ସୁନିଲ ଗାଭାଷ୍କାରଙ୍କୁ ନେଇ ବଡ ବୟାନ ଦେଲେ ଟିମ ପେନ, କହିଲେ କିଛି ଏପରି


ଅଷ୍ଟ୍ରେଲିଆ ଟେଷ୍ଟ ଦଳର ଅଧିନାୟକ ଟିମ ପେନ, ସୁନିଲ ଗାଭାଷ୍କାରଙ୍କୁ ନେଇ ବଡ ବୟାନ ଦେଇଛନ୍ତି । ପେନ କହିଛନ୍ତି ଯେ, ଗାଭାଷ୍କାର ନିଜ ମତ ରଖିବା ପାଇଁ ସ୍ୱତନ୍ତ୍ର ଅଟନ୍ତି, କିନ୍ତୁ ତାଙ୍କର ମତ ମୋ ଉପରେ କୌଣସି ପ୍ରଭାବ ପଡିବ ନାହିଁ । ସିଡନୀ ଟେଷ୍ଟ ମ୍ୟାଚରେ ରବିଚନ୍ଦ୍ର ଅଶ୍ୱିନୀଙ୍କ ଉପରେ ଟିମ ପେନଙ୍କ ଉଚ୍ଚ ଶବ୍ଦ ପ୍ରୟୋଗକୁ ନେଇ ଗାଭାଷ୍କାର କହିଛନ୍ତି ଯେ, ଜାତୀୟ ଦଳର ଅଧିନାୟକ ହୋଇଥିବା ହେତୁ ଏହା ତାଙ୍କୁ ଶୋଭା ଦେଉ ନାହିଁ । ପ୍ରକାଶ ଥାଉକି, ଟିମ ପେନ, ଅଶ୍ୱିନୀଙ୍କ ସହ କରିଥିବା ର୍ଦୁବ୍ୟବହାର ପାଇଁ ଏକ ସାମ୍ବାଦିକ ସମ୍ମିଳନୀ ଡାକି ଭୁଲ ମାଗିଥିଲେ । ହନୁମା ବିହାରି ଓ ଅଶ୍ୱିନୀ ସିଡନୀ ଟେଷ୍ଟ ମ୍ୟାଚରେ ସାଢେ ତିନି ଘଣ୍ଟା ବ୍ୟାଟିଙ୍ଗ କରି ଭାରତୀୟ ଦଳକୁ ପରାଜୟ ମୁଖରୁ ବଞ୍ଚାଇ ମ୍ୟାଚଟିକୁ ଡ୍ର କରିଦେଇଥିଲେ ।
ସୁନିଲଙ୍କ ଟିପ୍ପଣୀ ଉପରେ ପ୍ରତିକ୍ରିୟା ପେନ କହିଥିଲେ ଯେ, “ମୁଁ ସୁନିଲଙ୍କ ମନ୍ତବ୍ୟକୁ ନେଇ କୌଣସି ପ୍ରତିକ୍ରିୟା ଦେବାକୁ ଚାହୁଁ ନାହିଁ । ମୁଁ ତାଙ୍କ ସହ କୌଣସି ବାକ ଯୁଦ୍ଧ କରିବା ପାଇଁ ଚାହୁଁନା


Share It

Comments are closed.