ନିଦ୍ରା ଉପରେ ପ୍ରଭାବ ପକାଉଛି ଟେକ୍ନୋଲୋଜି


ଟେକ୍ନୋଲୋଜି ଦ୍ୱାରା ବିଭ୍ରାନ୍ତ ହୋଇ ଭାରତୀୟମାନେ ସୁସ୍ଥ ନିଦ ପ୍ରତି ବିମୁଖ ମନୋଭାବ ପୋଷାଣ କରୁଛନ୍ତି । କିନ୍ତୁ ଭଲ ନିଦ ପାଇଁ ସେମାନେ କୌଣସି ଅଭ୍ୟାସ ମଧ୍ୟ କରି ନ ଥାନ୍ତି ବୋଲି ଏକ ସଦ୍ୟ ଗବେଷଣାରୁ ଜଣାପାଡିଛି । ଫିଲିପ୍ସ ପକ୍ଷରୁ ‘ବେଟର ସ୍ଲିପ, ବେଟର ହେଲଥ’ ଶୀର୍ଷକରେ କରାଯାଇଥିବା ବିଶ୍ୱସ୍ତରୀୟ ସର୍ଭେରୁ ଜଣାପଡିଛି ଯେ, ୩୨% ଭାରତୀୟ ପ୍ରାପ୍ତବୟସ୍କ ବ୍ୟକ୍ତି ଟେକ୍ନୋଲୋଜି ଏକ ପ୍ରମୁଖ ନିଦ୍ରା ହରଣକାରୀ ମାଧ୍ୟମ ବୋଲି ପ୍ରକାଶ କରିଛନ୍ତି । ଅନ୍ୟ ପକ୍ଷରେ ୧୯% ଲୋକ ସାଧାରଣ ଶୟନ ସମୟରେ ଅତ୍ୟଧିକ କାର୍ଯ୍ୟ ସମୟ ପର୍ଯ୍ୟନ୍ତ କାର୍ଯ୍ୟକରିବା ନିଦ ହଜିବାର ପ୍ରମୁଖ କାରଣ ବୋଲି କହିଛନ୍ତି । ଅର୍ଥାତ ଶିଫ୍ଟରେ କାମ କରିବା ନିଦ୍ରା ଜନିତ ସମସ୍ୟାର ଏକ ପ୍ରମୁଖ କାରଣ ବୋଲି ଅନେକ କହିଛନ୍ତି ।

ଏହି ସର୍ଭେରେ ଭାରତ ସମେତ ଆମେରିକା, ବ୍ରିଟେନ, ଜର୍ମାନୀ, ପୋଲାଣ୍ଡ, ଫ୍ରାନ୍ସ, ଚାଇନା ଆଦି ଅନେକ ରାଷ୍ଟ୍ରରୁ ୧୫,୦୦୦ ପ୍ରାପ୍ତବୟସ୍କଙ୍କୁ ସର୍ଭେ ପରିସରକୁ ଆଣାଯାଇଥିଲା । ରିର୍ପୋଟ ମୁତାବକ ୬୬% ଭାରତୀୟମାନେ ଚିନ୍ତାକରନ୍ତି ଉତ୍ତମ ନିଦ୍ରା ଅପେକ୍ଷା ସୁସ୍ୱାସ୍ଥ୍ୟ ପାଇଁ ନିୟମିତ ଶାରୀରିକ ବ୍ୟାୟାମ ଗୁରୁତ୍ୱପୂର୍ଣ୍ଣ ଉପାଦାନ । ଦେଶର ୪୫% ଲୋକ ଧ୍ୟାନ ମାଧ୍ୟମରେ ଭଲ ନିଦ ପାଇଥାନ୍ତି । କିନ୍ତୁ ୨୪% ପ୍ରାପ୍ତ ବୟସ୍କ ନିଦ୍ରା ପାଇଁ ସ୍ୱତନ୍ତ୍ର ଖଟ ଉପରେ ଗୁରୁତ୍ୱ ଦେଇଥାନ୍ତି । ନିଦ୍ରାଜନିତ ସମସ୍ୟା ( ସ୍ଲିପିଂ ଡିସଆର୍ଡର ) କୁ ନେଇ ବିଶ୍ୱସ୍ତରରେ ସଚେତନା ସୃଷ୍ଟି ହୋଇଥିବା ବେଳେ ଉତ୍ତମ ନିଦ୍ରା ଏବେ ବି ଭାରତୀୟଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ବିଷୟ ପାଲଟି ପାରିନାହ୍ଁ
ବିଶ୍ୱବ୍ୟାପୀ ୨୬% ଲୋକ ନିଦ୍ରାହୀନତାର ଶୀକାର (ଇନ୍ସମ୍ନିଆଁ)ର ଶିକାର ହୋଇଥିବା ବେଳେ ୨୧%ଲୋକ ଘୁଙ୍ଗୁଡି, ୫୮%ଲୋକ ଚିନ୍ତା ୨୬% ଲୋକ ନିଦ୍ରାହୀନତା ଶିକାର ହୋଉଥିବା ପ୍ରକାଶ କରିଛନ୍ତି । ତେବେ ସୁସ୍ଥ ନିଦ ପାଇଁ ମଧୁର ସଙ୍ଗୀତ ଉତ୍ତମ ମାଧ୍ୟମ ବୋଲି ୩୬% ଲୋକ କହିଛନ୍ତି । ସୂଚନାଯୋଗ୍ୟ ଯେ, ଉତ୍ତମ ସ୍ୱାସ୍ଥ୍ୟ ପାଇଁ ଭଲ ନିଦ ବେଶ ଗୁରୁତ୍ୱପୂର୍ଣ୍ଣ । ବିଶ୍ୱବ୍ୟାପୀ ୧୦୦ ନିୟୁତରୁ ଅଧିକ ଲୋକ ନିଦ୍ରାହୀନତା ସମସ୍ୟାର ସମ୍ମୁଖୀନ ହୋଇଥାନ୍ତି । ସେମାନଙ୍କ ମଧ୍ୟରୁ ୮୦%ରୁ ଅଧିକ ଲୋକଙ୍କୁ ଚିକିତ୍ସା କରାଯାଇନଥାଏ ଏବଂ ୩୦% ଲୋକ ଶୋଇବାରେ କଷ୍ଠ ପାଇଥାନ୍ତି


Share It

Comments are closed.