ଭାରତର ଏଭଳି ଏକ ପ୍ରସିଦ୍ଧ ମନ୍ଦିର, ଯେଉଁଠାରେ କେବଳ ମକର ସଙ୍କ୍ରାନ୍ତି ଦିନ ସୂର୍ଯ୍ୟଙ୍କ ପ୍ରତିମା ଉପରେ ପଡିଥାଏ ପ୍ରଥମ କିରଣ


ଗୁରୁବାର ସମଗ୍ର ଦେଶରେ ମକର ସଂକ୍ରାନ୍ତିଙ୍କ ପର୍ବ ପାଳନ କରାଯାଉଛି | ତେଣୁ ଏହି ଅବସରରରେ ଆଜି ଆମେ ଆପଣଙ୍କୁ ଏକ ଏଭଳି ମନ୍ଦିର ବିଷୟରେ କହିବାକୁ ଯାଉଛୁ ଯେଉଁଠାରେ କେବଳ ମକର ସଙ୍କ୍ରାନ୍ତି ଦିନ ସୂର୍ଯ୍ୟଙ୍କ ପ୍ରତିମାରେ ସୂର୍ଯ୍ୟଙ୍କ ପ୍ରଥମ କିରଣ ପଡ଼ିଥାଏ । ତେବେ ଆସନ୍ତୁ ଜାଣିବା…

ଏହି ମନ୍ଦିର ମଧ୍ୟପ୍ରଦେଶର ଖାର୍ଗୋନ ଜିଲ୍ଲାରେ ରହିଛି | ପ୍ରସିଦ୍ଧ ନବଗ୍ରହ ମନ୍ଦିରର ପୁଜକଙ୍କ ଅନୁଯୀୟୀ ମକର ସଂକ୍ରାନ୍ତି ହେଉଛି ସୂର୍ଯ୍ୟଙ୍କ ଆଗୱାନି ପର୍ବ। ନବଗ୍ରହ ମନ୍ଦିର ହେଉଛି ସୂର୍ଯ୍ୟ ପ୍ରଧାନ। ଏଠାରେ ଗର୍ଭଗୃହରେ ମଧ୍ୟରେ ସୂର୍ଯ୍ୟଙ୍କ ମୂର୍ତି ବିରାଜମାନ ଏବଂ ଆଖପାଖରେ ଅନ୍ୟ ଗ୍ରହମାନେ ରହିଛନ୍ତି ।

ବିଶ୍ୱାସ କରାଯାଏ ଯେ ଯଦି ମକର ସଂକ୍ରାନ୍ତିରେ ସୂର୍ଯ୍ୟଙ୍କୁ ପୂଜା କରାଯାଏ, ତେବେ ନବଗ୍ରହ ମଧ୍ୟ ସନ୍ତୁଷ୍ଟ ହୁଅନ୍ତି, ବର୍ଷକ ପାଇଁ ଆମକୁ ଗ୍ରହ ଶାନ୍ତିର ଫଳ ମିଳିଥାଏ|

ପ୍ରାଚୀନ ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ ଏହି ମନ୍ଦିର ନିର୍ମାଣ କରାଯାଇଛି। ମନ୍ଦିର ଭିତରକୁ ଯିବାବେଳେ ସେଠାରେ ସାତୋଟି ପାହାଚ ରହିଛି ଯାହା ସାତୋଟି ବାରର ପ୍ରତୀକ ଅଟେ |ଏହା ପରେ ବ୍ରହ୍ମା, ବିଷ୍ଣୁଙ୍କ ସ୍ବରୂପ ରୁପେ ମା ସରସ୍ୱତୀ, ଶ୍ରୀ ରାମ ଏବଂ ପଞ୍ଚମୁଖୀ ମହାଦେବଙ୍କ ଦର୍ଶନ ହୋଇଥାଏ । ତା’ପରେ ଗର୍ଭଗୃହକୁ ଯିବାପାଇଣ ଯେଉଁଠାରେ ଓହ୍ଲାଇବା ପାଇଁ ୧୨ ଟି ପାହାଚ ରହିଛି ତାହା ୧୨ ମାସର ପ୍ରତୀକ ଅଟନ୍ତି ।

ମକର ସଂକ୍ରାନ୍ତିରେ ସୂର୍ଯ୍ୟଙ୍କର ପ୍ରଥମ କିରଣ ମନ୍ଦିରର ଗୁମ୍ଫା ଦେଇ ଭଗବାନ ସୂର୍ଯ୍ୟଙ୍କ ପ୍ରତିମା ଉପରେ ପଡ଼େ | ସଙ୍କ୍ରାନ୍ତି ଦିନ ପ୍ରାଚୀନ ନବଗ୍ରହ ମନ୍ଦିରରେ ପ୍ରାତଃ ୩ଟାରୁ ଲୋକଙ୍କ ଭିଡ଼ ଜମା ହୋଇଥାଏ । ସାରାଦେଶରୁ ଶ୍ରଦ୍ଧାଳୁମାନେ ଏଠାକୁ ଏହି ମନୋହର ଦୃଶ୍ୟ ଦେଖିବାକୁ ଆସନ୍ତି ।

ଗର୍ଭଗୃହରେ ନବଗ୍ରହଙ୍କ ଦର୍ଶନ ହୋଇଥାଏ | ଏହା ପରେ, ଦ୍ୱିତୀୟ ମାର୍ଗରେ, ପୁନର୍ବାର ୧୨ ଟି ପାହାଚ ଉପରକୁ ଚଢ଼ିଥାଉ, ଯାହା ୧୨ ଟି ରାଶି ଚିହ୍ନକୁ ସୂଚିତ କରେ | ଏହିପରି, ସାତୋଟି ବାର, ୧୨ ମାସ, ୧୨ ଟି ରାଶି ଏବଂ ନବଗ୍ରହ ମଧ୍ୟରେ, ଆମ ଜୀବନ ଚାଲିଥାଏ ଏବଂ ମନ୍ଦିର ଏହି ଆଧାରରେ ନିର୍ମିତ ହୋଇଛି |


Share It

Comments are closed.