ଦୁନିଆର ଏହି ବଡ ଲିଡରମାନେ ଲଗାଇଲେ କରୋନା ଟିକା, ଲୋକଙ୍କୁ ଦେଲେ ଏହି ବାର୍ତ୍ତା


ବର୍ତ୍ତମାନ କରୋନା ଟିକା ସମଗ୍ର ବିଶ୍ୱରେ ଲୋକଙ୍କ ନିକଟରେ ପହଞ୍ଚିବା ଆରମ୍ଭ ହୋଇଯାଇଛି | ଅନେକ ଦେଶର ନେତାମାନେ ମଧ୍ୟ ଏହି ଟିକା ଗ୍ରହଣ କରିଛନ୍ତି। ଏହି ନେତାମାନେ ଏହି ଟିକା ଏଥିପାଇଁ ଲଗାଇଛନ୍ତି ଯାହା ଦ୍ବାରା ଦେଶର ଲୋକମାନଙ୍କର ଏହି ଟିକା ଉପରେ ବିଶ୍ୱାସ ହାସଲ କରିପାରିବେ। ଆହୁରି ମଧ୍ୟ ବିଶ୍ବକୁ ବିଶ୍ବାସ ହୋଇଯିବ ଯେ କରୋନା ଟିକା ସୁରକ୍ଷିତ ଅଟେ । ତେବେ ଆସନ୍ତୁ ଜାଣିବା ଦୁନିଆର କେଉଁ ବଡ ନେତାମାନେ କରୋନା ଟିକା ନେଇଛନ୍ତି

ଆମେରିକାର ରାଷ୍ଟ୍ରପତି ଇଲେକ୍ଟ ଜୋ ବିଡେନ: ଆମେରିକାର ରାଷ୍ଟ୍ରପତି ଇଲେକ୍ଟ ଜୋ ବିଡେନ ଚାରି ସପ୍ତାହ ପରେ ସୋମବାର କୋଭିଡ -୧୯ ଟିକାର ଦ୍ବିତୀୟ ଶଟ ନେଇଥିଲେ। ବିଡେନ ଫାଇଜର ଏବଂ ବାୟୋଏନଟେକ ଟିକା ନେଇଛନ୍ତି। ଏହା ପୂର୍ବରୁ ୨୧ ଡିସେମ୍ବରରେ ସେ ପ୍ରଥମ ଡୋଜ୍ ନେଇଥିଲେ |

Image :ABC News

ଆମେରିକାର ଉପରାଷ୍ଟ୍ରପତି ଇଲେକ୍ଟ କମଲା ହାରିସ୍: ଆମେରିକାର ଉପରାଷ୍ଟ୍ରପତି ଇଲେକ୍ଟ କମଲା ହାରିସ୍ ଡିସେମ୍ବର ୨୯ ରେ କରୋନା ଟିକାର ପ୍ରଥମ ଡୋଜ ଗ୍ରହଣ କରିଥିଲେ। ଲାଇଭ୍ ଟିଭି କାର୍ଯ୍ୟକ୍ରମରେ ସେ ଏହି ଟିକା ନେଇଥିଲେ।

ଆମେରିକାର ଉପରାଷ୍ଟ୍ରପତି ମାଇକ୍ ପେନ୍ସ: ଡିସେମ୍ବର ୧୮ ରେ ଏକ ଲାଇଭ୍ ଟିଭି କାର୍ଯ୍ୟକ୍ରମ ସମୟରେ ଆମେରିକାର ଉପରାଷ୍ଟ୍ରପତି ମାଇକ୍ ପେନ୍ସ କରୋନା ଭାଇରସ ଟୀକାର ପ୍ରଥମ ଡୋଜ ନେଇଥିଲେ ।

ରାଣୀ ଏଲିଜାବେଥ: ବ୍ରିଟେନର ରାଣୀ ଏଲିଜାବେଥ ଗତ ଶନିବାର ବକିଙ୍ଗହମ ପ୍ୟାଲେସରେ ଏହି ଟିକା ନେଇଥିଲେ। ତାଙ୍କୁ ଭ୍ୟାକ୍ସିନ୍ ପ୍ୟାଲେସର ରୟାଲ୍ ଡକ୍ଟର ଦେଇଥିଲେ । ବ୍ରିଟେନର ରାଣୀ ଏଲିଜାବେଥଙ୍କ ସ୍ୱାମୀ ଡ୍ୟୁକ୍ ଅଫ୍ ଏଡିନବର୍ଗ ପ୍ରିନ୍ସ ଫିଲିପଙ୍କୁ ମଧ୍ୟ ସନିବାର ଟିକା ଦିଆଯାଇଛି। ତାଙ୍କୁ ମଧ୍ୟ ସମାନ ଡାକ୍ତରଙ୍କ ଦ୍ବାରା ଟିକା ଦିଆଯାଇଛି।

ଇସ୍ରାଏଲ୍ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁ: ଇସ୍ରାଏଲ୍ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁ ଶନିବାର କରୋନା ଟିକାର ଦ୍ବିତୀୟ ଡୋଜ ନେଇଥିଲେ । ଏହାର ତିନି ସପ୍ତାହ ପୂର୍ବରୁ ସେ ପ୍ରଥମ ଡୋଜ ନେଇଥିଲେ । ଏହି ଟିକା ନେବା ପାଇଁ ବେଞ୍ଜାମିନ୍ ନିଜେ ତେଲ୍ ଅବିବର ଶେବା ମେଡିକାଲକୁ ଯାଇଥିଲେ। ସେ ହେଉଛନ୍ତି ଦେଶର ପ୍ରଥମ ବ୍ୟକ୍ତି ଯିଏକି କରୋନା ଟିକାର ଉଭୟ ଡୋଜ ପାଇଛନ୍ତି ।

ଗ୍ରୀସର ରାଷ୍ଟ୍ରପତି କ୍ୟାଟ୍ରିନା ସାକେଲାରୋପୁଲୁ: ଗ୍ରୀସର ରାଷ୍ଟ୍ରପତି କ୍ୟାଟ୍ରିନା ସାକେଲାରୋପୁଲୋ (Katerina Sakellaropoulou) 27 ଡିସେମ୍ବରରେ ଏଥେନ୍ସର ଏୱଗେଲିସମୋସ ହସ୍ପିଟାଲରେ କରୋନା ଟିକାର ପ୍ରଥମ ଡୋଜ ନେଇଥିଲେ । ସେହିଭଳି ଗ୍ରୀସର ପ୍ରଧାନମନ୍ତ୍ରୀ କିରିଆକୋସ୍ ମିତସୋଟାକିସ୍: ଗ୍ରୀସର ପ୍ରଧାନମନ୍ତ୍ରୀ କିରିଆକୋସ୍ ମିତସୋଟାକିସ୍ ମଧ୍ୟ ଡିସେମ୍ବର ୨୭ ରେ ଏଥେନ୍ସର ଆଥିକନ୍ ୟୁନିଭର୍ସିଟିରେ କରୋନା ଟିକା ନେଇଛନ୍ତି ।

ଦୁବାଇର ଶାସକ ଶେଖ ମହମ୍ମଦ ବିନ୍ ରସିଦ ଅଲ ମାକ୍ଟୁମ୍: ନଭେମ୍ବର ୩ ରେ ଦୁବାଇର ଶାସକ ଶେଖ ମହମ୍ମଦ ବିନ୍ ରସିଦ ଅଲ ମାକ୍ଟମ୍(Sheikh Mohmmad Bin Rashid Al Maktoum) କରୋନାର ପ୍ରଥମ ଡୋଜ ନେଇଥିଲେ । ସେତେବେଳେ ଶେଖ କହିଥିଲେ ଯେ ମୁଁ ଚାହୁଁଛି ଏହି ଟିକା ସମଗ୍ର ବିଶ୍ୱରେ ପହଞ୍ଚୁ, ସମସ୍ତଙ୍କର ଚିକିତ୍ସା କରାଯାଉ ଏବଂ କେହି ଯେଭଳି କରୋନାରେ ସଂକ୍ରମିତ ନହୁଅନ୍ତୁ ।

ଜୋକୋ ୱିଡୋଡୋ, ରାଷ୍ଟ୍ରପତି, ଇଣ୍ଡୋନେସିଆ: ଚାଇନାର ଫାର୍ମାସ୍ୟୁଟିକାଲ୍ କମ୍ପାନୀ ସିଆନୋଭାକ୍ ବାୟୋଟେକ୍ ଦ୍ୱାରା ପ୍ରସ୍ତୁତ କରୋନା ଟିକା ନିରାପଦ ଅଟେ। ଏହା ଦେଖାଇବା ପାଇଁ ଇଣ୍ଡୋନେସିଆର ରାଷ୍ଟ୍ରପତି ଜୋକୋ ୱିଡୋଡୋ ବୁଧବାର ଦିନ ଏହି ଟିକାର ଶଟ ନେଇଥିଲେ ।


Share It

Comments are closed.