ଖୁବ ଶୀଘ୍ର ହଲିଉଡ ଫିଲ୍ମରେ ନଜର ଆସିବେ ‘ପରିଣିତି’


ବଡ ଭଉଣୀ ପ୍ରିୟଙ୍କାଙ୍କ ପରେ ବର୍ତ୍ତମାନ ଖୁବ ଶୀଘ୍ର ସାନ ଭଉଣୀ ପରିଣିତି ମଧ୍ୟ ହଲିଉଡରେ ପାଦ ଥାପିବାକୁ ଯାଉଛନ୍ତି । ମିଳିଥିବା ସୂଚନା ମୁତାବକ ଅଭିନେତ୍ରୀ ପରିଣିତି ଚୋପ୍ରା ତାଙ୍କର ଆଗାମୀ ହଲିଉଡ ଫିଲ୍ମ ‘ଦ ଗାର୍ଲ ଓନ ଦ ଟ୍ରେନ’ର ସୁଟିଙ୍ଗ ପାଇଁ ଦୁଇ ମାସ ପାଇଁ ଇଂଲଣ୍ଡ ଗସ୍ତରେ ଯାଉଛନ୍ତି ।
ମିଳିଥିବା ଖବର ଅନୁଯାୟୀ ପରିଣିିତି ଚଳିତ ବର୍ଷ ଜୁଲାଇ ପ୍ରଥମ ସପ୍ତାହରୁ ହିଁ ଇଂଲଣ୍ଡ ଗସ୍ତରେ ଯାଇପାରନ୍ତି । ଏହି ଅବସରରେ ପରିଣିତି କହିଛନ୍ତି ଯେ, “ମୁଁ ଏହି ଫିଲ୍ମକୁ ନେଇ ଖୁବ ଉତ୍ସାହିତ ରହିଛି । କାରଣ ଏହା ପୂର୍ବରୁ ମୁଁ ଏଭଳି ଭୂମିକା କେବେବି ନିର୍ବାହ କରି ନାହିଁ କିମ୍ବା ପଢି ମଧ୍ୟ ନାହିଁ । ଏବଂ ମୋତେ ଏହା ଲାଗୁଛି ଯେ, ଏହା ପୂର୍ବରୁ ଦର୍ଶକ ମୋତେ ଏଭଳି ଭୂମିକାରେ କେବେବି ଦେଖିନଥିବେ । ଏହି ଭୂମିକା ମୋ ବ୍ୟକ୍ତିତ୍ୱ ଠାରୁ ସମ୍ପୂର୍ଣ୍ଣ ଅଲଗା ଅଟେ । ମୁଜଣେ କଳାକାର ହୋଇଥିବା ହେତୁ କିଛି ନୂଆ କରିବାକୁ ନେଇ ମୁଁ ଖୁବ ଉତ୍ସାହିତ ରହିଛି । ”


Share It

Comments are closed.