କ୍ରିକେଟ ଜଗତରେ ଏକ ନୂଆ ଇତିହାସ ସୃଷ୍ଟି କଲେ ‘ହୋପ’


ଗତ କାଲି ୱେଷ୍ଟଇଣ୍ଡିଜ ଏବଂ ବାଙ୍ଗଳାଦେଶ ମଧ୍ୟରେ ଖେଳାଯାଇଥିବା ଦିନିକିଆ ମ୍ୟାଚରେ ୱେଷ୍ଟଇଣ୍ଡିଜର ଓପନର ‘ସାହି ହୋପ’ କ୍ରିକେଟ ଜଗତରେ ଏକ ବିରଳ ଇତିହାସ ରଚିଛନ୍ତି । ହୋପ ଏହି ଟ୍ରାଇ ନେସନ ସିରିଜର ଦ୍ୱିତୀୟ ଦିନିକିଆରେ ୧୦୯ ରନ ଏକ ସୁନ୍ଦର ପାଳି ଖେଳି ଏକ ବିରଳ ଇତିହାସ ରଚିଛନ୍ତି ।
ସେ କ୍ରିକେଟ ଜଗତରେ ଏଭଳି ଜଣେ ବିରଳ ଖେଳାଳୀ ଯିଏକି କ୍ରମାଗତ ଭାବେ ୪ଟି ମ୍ୟାଚରେ ସୁନ୍ଦର ଶତକ ମାରି ଏକ ନୂଆ ଇତିହାସ ସୃଷ୍ଟି କରିଛନ୍ତି । ଏହା ପୂର୍ବରୁ ୨୦୧୮ରେ ସେ ବାଙ୍ଗଳାଦେଶ ବିପକ୍ଷରେ ୧୪୬ ଏବଂ ୧୦୮ ରନ ଏକ ସୁନ୍ଦର ପାଳି ଖେଳିଥିବାବେଳେ ଚଳିତ ଟ୍ରାଇ-ନେସନ ସିରିଜରେ ସେ ପ୍ରଥମେ ଆୟରଲାଣ୍ଡ ବିପକ୍ଷରେ ୧୭୦ ରନ ଏବଂ ବାଙ୍ଗଳାଦେଶ ବିପକ୍ଷରେ ୧୦୯ ରନର ଏକ ଆକର୍ଷଣୀୟ ପାଳି ଖେଳି ଏହି ନୂଆ ଇତିହାସ ସୃଷ୍ଟି କରିଛନ୍ତି ।
କ୍ରିକେଟ ଜଗତରେ ଦିନିକିଆ ମ୍ୟାଚରେ ହୋପ ଯେଉଁ କରିଛନ୍ତି ତାହା ପୂର୍ବରୁ ଅନ୍ୟ କୌଣସି ଖେଳାଳୀ କରିପାରି ନାହାନ୍ତି । ଏହା ପୂର୍ବରୁ ଅନେକ ଓପନର କ୍ରମାଗତ ଭାବେ ତିନୋଟି ମାରିଥିବାବେଳେ ବର୍ତ୍ତମାନ ପର୍ଯ୍ୟନ୍ତ କେହି ବି କ୍ରମାଗତ ଭାବେ ୪ର୍ଥ ଶତକ ମାରି ନାହାନ୍ତି ।
ହୋପଙ୍କ ପୂର୍ବରୁ ପାକିସ୍ତାନର ଖେଳାଳୀ ସଏଦ ଅନୱର, ଦକ୍ଷିଣ ଆଫ୍ରିକାର ଖେଳାଳୀ ହର୍ଷଲ ଗିବ୍ସ ଏବଂ କ୍ୱିଣ୍ଟନ ଡିକକ୍ ଙ୍କ ନାମରେ କ୍ରମାଗତ ତିନୋଟି ଶତକ ହାସଲ କରିବାର ରେକର୍ଡ ରହିଛି ।


Share It

Comments are closed.