ବାତ୍ୟା ପରେ ଓଡିଶାରେ ନେଟୱର୍କ ସେବାକୁ ସୁଧାରିବା ପାଇଁ ଏକାଠି ହେଲେ ସମସ୍ତ ଟେଲିକମ କମ୍ପାନୀ


ବାତ୍ୟା ‘ଫନି’ ପରେ ଓଡିଶାର ଉପକୁଳ ଜିଲ୍ଲା ଗୁଡ଼ିକରେ ଜିଲ୍ଲା ମାନଙ୍କର ବିଦ୍ୟୁତ, ପାଣୀ, ମୋବାଇଲ ଏଵଂ ଇଣ୍ଟରନେଟ ବ୍ୟବସ୍ତା ଭୁଶୁଡି ପଡ଼ିଛି । ତେବେ ଅଚଳ ହୋଇପଡିଥିବା ଯୋଗାଯୋଗ ବ୍ୟବସ୍ଥାକୁ ପୁଣି ଚଳ ଚଞ୍ଚଳ କରିବା ପାଇଁ ଆଗେଇ ଆସିଛନ୍ତି ଚାରି ଟେଲିକମ୍ କମ୍ପାନୀ । ଭୁବନେଶ୍ୱର ସ୍ମାର୍ଟ ସିଟି ଲିମିଟେଡ୍ (ବିଏସସିଏଲ୍) ପକ୍ଷରୁ ଏହା ସମ୍ପର୍କରେ ଏକ ଟ୍ୱିଟ୍ ମାଧ୍ୟମରେ ଜନସାଧାରଣଙ୍କ  ସୂଚିତ  କରାଯାଇଛି ।

ଏହି ପ୍ରକ୍ରିୟାରେ ସାମିଲ ହୋଇଛନ୍ତି  ବିଏସଏନଏଲ, ଏୟାରଟେଲ୍, ଭୋଡାଫୋନ୍ ଆଇଡିଆ ଏବଂ ଜିଓ ନେଟ୍ଓ୍ୱର୍କ ଭଳି ଏହି ମୋବାଇଲ କମ୍ପାନୀ ଗୁଡିକ ବନ୍ୟା ପ୍ରଭାବିତ ଅଞ୍ଚଳରେ ଗ୍ରାହକଙ୍କୁ ନିରନ୍ତର ମୋବାଇଲ ଫୋନ୍ ସେବା ଯୋଗାଇବାକୁ ଏକାଠି ପ୍ରୟାସ ଆରମ୍ଭ କରିଛନ୍ତି।  ଏହି ସେବା ପାଇବା ପାଇବା ପାଇଁ ମୋବାଇଲର ସେଟିଙ୍ଗ ରେ କିଛିଟା ପରିବର୍ତ୍ତନ କରିବାକୁ ହେବ ।

ମିଳିଥିବା ସୂଚନାନୁଯାୟୀ ଏଥିପାଇଁ ଗ୍ରାହକମାନେ ନିଜ ନିଜ ମୋବାଇଲ ଫୋନର ସେଟିଂକୁ ଯାଇ ମୋବାଇଲ ନେଟଓ୍ୱର୍କ ସର୍ଚିଂରେ ମାନୁଆଲ ସେଟିଂରେ ଉପଲବ୍ଧ ଥିବା ଯେକୌଣସି ନେଟୱର୍କକୁ  ସିଲେକ୍ଟ କରି ପାରିବେ କିମ୍ବା ଇଣ୍ଟରନେଟ ପାଇଁ ଡାଟା ରୋମିଂ ଫର ଇଣ୍ଟରନେଟକୁ ଚୟନ କରିପାରିବେ।

ଏହା ଫଳରେ ମୋବାଇଲରେ ଯେକୌଣସି ସିମ୍ ପଡିଥିଲେ ମଧ୍ୟ ଗ୍ରାହକମାନେ ଏହି କମ୍ପାନୀର ନେଟ୍ଓ୍ୱର୍କ ଗୁଡିକ ସହ ଯୋଡି ହୋଇ ନିରନ୍ତର ମୋବାଇଲ୍ ସେବା ପାଇପାରିବେ ।


Share It

Comments are closed.