ଶତକ ହାସଲ କଲେ ମେସି


ଫୁଟବଲ ଦୁନିଆର ସୁପରଷ୍ଟାର ଆର୍ଜେଣ୍ଟିନାର ଲିଓନେଲ ମେସି ଯେତେବେଳେ ପଡିଆକୁ ଓହ୍ଲାନ୍ତି କିଛି ନା କିଛି ବଡ ଧରଣର ସଫଳତା ହାସଲ କରିଥାନ୍ତି । ଗୋଟେ ପରେ ଗୋଟେ ମାଇଲ ଖୁଣ୍ଟି ଅତିକ୍ରମ କରି ଚାଲିଥିବା ମେସି ଏବେ ପୁଣି ଏକ ନୂତନ ରେକର୍ଡର କୀର୍ତ୍ତିମାନ ଅର୍ଜନ କରିଛନ୍ତି । ସେ ହାଇପ୍ରୋଫାଇଲ ଚାମ୍ପିୟନ୍ସ ଲିଗରେ ୧୦୦ତମ ଗୋଲ ସ୍କୋର କରି ଏକ ଏଲଟି କ୍ଲବରେ ସାମିଲ ହୋଇଛନ୍ତି  । ବୁଧବାର ଅନୁଷ୍ଠିତ ରାଉଣ୍ଡ ଅଫ ୧୬ ସେକେଣ୍ଡ ଲେଗର ଏକ ଗୁରୁତ୍ୱପୂର୍ଣ୍ଣ ମ୍ୟାଚରେ ମେସିଙ୍କ ଡବଲ ଗୋଲ ଜରୀଆରେ ବାର୍ସେିଲୋନା ୩-୦ରେ ଚେଲସିକୁ ପରାସ୍ତ କରିଛି ।  ଏହା ସହିତ ବାର୍ସେିଲୋନା ୪-୧ ଗୋଲରେ ଏଗ୍ରେିଗେଟରେ ବିଜୟ ହାସଲ କରିଛି । ମେସିଙ୍କ ପ୍ରଦର୍ଶନ ବଳରେ ବାର୍ସେିଲୋନା ଚାମ୍ପିୟନ୍ସ ଲିଗ କ୍ୱାଟର ଫାଇନାଲରେ ପ୍ରବେଶ କରିଛି । ତେବେ ମେସିଙ୍କ ପାଇଁ ଏହି ବିଜୟ ବହୁତ ଗୁରୁତ୍ୱପୂର୍ଣ୍ଣ ବହନ କରୁଛି । ମ୍ୟାଚର ୩ ଓ ୬୩ତମ ମିନିଟରେ ଗୋଲ ଦେଇ ମେସି ୧୦୦ତମ ଗୋଲ ସ୍କୋର କରିବା ସହ ରିୟଲ ମାଡ୍ରିଡ ତଥା ପର୍ତ୍ତୁଗାଲ ତାରକା  କ୍ରିଷ୍ଟିଆନ ରୋନାଲ୍ଡୋଙ୍କୁ ଫଛରେ ପକାଇଛନ୍ତି । ଦ୍ରୁତତମ ୧୦୦ ଗୋଲ କରିବାରେ ମେସି ରୋନାଲ୍ଡୋଙ୍କ ରେର୍କଡ ଅତିକ୍ରମ କରିଛନ୍ତି । ୟୁରୋପର ଏହି ଶ୍ରେଷ୍ଠ ଫୁଟବଲ ଲିଗରେ ମେସି  ଦ୍ୱିତୀୟ ଫୁଟବଲର ଭାବେ ଏହି ମାଇଲ ଖୁଣ୍ଟି ଅତିକ୍ରମ କରିଛନ୍ତି । ମେସି ୧୨୩ଟି ଗେମ ଖେଳି ଏହି ସଫଳତା ପାଇଛନ୍ତି । ତେବେ ରୋନାଲ୍ଡୋ ୧୪୮ଟି ଗେମ ଖେଳି ୧୧୭ଟି  ଗୋଲ ସ୍କୋର କରି ଏହି ତାଲିକାର ଶୀର୍ଷ ସ୍ଥାନରେ ରହିଛନ୍ତି । ଏହା ପରେ ତୃତୀୟ ସ୍ଥାନରେ ରହିଛନ୍ତି ପୂର୍ବତ୍ତନ ରିୟଲ ମାଡ୍ରିଡ ଫରୱାର୍ଡ ରାଉଲ । ରାଉଲ ୧୪୨ଟି ଗେମ ଖେଳୀ ୭୧ଟି ଗୋଲ ସ୍କୋର କରି ତୃତୀୟ ସ୍ଥାନରେ ରହିଛନ୍ତି ।
ଖେଲାଳି ମ୍ୟାଚ ଗୋଲ
କ୍ରିଷ୍ଟିଆନ ରୋନାଲଡୋ ୧୪୮ ୧୧୭
ଲିଓମେସ ମେସି ୧୨୩ ୧୦୦
ରାଉଲ ୧୪୨ ୭୧
କରିମ ବେଞ୍ଜେମା ୧୦୦ ୫୩
ଥିଏରୀ ହୋନରୀ ୧୧୨ ୫୦
ଜ୍ଳାଟନ ଇବ୍ରାହିମୋଭିକ ୧୨୦ ୪୮
ଆଣ୍ଡ୍ରି ଶେଭଚେଙ୍କୋ ୧୦୦ ୪୮
ଫିଲିପୋ ଇଞ୍ଜାଘି ୮୧ ୪୬
ରେବେର୍ଟ ଲିୱାନଡୋସ୍କି ୬୮ ୪୫

ମେସି ବର୍ତ୍ତମାନ ପର୍ଯ୍ୟନ୍ତ ବାର୍ସେିଲୋନା ପାଇଁ ମୋଟ ୬୨୫ଟି ଗେମ ଖେଳି ୫୪୧ଟି ଗୋଲ ସ୍କୋର କରିଛନ୍ତି । ୧୨୩ଟି ଚାମ୍ପିୟନ୍ସ ଲିଗ ମ୍ୟାଚ ଖେଳି ସେ ୧୦୦ଟି ଗୋଲ ସ୍କୋର କରିଛନ୍ତି । ମୋଟ ଉପରେ ଦେଶ ଓ କ୍ଲବ ପାଇଁ ମେସି ୬୦୨ଟି ଗୋଲ ସ୍କୋର କରିଛନ୍ତି । ସେହି ପରି ମେସି ୪୪ଥର ହ୍ୟାଟ୍ରିକ ଗୋଲ ସ୍କୋର କରିଛନ୍ତି । କ୍ଲବ ଏବଂ ଦେଶ ପାଇଁ ମେସି ୨୪୭ଟି ଗୋଲର ସହାୟତା ପ୍ରଦାନ କରିଛନ୍ତି ।


Share It

Comments are closed.