ । ପ୍ରଥମେ ମିସ ଇଣ୍ଡିଆ ଏବଂ ପରେ ମିସ ୱାର୍ଲଡ ହେବା ପରେ ଜୀବନର ପ୍ରଥମ ଫିଲ୍ମ ରୂପେ ଏକ ବଡ ପ୍ରୋଜେକ୍ଟ ମୋତେ ମିଳିଥିବା ହେତୁ ମୁଁ ଅତ୍ୟନ୍ତ ଖୁସି ଏବଂ ଆନନ୍ଦିତ । ”


Share It

Comments are closed.