ଆରଏସଏସ ରାଷ୍ଟ୍ରିୟ କାର୍ଯ୍ୟକାରିଣୀ ବୈଠକ ପାଇଁ ରାହୁଲ ଆମନ୍ତ୍ରିତ


ରାଷ୍ଟ୍ରିୟ ସ୍ୱୟଂ ସେବକ ସଂଘ ନିଜର ତିନି ଦିନିଆ କାର୍ଯ୍ୟକାରିଣୀ ବୈଠକରେ ସାମିଲ କରାଇବା ପାଇଁ ୩୦୦୦ରୁ ଉର୍ଦ୍ଧ ଲୋକଙ୍କୁ ନିମନ୍ତ୍ରିତ କରିଛି । ନିମନ୍ତ୍ରିତ କରାଯାଇଥିବା ବ୍ୟକ୍ତି ମାନଙ୍କ ମଧ୍ୟରେ କିଛି ବିଶିଷ୍ଟ ହସ୍ତି, ଧାର୍ମିକ ଲୋକ ଏବଂ ଅଳ୍ପ ସଂଖ୍ୟକ ନେତା ସାମିଲ ଅଛନ୍ତି । ୧୭ରୁ ୧୯ ସେପ୍ଟେମ୍ବର ପର୍ଯ୍ୟନ୍ତ ଆରଏସଏସ ପକ୍ଷରୁ ଆୟୋଜିତ ହେବାକୁ ଥିବା “ଭବିଷ୍ୟ କା ଭାରତ” କାର୍ଯ୍ୟକ୍ରମରେ ଆରଏସଏସର ମୁଖ୍ୟ ମୋହନ ଭାଗବତଙ୍କ ସମେତ ଅନ୍ୟ ଲୋକମାନେ ମଧ୍ୟ ଉପସ୍ଥିତ ରହିବେ ।
ସଂଘ ପକ୍ଷରୁ ମିଳିଥିବା ସୂଚନା ମୁତାବକ, ଏହି କାର୍ଯ୍ୟକ୍ରମରେ କ୍ଷେତ୍ରିୟ ଦଳର ନେତାଙ୍କ ସମେତ ବିଭିନ୍ନ ରାଜନୈତିକ ଦଳର ଅଳ୍ପ କେତେକ ନେତାଙ୍କୁ ମଧ୍ୟ ନିମନ୍ତ୍ରିତ କରାଯାଇଛି । ସେମାନଙ୍କ ମଧ୍ୟରେ କଂଗ୍ରେସ ଅଧକ୍ଷ ରାହୁଲ ଗାନ୍ଧୀ, ଲୋକସଭାର ବିରୋଧୀ ଦଳ ନେତା ମଲ୍ଲିକାର୍ଜୁନ ଖଡଗେ, ଉତ୍ତର ପ୍ରଦେଶର ପୂର୍ବତ୍ତନ ମୁଖ୍ୟମନ୍ତ୍ରୀ ଅଖିଳେଶ ସିଂହ ଯାଦବ, ବିଏସପି ସୁପ୍ରିମୋ ମାୟାବତି, ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜି ଏବଂ ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଚନ୍ଦ୍ର ବାବୁ ନାଇଡୁଙ୍କ ସମେତ ଅନେକ ବରିଷ୍ଟ ନେତାଙ୍କ ନାମ ମଧ୍ୟ ରହିଛି ।
ସଂଘ ପକ୍ଷରୁ ଏହି ଆଶା ରହିଛି ତିନି ଦିନିଆ ଏହି କାର୍ଯ୍ୟକାରିଣୀରେ ପ୍ରତିଦିନ ୧୦୦୦ ଲୋକ ନିଶ୍ଚୟ ଉପସ୍ଥିତ ରହିବେ । ଆରଏସଏସ ପକ୍ଷରୁ ଦିଆଯାଇଥିବା ସୂଚନା ମୁତାବକ ଏହି କାର୍ଯ୍ୟକ୍ରମର ଆୟୋଜନ ଏଥିପାଇଁ କରାଯାଉଛି ଯେପରି ସମସ୍ତେ ଆରଏସଏସର ଚିନ୍ତାଧାରା ପ୍ରତି ଆଙ୍ଗାଙ୍ଗି ରୂପେ ଜଡିତ ରହିପାରିବ ।
ସଂଘର ଜଣେ ବରିଷ୍ଟ ଅଧିକାରୀଙ୍କ କହିବା ମୁତାବକ ଏହି କାର୍ଯ୍ୟକ୍ରମରେ ବିଭିନ୍ନ ଧର୍ମର ଲୋକଙ୍କୁ ମଧ୍ୟ ନିମନ୍ତ୍ରଣ କରାଯିବ କାରଣ ସଙ୍ଘକୁ ନେଇକରି ସମସ୍ତଙ୍କ ମନରେ ଉଠୁଥିବା ଦ୍ୱନ୍ଧ ଯେପରି ଦୂରେଇ ଯିବ ।


Share It

Comments are closed.