ଟେନ ସେଣ୍ଟ ଗେମ୍ସ ପକ୍ଷରୁ ପିୟୁବିଜି ମୋବାଇଲ କ୍ୟାମ୍ପସ ଚମ୍ପିଅନସିପ୍ ୨୦୧୮


ବିଶ୍ୱର ବୃହତ ଗେମ୍ କମ୍ପାନୀ ଟେନସେଣ୍ଟ ଗେମ୍ସ ପକ୍ଷରୁ ଭାରତର ବୃହତ ଇ-ସ୍ପୋର୍ଟସ ଚାମ୍ପିଅନସିପ ପିୟୁବିଜି ମୋବାଇଲ କ୍ୟାମ୍ପସ ଚମ୍ପିଅନସିପ ୨୦୧୮ର ଘୋଷଣା କରାଯାଇଛି । ଟେନସେଣ୍ଟ ଗେମ୍ସ ପକ୍ଷରୁ ଓପୋ ଇଣ୍ଡିଆ ସହିତ ସହଭାଗିତା କରାଯାଇ ୨୬ ସେପ୍ଟେମ୍ବରରୁ ୨୧ ଅକ୍ଟୋବର ୨୦୧୮ ପର୍ଯ୍ୟନ୍ତ ଏହି ମେଗା ସ୍ପୋର୍ଟସ ଟୁର୍ଣ୍ଣାମେଣ୍ଟର ଆୟୋଜନ କରୁଛି । ଏହାର ଗ୍ରାଣ୍ଡ ଫିନାଲେ ବାଙ୍ଗାଲୁରୁରେ ଆୟୋଜନ ହେବାର କାର୍ଯ୍ୟକ୍ରମ ରହିଛି ।
ଏହି ପିୟୁବିଜି ମୋବାଇଲ କ୍ୟାମ୍ପସ ଚାମ୍ପିଅନସିପ ୨୦୧୮ର ମେଗା ଟୁର୍ଣ୍ଣାମେଣ୍ଟରେ ଭାରତର ୩୦ରୁ ଅଧିକ ସହରର ୧୦୦୦ରୁ ଅଧିକ କଲେଜର ଅଂଶଗ୍ରହଣ କରିବେ । ଓପୋ ଦ୍ୱାରା ପ୍ରୟୋଜିତ ଉକ୍ତ କାର୍ଯ୍ୟକ୍ରମରେ ୫୦ଲକ୍ଷ ଟଙ୍କାର ପୁରଷ୍କାର ପୁଲ ସହିତ ଉକ୍ତ ଚମ୍ପିଅନସିପ ସୋସିଆଲ ମିଡିଆରେ ଚର୍ଚ୍ଚାର ବିଷୟ ହୋଇଛି । ଯେକୌଣସି କ୍ୟାମ୍ପସରୁ ୪ଜଣିଆ ସ୍କ୍ୱାଡ଼୍ ଏଥିରେ ଅଂଶଗ୍ରହଣ କରି ଏହାକୁ ସମ୍ପୂର୍ଣ୍ଣ କରିପାରିବେ । ଚାରୋଟି ନକଆଉଟ ରାଉଣ୍ଡ ସହିତ ସେମିଫାଇନାଲରେ ୨୦ଟି ଟିମକୁ ଚୟନ କରାଯିବ ଯେଉଁମାନେ ଗ୍ରାଣ୍ଡ ଫିନାଲେର ଟ୍ରଫି ପାଇଁ ଖେଳିବେ । ଏହାର ଅଫିସିଆଲ ୱେବସାଇଟ www.pubgmobile.in ରେ ୭ସେପ୍ଟେମ୍ବର ଠାରୁ ୨୩ ସେପ୍ଟେମ୍ବର ପର୍ଯ୍ୟନ୍ତ ପଞ୍ଜିକରଣ କରାଯିବ ।
ଏହି ପରିପ୍ରେକ୍ଷୀରେ ଟେନସେଣ୍ଟ ଗେମ୍ସ ଇଣ୍ଡିଆର ସାଧାରଣ ପରିଚାଳକ, ଅନିଶ୍ ଅରବିନ୍ଦ କହିଛନ୍ତି ଯେ, “ପିବିୟୁଜି ମୋବାଇଲ କ୍ୟାମ୍ପସ ଚାମ୍ପିଅନସିପ ୨୦୧୮, ଭାରତରେ ଇ-ସ୍ପୋର୍ଟସ ପରିବେଶକୁ ବୃଦ୍ଧି କରିବା ପାଇଁ ଟେନସେଣ୍ଟ ଏବଂ ପିବିୟୁଜି କ୍ରପର ଏକ ବୃହତ ପଦାର୍ପଣ । ଆମ୍ଭେମାନେ ପ୍ରଥମ ଥର ପାଇଁ ଏଠାରେ ଇ-ସ୍ପୋର୍ଟସ ଚାମ୍ପିଅନସିପର ଆୟୋଜନ କରିଛୁ ଏବଂ ଭାରତରେ ବହୁ କ୍ୟାମ୍ପସକୁ ଏହା ଆଣିବା ପାଇଁ ଅତ୍ୟନ୍ତ ଉତ୍ସାହିତ ।”


Share It

Comments are closed.